Lucknow Kanpur expressway damage / ଉଦଘାଟନ ପରେ ଧସିଗଲା ଏକ୍ସପ୍ରେସୱେ; ପ୍ରତିକ୍ରିୟା ରଖିଲା ଏନଏଚଆଇ

Key Points
Lucknow Kanpur expressway caved in: ଉଦଘାଟନ ହେବା ପରେ ଧସିଯାଇଛ ଲକ୍ଷ୍ନୌ-କାନପୁର ଏକ୍ସପ୍ରେସୱେ। ଏହାର କିଛି ଅଂଶକୁ ମାତ୍ର ୧୨ ଦିନ ପୂର୍ବରୁ ଉଦଘାଟନ କରାଯାଇଥିଲା। ହେଲେ ଏହି ଗ୍ରୀନଫିଲ୍ଡ ନ୍ୟାସନାଲ ଏଲିଭେଟେଡ୍ ଏକ୍ସପ୍ରେସୱେର ଏକ ଅଂଶ ଉନ୍ନାଓ ଜିଲ୍ଲା ନିକଟରେ ଧସି ଯାଇଛି। ଉନ୍ନାଓ ଜିଲ୍ଲାର କୋରାରୀ ଅଞ୍ଚଳ ନିକଟରେ କାନପୁର-ଲକ୍ଷ୍ନୌ ଲେନ୍ ରାସ୍ତାର ଉପର ଭାଗ ଉପୁଡ଼ି ଯିବା ପରେ ଏଥିରେ ପାଣି ଭରି ଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ପ୍ରତିକ୍ରିୟା ରଖିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI)। ଏନେଇ NHAI ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ବର୍ଷା ଯୋଗୁଁ ଏହି ରାସ୍ତା ଧସି ଯାଇଥିଲା ଏବଂ ପରେ ଏହାକୁ ମରାମତି କରାଯାଇଛି। ଏହି ପ୍ରକଳ୍ପ ଗତ ୧୩ ତାରିଖରେ ଉଦଘାଟିତ ହୋଇଥିଲା।
୪୨୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଏକ୍ସପ୍ରେସୱେ
ପ୍ରାୟ ୪୨୦୦ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଲକ୍ଷ୍ନୌ-କାନପୁର ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ, ଉନ୍ନାଓ ଜିଲ୍ଲା ନିକଟରେ ଏହାର ଏକ ଅଂଶ ଭୁଶୁଡ଼ି ପଡ଼ିବା ଯୋଗୁଁ ଚର୍ଚ୍ଚାକୁ ଆସିଥିଲା। ବର୍ଷା ସମୟରେ ଏହି ଏକ୍ସପ୍ରେସୱେର ଏକ ଅଂଶ ଭୁଶୁଡ଼ି ପଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲ ଯେ କାନପୁର-ଲକ୍ଷ୍ନୌ ରୁଟ୍, ଲକ୍ଷ୍ନୌ ସ୍ଥିତ କୋରାରି ଗାଁ ନିକଟରେ ପ୍ରାୟ ୫-୭ ମିଟର ରାସ୍ତା ଧସିଯାଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା।
ଏହା ସହ ପଢନ୍ତୁ: ଉଦଘାଟନ ପରେ ଧସିଗଲା ଏକ୍ସପ୍ରେସୱେ; ପ୍ରତିକ୍ରିୟା ରଖିଲା ଏନଏଚଆଇ
ଭିଡ଼ିଓ ଭାଇରାଲ ପରେ କ'ଣ କହିଲା NHAI?
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କହିଛି, "NHAI ଯାତ୍ରୀଙ୍କୁ ଜଣାଇବାକୁ ଚାହୁଁଛି ଯେ କାନପୁର-ଲକ୍ଷ୍ନୌ ଏକ୍ସପ୍ରେସୱେର ୬୪ ନିକଟରେ ରାସ୍ତା ଭୁଶୁଡ଼ି ପଡ଼ିବା ସ୍ଥାନରେ ମରାମତି କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଛି। ପ୍ରଭାବିତ ଅଂଶ ମରାମତି କରାଯାଇଛି, ଏବଂ ଟ୍ରାଫିକ୍ ଚଳାଚଳ ବର୍ତ୍ତମାନ ସୁଗମ ଏବଂ ସ୍ୱାଭାବିକ। NHAI ଜାତୀୟ ରାଜପଥ ନେଟୱାର୍କରେ ସୁରକ୍ଷା, ଗୁଣବତ୍ତା ଏବଂ ନିରବଚ୍ଛିନ୍ନ ଯାତ୍ରା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଏବଂ ମରାମତି କାର୍ଯ୍ୟ ସମୟରେ ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ଧୈର୍ଯ୍ୟ ଏବଂ ସହଯୋଗ ପାଇଁ ଧନ୍ୟବାଦ।"
Traffic Update | Kanpur–Lucknow Expressway
— NHAI (@NHAI_Official) July 26, 2026
NHAI would like to inform commuters that the rectification work at the slipage location near Km 64 on the Kanpur–Lucknow Expressway has been successfully completed. The affected stretch has been restored, and traffic movement is now… pic.twitter.com/HhERVABza7
ଲକ୍ଷ୍ନୌ-କାନପୁର ଏକ୍ସପ୍ରେସୱେର ବୈଶିଷ୍ଟ୍ୟ
୪୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୩ କିଲୋମିଟର ଲମ୍ବ ଲକ୍ଷ୍ନୌ-କାନପୁର ଏକ୍ସପ୍ରେସୱେ, ଉତ୍ତର ପ୍ରଦେଶର ଏକ ଅତ୍ୟାଧୁନିକ ପ୍ରକଳ୍ପ। ଏହା ଏକ ୬ ଲେନ୍ ବିଶିଷ୍ଟ ରାଜପଥ। ଏହା ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ଦୁଇ ଘଣ୍ଟାରୁ ମାତ୍ର ୩୫ ରୁ ୪୫ ମିନିଟକୁ ହ୍ରାସ କରିଥାଏ। ଏହି ରାସ୍ତାରେ ଗାଡ଼ି ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଯାତ୍ରା କରିପାରିବ। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହାର ବିଶାଳ ୧୮ କିଲୋମିଟର ଲମ୍ବା ଉଚ୍ଚ ଟ୍ରାକ୍, ଏହା ହେଉଛି ଦେଶର ପ୍ରଥମ ସମ୍ପୂର୍ଣ୍ଣ ବାଧାମୁକ୍ତ ଟ୍ରାକ୍, ଯାହା ଏହାକୁ ଏକ ଅନନ୍ୟ ପରିଚୟ ଦେଇଥାଏ।
📱 Get Argus News App
✨Related Topics
Explore more stories