Videos
|
National

CCTV Video Viral / ପ୍ରେମୀଯୁଗଳଙ୍କ ବ୍ୟାଗରେ ଗଞ୍ଜେଇ ରଖିବାକୁ ନିର୍ଦ୍ଦେଶ! CCTVରେ କଏଦ ପୋଲିସ ବାବୁଙ୍କ କାରନାମା

Bikash Mohanty
Browse all articles by Bikash Mohanty
·53 mins ago·2 min read
ପ୍ରେମୀଯୁଗଳଙ୍କ ବ୍ୟାଗରେ ଗଞ୍ଜେଇ ରଖିବାକୁ ନିର୍ଦ୍ଦେଶ! CCTVରେ କଏଦ ପୋଲିସ ବାବୁଙ୍କ  କାରନାମା
Dipak Mishra

Key Points

ଖାକିରେ ଲାଗିଲା ଦାଗ!
ପ୍ରେମୀଯୁଗଳଙ୍କ ବ୍ୟାଗରେ ଗଞ୍ଜେଇ ରଖିବାକୁ ନିର୍ଦ୍ଦେଶ!
CCTVରେ କଏଦ ପୋଲିସ ବାବୁଙ୍କ କାରନାମା
ମଧ୍ୟପ୍ରଦେଶର ସିଉନିର ଘଟଣା 
ସିଉନି: ଖାକିରେ ଲାଗିଲା ଦାଗ! ଆଇନର ରକ୍ଷକ ସାଜି ଆଇନ ଉଲ୍ଲଂଘନ କରିବାର ଅଭିଯୋଗ ଏବେ ଜଣେ ପୋଲିସ ଅଧିକାରୀଙ୍କୁ ଅଡୁଆରେ ପକାଇଛି। ହୋଟେଲରେ ରହୁଥିବା ଜଣେ ବୟସ୍କ ପ୍ରେମୀଯୁଗଳଙ୍କ ବ୍ୟାଗରେ ଗଞ୍ଜେଇ ରଖି ଫସାଇବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଉଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ CCTVରେ କଏଦ ହୋଇ ଭାଇରାଲ ହେବା ପରେ ସମ୍ପୃକ୍ତ ASPଙ୍କୁ ନିଲମ୍ବନ କରାଯାଇଛି। ମଧ୍ୟପ୍ରଦେଶର ସିଓନି ଜିଲ୍ଲାର ଏହି ଘଟଣା ପୋଲିସ ବିଭାଗରେ ହଇଚଇ ସୃଷ୍ଟି କରିଛି।

ପ୍ରେମୀଯୁଗଳଙ୍କୁ ଫସାଇବାକୁ ପ୍ଲାନ୍!

ଭାଇରାଲ ଭିଡିଓରେ ହୋଟେଲ ରିସେପ୍ସନରେ ASP ଦୀପକ ମିଶ୍ର, CSP ଚଞ୍ଚଲେଶ ମାର୍କମ ଏବଂ TI ସତୀଶ ତିୱାରୀ ଉପସ୍ଥିତ ଥିବା ଦେଖାଯାଉଛି। ହୋଟେଲରେ ରହୁଥିବା ଜଣେ ବୟସ୍କ ପ୍ରେମୀଯୁଗଳଙ୍କୁ ସେମାନଙ୍କ ବୟସ ଏବଂ ବିବାହ ସମ୍ପର୍କରେ ପଚରାଉଚରା କରାଯାଉଛି। ଏହାପରେ ଯୁବତୀଙ୍କୁ ତାଙ୍କ ବାପାଙ୍କୁ ଫୋନ୍ କରିବାକୁ କୁହାଯାଉଛି। ଯୁବତୀ ଫୋନ୍ କରିବାକୁ ମନା କରିବା ପରେ ASP ଦୀପକ ମିଶ୍ର ଯୁବକଙ୍କ ବ୍ୟାଗରେ ଗଞ୍ଜେଇ ଥିବା କଥା କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଏପରିକି ହୋଟେଲ କର୍ମଚାରୀଙ୍କୁ ବ୍ୟାଗରେ ଗଞ୍ଜେଇ ରଖିବାକୁ କହୁଥିବା ଅଭିଯୋଗ ହୋଇଛି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ପୋଲିସର ଭୂମିକାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି।

ପଢନ୍ତୁ ଏହି ଖବର:  ଘରୁ ଚୋରି କରି ବୟଫ୍ରେଣ୍ଡଙ୍କୁ ଦେଉଥିଲେ ସୁନା ଓ ଟଙ୍କା, ଗାର୍ଲଫ୍ରେଣ୍ଡଙ୍କ ଟଙ୍କାରେ ଅୟସ କରୁଥିଲେ ଯୁବକ!

ହୋଟେଲ ମାଲିକଙ୍କଠାରୁ ମାସିକ ୫୦ ହଜାର ଟଙ୍କା ଦାବି!

ଏହି ଘଟଣାରେ ହୋଟେଲ ମାଲିକ ସଞ୍ଜୟ ସାନୋଡିଆ ପୋଲିସ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ପୋଲିସ ଅଧିକାରୀମାନେ ପ୍ରତି ମାସରେ ତାଙ୍କଠାରୁ ୫୦ ହଜାର ଟଙ୍କା ଦାବି କରୁଥିଲେ। ଏପରିକି ଅକ୍ଟୋବର ମାସରେ TI ସତୀଶ ତିୱାରୀଙ୍କୁ ୨୦ ହଜାର ଟଙ୍କା ଦେଇଥିବା ସେ ଦାବି କରିଛନ୍ତି। ତଥାପି ଅବଶିଷ୍ଟ ଟଙ୍କା ପାଇଁ ଚାପ ପକାଯାଉଥିବା ଅଭିଯୋଗ ହୋଇଛି।

CCTV DVR ନେଇଯାଇଥିଲା ପୋଲିସ!

ହୋଟେଲ ମାଲିକଙ୍କ ଅଭିଯୋଗ ଅନୁସାରେ, ଅକ୍ଟୋବର ୭ରୁ ୯ ତାରିଖ ମଧ୍ୟରେ ପୋଲିସ ଲଗାତାର ତିନି ଦିନ ହୋଟେଲରେ ଚଢ଼ାଉ କରିଥିଲା। ଏହି ସମୟରେ ହୋଟେଲର CCTV DVR ମଧ୍ୟ ନେଇଯାଇଥିବା ସେ କହିଛନ୍ତି। ପରେ ମାଲିକ ଆଉ ଏକ ଗୁପ୍ତ କ୍ୟାମେରା ଲଗାଇଥିଲେ। ଏହି କ୍ୟାମେରାରେ କଏଦ ହୋଇଥିବା ଭିଡିଓ ଏବେ ସମଗ୍ର ଘଟଣାକୁ ସାମ୍ନାକୁ ଆଣିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭିଡିଓ ଭାଇରାଲ ହେବା ପରେ ମାମଲା ଗୁରୁତର ରୂପ ନେଇଛି। ଫଳରେ ସମ୍ପୃକ୍ତ ASPଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା ପୋଲିସ ବିଭାଗର ସ୍ୱଚ୍ଛତା, ନିରପେକ୍ଷତା ଓ କାର୍ଯ୍ୟଶୈଳୀ ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି। ତେବେ ହୋଟେଲ ମାଲିକଙ୍କ ଆର୍ଥିକ ଅନିୟମିତତା ସମ୍ପର୍କିତ ଅଭିଯୋଗ ଏବଂ ଭିଡିଓର ସମ୍ପୂର୍ଣ୍ଣ ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।