Train Fire / ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଲାଗିଲା ଭୟଙ୍କର ନିଆଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
·9 months ago·2 min read

Key Points
ଆଜି ପଞ୍ଜାବର ସରହିନ୍ଦ ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଟଳି ଯାଇଛି।
ଆଜି ପଞ୍ଜାବର ସରହିନ୍ଦ ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଟଳି ଯାଇଛି। ଅମୃତସରରୁ ସହରସା ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଟ୍ରେନ୍ ଟି ଅମ୍ବାଲାରୁ ଅଧ କିଲୋମିଟର ଦୂରରେ ଥିବା ସରହିନ୍ଦ ଷ୍ଟେସନ ନିକଟରେ ପହଞ୍ଚିବା ମାତ୍ରେ ଏହି ଘଟଣା ଘଟିଥିଲା। ଯାତ୍ରୀମାନେ ଟ୍ରେନ୍ର ଗୋଟିଏ କୋଚ୍ରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ରେଳ କର୍ମଚାରୀଙ୍କୁ ସତର୍କ କରାଇ ଦେଇଥିଲେ। ଲୋକୋପାଇଲଟଙ୍କ ବୁଦ୍ଧିମତ୍ତାର ସହିତ କାର୍ଯ୍ୟ କରି ତୁରନ୍ତ ଟ୍ରେନ୍କୁ ଅଟକାଇ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦେଇଥିଲେ।
ଭାରତୀୟ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ପୋଲିସ ଏବଂ ରେଲଓ୍ବେ ଟିମର ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଗଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଗଲା। ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଛନ୍ତି ତାଙ୍କୁ ଅଧିକ ଚିକିତ୍ସା କରିବାପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରେଲଓ୍ବେ ଅଧିକାରୀ ମାନେ କହିଛନ୍ତି ଏହି ଦୁର୍ଘଟଣା ସକାଳ ୭ଟା ୩୦ରେ ଘଟିଥିଲା। ଯେମିତି ଅଗ୍ନିକାଣ୍ଡର ଖବର ମିଳିଥିଲା ରେଳ କର୍ମଚାରୀମାନେ ତୁରନ୍ତ ପ୍ରଭାବିତ ବଗିଗୁଡ଼ିକରୁ ଯାତ୍ରୀମାନଙ୍କୁ ବାହାର କରିଥିଲେ। ନିଆଁ ବହୁତ ମାତ୍ରାରେ ବ୍ୟାପି ନ ଥିଲା ସେଥିପାଇଁ ତୁରନ୍ତ ଆୟତ୍ତ କରାଯାଇପାରିଲା। ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନି। ଅଧିକ ଯାଞ୍ଚ ଜାରି ରହିଛି। ଯାତ୍ରୀମାନଙ୍କୁ ଅନ୍ୟ ଏକ ଟ୍ରେନର ବ୍ୟବସ୍ଥା କରାଯାଇ ଖୁବଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯିବ।
ମେହୁଲ ଚୋକସିଙ୍କୁ ବଡ଼ ଝଟକା । ଭାରତକୁ ପ୍ରତ୍ୟର୍ପଣ ପାଇଁ ବେଲଜିୟମ କୋର୍ଟଙ୍କ ନିର୍ଦ୍ଦେଶ ପରେ ନ୍ୟାୟିକ ଲଢେଇରେ ଭାରତକୁ ମିଳିଛି ବଡ଼ ସଫଳତା । ବେଲଜିୟମର ଏକ କୋର୍ଟ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ବିଚାର ପାଇଁ ୬୫ ବର୍ଷୀୟ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭାରତର ପ୍ରତ୍ୟର୍ପଣ ଅନୁରୋଧ ପରେ ଆଣ୍ଟୱର୍ପର ଏକ କୋର୍ଟ ଏହି ପ୍ରାରମ୍ଭିକ ନିର୍ଦ୍ଦେଶ ଦେଇଛନ୍ତି। ଏବେବି ମେହୁଲ ଚୋକସି ରାୟ ବିରୁଦ୍ଧରେ ଆବେଦନ କରିପାରିବେ। ଚୋକସିଙ୍କୁ ଏପ୍ରିଲ ୧୨ ତାରିଖରେ ବେଲଜିୟମରେ ଗିରଫ କରାଯାଇଥିଲା। ଭାରତୀୟ ଏଜେନ୍ସି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରତ୍ୟାର୍ପଣ ଅନୁରୋଧ ପରେ ବେଲଜିୟମ କର୍ତ୍ତୃପକ୍ଷ ଗିରଫ କରିଥିଲେ।
ତେବେ କୋର୍ଟ ପ୍ରଥମେ ଉଭୟ ପକ୍ଷ ବେଲଜିୟମରେ ଭାରତ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଓ ଚୋକସିଙ୍କ ଓକିଲଙ୍କ ଯୁକ୍ତି ଶୁଣିଥିଲେ। ଏହାପରେ ଭାରତକୁ ପ୍ରତ୍ୟର୍ପଣ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଚୋକସିଙ୍କୁ ୧୧ ଏପ୍ରିଲ ୨୦୨୫ରେ ଆଣ୍ଟୱର୍ପ ପୋଲିସ ଗିରଫ କରିଥିଲା ଏବଂ ଗତ ୪ ମାସ ଧରି ସେ ଜେଲରେ ଅଛନ୍ତି। ବେଲଜିୟମର ବିଭିନ୍ନ କୋର୍ଟ ଦ୍ୱାରା ତାଙ୍କ ଜାମିନ ଆବେଦନ ଅନେକ ଥର ଖାରଜ କରାଯାଇଛି।
VIDEO | Sirhind, Punjab: A major train accident was averted near Sirhind railway station when a fire broke out in the Garib Rath Express travelling from Amritsar to Saharsa, just half a kilometre ahead of Ambala. The train was halted immediately after smoke was seen billowing… pic.twitter.com/vXwHoqTEJB
— Press Trust of India (@PTI_News) October 18, 2025
ଟ୍ରେନ୍ ଟି ଅମ୍ବାଲାରୁ ଅଧ କିଲୋମିଟର ଦୂରରେ ଥିବା ସରହିନ୍ଦ ଷ୍ଟେସନ ନିକଟରେ ପହଞ୍ଚିବା ମାତ୍ରେ ଏହି ଘଟଣା ଘଟିଥିଲା। ଯାତ୍ରୀମାନେ ଟ୍ରେନ୍ର ଗୋଟିଏ କୋଚ୍ରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ରେଳ କର୍ମଚାରୀଙ୍କୁ ସତର୍କ କରାଇ ଦେଇଥିଲେ। ଲୋକୋପାଇଲଟଙ୍କ ବୁଦ୍ଧିମତ୍ତାର ସହିତ କାର୍ଯ୍ୟ କରି ତୁରନ୍ତ ଟ୍ରେନ୍କୁ ଅଟକାଇ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦେଇଥିଲେ।
ଭାରତୀୟ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ପୋଲିସ ଏବଂ ରେଲଓ୍ବେ ଟିମର ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଗଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଗଲା। ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଛନ୍ତି ତାଙ୍କୁ ଅଧିକ ଚିକିତ୍ସା କରିବାପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହାସହ ପଢ଼ନ୍ତୁ: ସବୁଜ ବାଣ କ'ଣ ? ଜାଣନ୍ତୁ ଏହି ବାଣ ଅନ୍ୟ ବାଣଠୁ କେତେ ଭିନ୍ନ
