ରଙ୍ଗ ପର୍ବ ହେଲା କାଳ, ଭାଙ୍ଗିଲା ଦୁଃଖର ପାହାଡ଼
·2 years ago·1 min read

ଅର୍ଗସ ବ୍ୟୁରୋ : ରଙ୍ଗର ପର୍ବ ହେଲା କାଳ । ହୋଲିର ଖେଳ ଖୁସି ହୋଉଥିବା ବେଳେ, ଭାଙ୍ଗିଲା ଦୁଃଖର ପାହାଡ଼ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶରେ । ଆଜି ହୋଲି ଉତ୍ସବ ‘ହୋଲା ମୋହଲ୍ଲା’ ସମୟରେ ବଡ ଅଘଟଣ ଘଟିଛି । ଉନା ଜିଲ୍ଲାର ଆମ୍ବ ଉପଖଣ୍ଡର ମେଡିରେ ଭୂସ୍ଖଳନ ଘଟି ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୭ଜଣ ଆହତ ହୋଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୋଲା ମୋହଲ୍ଲା ଉତ୍ସବ ଚାଲିଥିବାବେଳେ ଏଠାରେ ହାଠାତ୍ ପାହାଡ ଧସିଥିଲା । ପୋଲିସ୍ ମୃତକମାନଙ୍କ ଶରୀରକୁ ଜବତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ହୋଲି ପାଇଁ ଭୋର ପ୍ରାୟ ୫ଟାରେ ଆମ୍ବର ମେଡି ମେଳା ସେକ୍ଟର ନଂ ୫ ଚରଣ ଗଙ୍ଗାରେ ଶ୍ରଦ୍ଧାଳୁମାନେ ପବିତ୍ର ଝରଣାରେ ସ୍ନାନ କରୁଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

