Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗ୍ରାମସଭା ଜମିରେ ହୋଇଥିଲା ଅବୈଧ ନିର୍ମାଣ; ମାଟିରେ ମିଶାଇଦେଲା ପ୍ରଶାସନ

National

Lucknow Masjid Demolition / ଗ୍ରାମସଭା ଜମିରେ ହୋଇଥିଲା ଅବୈଧ ନିର୍ମାଣ; ମାଟିରେ ମିଶାଇଦେଲା ପ୍ରଶାସନ

Subhramjit Ray
Browse all articles by Subhramjit Ray
·1 month ago·2 min read
ଗ୍ରାମସଭା ଜମିରେ ହୋଇଥିଲା ଅବୈଧ ନିର୍ମାଣ; ମାଟିରେ ମିଶାଇଦେଲା ପ୍ରଶାସନ
Lucknow Masjid Demolition

Key Points

ସରକାରୀ ଜମି ଜବର ଦଖଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିଛନ୍ତି ଉତ୍ତର ପ୍ରଦେଶ ସରକାର ଏବଂ ରାଜ୍ୟ ପ୍ରଶାସନ।
Lucknow Bakshi Ka Talab Area: ଗ୍ରାମସଭା ଜମିରେ ନିର୍ମିତ ହୋଇଥିବା ଅବୈଧ ମସଜିଦ୍କୁ ମାଟିରେ ମିଶାଇ ଦେଇଛି ପ୍ରଶାସନ। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସ୍ଥିତ "ବକ୍ସି କା ତାଲାବ" ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ଅଞ୍ଚଳର ଏକ ଗ୍ରାମସଭା ଜମିରେ ନିର୍ମିତ ଏକ ମସଜିଦ୍କୁ ଗୁରୁବାର ଭୋର ଚାରିଟା ବେଳେ ବୁଲଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଥିଲା। ଲକ୍ଷ୍ନୌ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏବଂ ଏସଡିଏମ୍ ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସରକାରୀ ଜମିରେ ଅବୈଧ ଭାବରେ ନିର୍ନିତ ହୋଇଥିବା ମସଜିଦ୍କୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ତିନୋଟି ବୁଲଡୋଜର ସହିତ ଘଟଣାସ୍ଥଳରେ ପହଞ୍ଚିଥିଲା। କିଛି ଘଣ୍ଟା ମଧ୍ୟରେ ସେହି ମସଜିଦ୍କୁ ଭାଙ୍ଗି ଦିଆଯାଇଥିଲା। ପରେ ଏହାର ଭଗ୍ନାବଶେଷ ହଟାଇ ଦିଆଯାଇଥିଲା। ଆହ୍ଲାବାଦ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାସ୍ଥଳରେ କୌଣସି ପ୍ରକାର ବାଦ ବିବାଦ କିମ୍ବା ଉତ୍ତେଜନାକୁ ରୋକିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ଏବଂ ରାଜ୍ୟର ପ୍ରାଦେଶିକ ସଶସ୍ତ୍ର ବଳକୁ ନିୟୋଜିତ କରାଯାଇଥିଲା।

ସ୍ଥାନୀୟ ପ୍ରଶାସନ ପ୍ରଥମେ ଏ ସମ୍ପର୍କିତ ମାମଲାରେ ଗତ ୨୦୨୪ ରେ ତହସିଲଦାର କୋର୍ଟରେ ଏକ ଆବେଦନ ଦାଖଲ କରିଥିଲା। ତହସିଲଦାର କୋର୍ଟ ୨୦୨୫ ରେ ମସଜିଦ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେବା ସହ ୩୬,୦୦୦ ଟଙ୍କା ଜରିମାନା ଲଗାଇଥିଲେ। ନିଜ ଆଡୁ ମସଜିଦ୍ ଭାଙ୍ଗି ଦେବା ପାଇଁ ଏସଡିଏମ୍ ମଧ୍ୟ କହିଥିଲେ। ହେଲେ ତଥାପି ମସଜିଦ ପକ୍ଷରୁ ତହସିଲଦାର କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଏଡିଏମ୍ କୋର୍ଟରେ ଆବେଦନ କରାଯାଇଥିଲା। ହେଲେ ସେଠାରେ ଏନେଇ ଦାଖଲ ହୋଇଥିବା ମାମଲା ମଧ୍ୟ ଖାରଜ ହୋଇ ଯାଇଥିଲା। ଏହା ପରେ ମସଜିଦ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ହେଲେ ହାଇକୋର୍ଟ ମାର୍ଚ୍ଚ ୨୬ ତାରିଖରେ ଏହି ମସଜିଦ୍ କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତର ପ୍ରଦେଶରେ ବିଜେପି ସରକାର ଗଠନ ହେବା ପର ଠାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଭିନ୍ନ ସରକାରୀ ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରିବାରେ ଲାଗିଛନ୍ତି। ଏହି କ୍ରମରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସରକାରୀ ଜମିରେ ବେଆଇନ ଭାବରେ ନିର୍ମିତ ହୋଇଥିବା ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ଭଙ୍ଗାଯାଉଛି।

ଆହ୍ଲାବାଦ ଉଚ୍ଚନ୍ୟାୟାଳୟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ଗ୍ରାମସଭା ଜମିରେ ନିର୍ମିତ ମସଜିଦକୁ ପାଇଁ ଏସଡି଼ଏମ ଦେଇଥିବା ନିର୍ଦ୍ଦେଶକୁ ସମର୍ଥନ କରିଥିଲେ। ହେଲେ ତଥାପି ଲକ୍ଷ୍ନୌ ଖଣ୍ଡପୀଠ ତହସିଲଦାର କୋର୍ଟ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୩୬,୦୦୦ ଟଙ୍କା ଜରିମାନାକୁ ରଦ୍ଦ କରିଥିଲେ। ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ ଗ୍ରାମସଭା ଜମିରେ ନିର୍ମିତ ମସଜିଦ୍ ନିର୍ମାଣରେ ଆବେଦନକାରୀଙ୍କ କୌଣସି ଭୂମିକା ନାହିଁ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lucknow Masjid Demolition: Illegal Structure on Gram Sabha Land Razed by Admin | Argus News