ରେଲଓ୍ବେ ଅଧିକାରୀ ମାନେ କହିଛନ୍ତି ଏହି ଦୁର୍ଘଟଣା ସକାଳ ୭ଟା ୩୦ରେ ଘଟିଥିଲା। ଯେମିତି ଅଗ୍ନିକାଣ୍ଡର ଖବର ମିଳିଥିଲା ରେଳ କର୍ମଚାରୀମାନେ ତୁରନ୍ତ ପ୍ରଭାବିତ ବଗିଗୁଡ଼ିକରୁ ଯାତ୍ରୀମାନଙ୍କୁ ବାହାର କରିଥିଲେ। ନିଆଁ ବହୁତ ମାତ୍ରାରେ ବ୍ୟାପି ନ ଥିଲା ସେଥିପାଇଁ ତୁରନ୍ତ ଆୟତ୍ତ କରାଯାଇପାରିଲା। ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନି। ଅଧିକ ଯାଞ୍ଚ ଜାରି ରହିଛି। ଯାତ୍ରୀମାନଙ୍କୁ ଅନ୍ୟ ଏକ ଟ୍ରେନର ବ୍ୟବସ୍ଥା କରାଯାଇ ଖୁବଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯିବ।
ଏଥିସହ ପଢ଼ନ୍ତୁ : ବେଲଜିୟମ କୋର୍ଟରେ କେସ୍ ଜିତିଲା ଭାରତ, ମେହୁଲ ଚୋକ୍ସିଙ୍କୁ ଘୋଷାଡ଼ି ଆଣିବ
ମେହୁଲ ଚୋକସିଙ୍କୁ ବଡ଼ ଝଟକା । ଭାରତକୁ ପ୍ରତ୍ୟର୍ପଣ ପାଇଁ ବେଲଜିୟମ କୋର୍ଟଙ୍କ ନିର୍ଦ୍ଦେଶ ପରେ ନ୍ୟାୟିକ ଲଢେଇରେ ଭାରତକୁ ମିଳିଛି ବଡ଼ ସଫଳତା । ବେଲଜିୟମର ଏକ କୋର୍ଟ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ବିଚାର ପାଇଁ ୬୫ ବର୍ଷୀୟ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭାରତର ପ୍ରତ୍ୟର୍ପଣ ଅନୁରୋଧ ପରେ ଆଣ୍ଟୱର୍ପର ଏକ କୋର୍ଟ ଏହି ପ୍ରାରମ୍ଭିକ ନିର୍ଦ୍ଦେଶ ଦେଇଛନ୍ତି। ଏବେବି ମେହୁଲ ଚୋକସି ରାୟ ବିରୁଦ୍ଧରେ ଆବେଦନ କରିପାରିବେ। ଚୋକସିଙ୍କୁ ଏପ୍ରିଲ ୧୨ ତାରିଖରେ ବେଲଜିୟମରେ ଗିରଫ କରାଯାଇଥିଲା। ଭାରତୀୟ ଏଜେନ୍ସି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରତ୍ୟାର୍ପଣ ଅନୁରୋଧ ପରେ ବେଲଜିୟମ କର୍ତ୍ତୃପକ୍ଷ ଗିରଫ କରିଥିଲେ।
ତେବେ କୋର୍ଟ ପ୍ରଥମେ ଉଭୟ ପକ୍ଷ ବେଲଜିୟମରେ ଭାରତ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଓ ଚୋକସିଙ୍କ ଓକିଲଙ୍କ ଯୁକ୍ତି ଶୁଣିଥିଲେ। ଏହାପରେ ଭାରତକୁ ପ୍ରତ୍ୟର୍ପଣ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଚୋକସିଙ୍କୁ ୧୧ ଏପ୍ରିଲ ୨୦୨୫ରେ ଆଣ୍ଟୱର୍ପ ପୋଲିସ ଗିରଫ କରିଥିଲା ଏବଂ ଗତ ୪ ମାସ ଧରି ସେ ଜେଲରେ ଅଛନ୍ତି। ବେଲଜିୟମର ବିଭିନ୍ନ କୋର୍ଟ ଦ୍ୱାରା ତାଙ୍କ ଜାମିନ ଆବେଦନ ଅନେକ ଥର ଖାରଜ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories