Videos
|
National

Shocking Murder / ପାରିବାରିକ ବିବାଦର ଭୟଙ୍କର ପରିଣତି…ସ୍ତ୍ରୀ-ଭଉଣୀଙ୍କୁ ଗୁଳି କରି ନିଜକୁ ମାରିଦେଲା ସ୍ୱାମୀ

Ritu Das
Browse all articles by Ritu Das
·1 hour ago·2 min read
ପାରିବାରିକ ବିବାଦର ଭୟଙ୍କର ପରିଣତି…ସ୍ତ୍ରୀ-ଭଉଣୀଙ୍କୁ ଗୁଳି କରି ନିଜକୁ ମାରିଦେଲା ସ୍ୱାମୀ
India

Key Points

ଘରାଇ କଳିର କରୁଣ ପରିଣତି
ସ୍ତ୍ରୀ ଏବଂ ଭଉଣୀକୁ ହତ୍ୟା କରି ଶେଷରେ ନିଜକୁ ଗୁଳି ମାରିଦେଲା ସ୍ବାମୀ

ଘରାଇ କଳିର କରୁଣ ପରିଣତି। ଏଭଳି ଘଟଣା ଶୁଣିଲେ ଆପଣ ନିଶ୍ଚିତ ଡରିଯିବେ। କିଏ କଣ ଏଭଳି ନୃଶଂସ ହୋଇପାରେ। ସ୍ତ୍ରୀ ଏବଂ ଭଉଣୀକୁ ହତ୍ୟା କରି ଶେଷରେ ନିଜକୁ ଗୁଳି ମାରିଦେଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ। ଏକ ପାରିବାରିକ ବିବାଦ ଏପରି ଭାବରେ ଶେଷ ହୋଇଛି ଯାହାକୁ ଶୁଣିଲେ କାହାର ବି ଛାତି ଥରି ଉଠିବ। ଗୁରୁବାର ଦିନ ଗୋମତୀ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ମହିଳା ବ୍ୟାଙ୍କ କର୍ମଚାରୀ ଦିବ୍ୟା ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଆଉ ତାଙ୍କୁ ଗୁଳି କରିଛନ୍ତି ତାଙ୍କ ନିଜ ସ୍ବାମୀ। 

ଏହାସହ ପଢ଼ନ୍ତୁ: ଟଙ୍କା ପାଇଁ ପ୍ରିନ୍ସିପାଲଙ୍କୁ ୨୭ଥର ଛୁରି ଭୁସିଲେ… ଦଶମ ଶ୍ରେଣୀର ୨ ଛାତ୍ର ଗିରଫ

ଅଭିଯୋଗ ହୋଇଛି ଯେ ମହିଳାଙ୍କ ସ୍ୱାମୀ ମାନସ ତାଙ୍କୁ ବ୍ୟାଙ୍କ ବାହାରେ ଗୁଳି କରିଥିଲେ। ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ପାରିବାରିକ କୋର୍ଟରେ ବିଚାରାଧୀନ ଥିଲା। ପୋଲିସ ଅନୁଯାୟୀ, ମାନସ ଦିବ୍ୟାଙ୍କୁ ପ୍ରାୟ ୧୧:୨୨ ସମୟରେ ବ୍ୟାଙ୍କ ବାହାରେ ଗୁଳି କରିଥିଲେ। ଗୁରୁତର ଆହତ ଦିବ୍ୟାଙ୍କୁ ଲୋହିଆ ଇନଷ୍ଟିଚ୍ୟୁଟ୍ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଅନୁଯାୟୀ, ମାନସ ଦିବ୍ୟାଙ୍କୁ ବ୍ୟାଙ୍କ ବାହାରେ ଡାକି ଅଫିସରୁ ବାହାରକୁ ଆସିବାକୁ କହିଥିଲେ। ସେମାନେ କିଛି ସମୟ କଥାବାର୍ତ୍ତା କରିଥିଲେ, ତା’ପରେ ମାନସ ଦିବ୍ୟାଙ୍କୁ ଗୁଳି କରିଥିଲେ।

ପତ୍ନୀଙ୍କୁ ହତ୍ୟା କରିବା ପରେ ସେ ଘରକୁ ଫେରି ତାଙ୍କ ଭଉଣୀକୁ ଗୁଳି କରିଥିଲେ। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ମାନସ ଘଟଣାସ୍ଥଳରୁ ପଳାଇ ହୁସାଦିଆସ୍ଥିତ ତାଙ୍କ ଘରକୁ ଫେରି ଆସିଥିଲେ। ପୋଲିସ ଅନୁଯାୟୀ, ସେ ତାଙ୍କ ଭଉଣୀ ବିଭା ବାଜପେୟୀଙ୍କୁ ମଧ୍ୟ ଘରେ ଗୁଳି କରି ହତ୍ୟା କରିଥିଲେ ଏବଂ ପରେ ନିଜକୁ ଗୁଳି କରିଥିଲେ। ଏହି ଗୁଳିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି ଏବଂ ପ୍ରାରମ୍ଭିକ ଭାବରେ ଘଟଣା ପଛରେ ପାରିବାରିକ ବିବାଦର କାରଣ ସନ୍ଦେହ କରୁଛି। ପୋଲିସ ଦିବ୍ୟା ମିଶ୍ରଙ୍କ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ଅନ୍ୟାନ୍ୟ ଦିଗଗୁଡ଼ିକୁ ପୋଲିସ ତଦନ୍ତ କରୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: