Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଂସଦରେ ବିରୋଧୀଙ୍କ ହଙ୍ଗାମା, ଚୁପ କରାଇଲେ ଶାହ

Jitendra Dash
Browse all articles by Jitendra Dash
·2 years ago·1 min read
ସଂସଦରେ ବିରୋଧୀଙ୍କ ହଙ୍ଗାମା, ଚୁପ କରାଇଲେ ଶାହ

ଅର୍ଗସ ବ୍ୟୁରୋ : ନେହେରୁଙ୍କ ଭୁଲ ପାଇଁ ଆଜି ପାକିସ୍ତାନ କବଜାରେ ରହିଛି ପିଓକେ । କାଶ୍ମୀରର ସମସ୍ତ ଅଞ୍ଚଳକୁ କବଜା କରିବା ପୂର୍ବରୁ ସିଜ୍‌ ଫାୟାର ଘୋଷଣା କରି ନଥିଲେ ଆଜି ଏହି ଅଞ୍ଚଳ ଭାରତରେ ଥାନ୍ତା । ସଂସଦର ଶୀତ ଅଧିବେଶର ତୃତୀୟ ଦିନରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଲୋକସଭାରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଧେୟକ ସମ୍ପର୍କରେ ଆଲୋଚନା କରିଛନ୍ତି ଶାହ । 

କହିଛନ୍ତି ଏହି ବିଲ୍‌ ବିସ୍ଥାପିତଙ୍କୁ ଅଧିକାର ଦେବ । ଏହି ବିଲକୁ କେହି ବି ବିରୋଧ କରି ନଥିବା ବେଳେ କାଶ୍ମୀରବାସୀଙ୍କ ସ୍ବରକୁ ପ୍ରଧାନମନ୍ତ୍ରୀ ମୋଦି ଶୁଣିଥିବା କହିଛନ୍ତି ଶାହ । ତେବେ ପିଓକେ ଭାରତର ଅଂଶ ବୋଲି କହିଛନ୍ତି ଶାହ । ତେଣୁ ପିଓକେର ୨୪ ଆସନକୁ ସଂରକ୍ଷିତ ରଖାଯାଇଥିବା ସେ କହିଛନ୍ତି । ସେହିପରି ପୂର୍ବରୁ ଜମ୍ମୁରେ ୩୭ ଆସନ ଥିବା ବେଳେ ଏବେ ଏହା ୪୩ ହୋଇଛି । କାଶ୍ମୀରରେ ପୂର୍ବରୁ ୪୬ ଆସନ ଥିବା ବେଳେ ଏବେ ଏହା ୪୭ ହୋଇଛି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଶାହାଙ୍କ ଏହି ବୟାନକୁ ନେଇ ସଂସଦରେ ବିରୋଧୀ ହଙ୍ଗାମା କରିବା ସହ କକ୍ଷତ୍ୟାଗ କରିଛନ୍ତି । ଏହି ବିଲ୍ ସହ ସମ୍ମାନ ଯୋଡି ହୋଇ ରହିଛି । ଏହି ବିଲର ପ୍ରକୃତ ଉଦ୍ଦେଶ୍ୟ ସେହିମାନେ ବୁଝିପାରିବେ ଯେଉଁମାନେ ପଛରେ ରହି ଯାଇଥିବା ଲୋକଙ୍କୁ ପୁଣିଥରେ ହାତ ଧରି ଆଗକୁ ବଢାଇବାକୁ ଚାହୁଁଛନ୍ତି । କିନ୍ତୁ ଏହି ବିଲ ସେମାନଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ଯେଉଁମାନେ ଭୋଟବ୍ୟାଙ୍କ ପାଇଁ ଏହାର ଉପଯୋଗ କରୁଥିଲେ ।

Sponsored
LS Passes J&K Bills Reserving Seats For Kashmiri Pandits, PoK Refugees As Amit Shah Cites Nehru's '2 Mistakes' | Argus News