ସିଦ୍ଧୁଙ୍କୁ ବିଦା କରିବାକୁ ହାଇକମାଣ୍ଡଙ୍କୁ ଚିଠି ଲେଖିଲେ ଲୁଧିୟାନା କଂଗ୍ରେସ ସାଂସଦ
·2 years ago

ଅର୍ଗସ ବ୍ୟୁରୋ: ପଞ୍ଜାବରେ ସିଦ୍ଧୁ ବନାମ ରେଷ୍ଟ ଅଫ୍ କଂଗ୍ରେସ। ସିଦ୍ଧୁଙ୍କୁ କଂଗ୍ରେସରୁ ବିଦା କରିବାକୁ ହାଇକମାଣ୍ଡଙ୍କୁ ଚିଠି ଲେଖିଲେ ଲୁଧିୟାନା କଂଗ୍ରେସ ସାଂସଦ ରବନୀତ ବିଟ୍ଟୁ। 10 ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଟ୍ଟୁ। ପଞ୍ଜାବ କଂଗ୍ରେସରେ ଯଦି ସିଦ୍ଧୁ ରହିବେ ବାକି ସଦସ୍ୟଙ୍କୁ ଦଳରୁ ବହିଷ୍କାର କରିଦିଅନ୍ତୁ ବୋଲି କହିଛନ୍ତି ବିଟ୍ଟୁ।
ନବଜୋତ ସିଂ ସିଦ୍ଧୁ ବିଭିନ୍ନ ସ୍ଥାନରେ ରାଲିର ଆୟୋଜନ କରୁଥିବାରୁ ତାଙ୍କ ଉପରେ ନାରାଜ ଅଛନ୍ତି ଦଳର ଅନ୍ୟ ନେତା। ଦଳ ମଧ୍ୟରେ ସିଦ୍ଧୁ ମନମୁଖି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ସେପଟେ ଆମ ଆଦମୀ ପାର୍ଟି ସହ ମେଣ୍ଟ ନକରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ବିଟ୍ଟୁ। ଯାହାଫଳରେ ହାଇକମାଣ୍ଡଙ୍କ ଟେନସନ୍ ବଢ଼ିଛି। ଦଳ କେମିତି ପଞ୍ଜାବରେ ମେଣ୍ଟ କରିବ ଏବଂ ସିଦ୍ଧୁଙ୍କୁ ନେଇ କଣ ନିଷ୍ପତ୍ତି ନେବ ସମସ୍ତଙ୍କର ନଜର ରହିଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: