Videos
|
National

Bus Accident / ମକ୍କା-ମଦିନା ବସ୍‌ ନିଆଁରେ ଜଳିଗଲେ ଗୋଟିଏ ପରିବାରର ୧୮ ଜଣ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ମକ୍କା-ମଦିନା ବସ୍‌ ନିଆଁରେ ଜଳିଗଲେ ଗୋଟିଏ ପରିବାରର ୧୮ ଜଣ

Key Points

ଦୁର୍ଘଟଣାରେ ଆଖି ବୁଜିଛନ୍ତି ଗୋଟିଏ ପରିବାରର ୧୮ ସଦସ୍ୟ । ବାପା, ପୁଅ ସହ ନାତି ଏମିତି ୩ ପିଢ଼ି ପ୍ରାଣ ହରାଇଛନ୍ତି ।
ନୂଆଦିଲ୍ଲୀ: ସାଉଦି ଆରବର ମଦିନା ନିକଟରେ ଭୟାବହ ସଡ଼କ ଦୁର୍ଘଟଣାରେ ୪୨ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆଖି ବୁଜିଛନ୍ତି ଗୋଟିଏ ପରିବାରର ୧୮ ସଦସ୍ୟ । ବାପା, ପୁଅ ସହ ନାତି ଏମିତି ୩ ପିଢ଼ି ପ୍ରାଣ ହରାଇଛନ୍ତି ।

ଗୋଟିଏ ପରିବାରର ୧୮ ମୃତକଙ୍କ ମଧ୍ୟରେ ୯ ଛୁଆ ଥିବା ଜଣାପଡ଼ିଛି । ହାଇଦ୍ରାବାଦର ଏହି ପରିବାର ଶନିବାର ସନ୍ଧ୍ୟାରେ ଭାରତ ଫେରି ଆସିଥାଆନ୍ତେ । ହେଲେ ଫେରିବାର ୫ ଦିନ ପୂର୍ବରୁ ଆସିଛି ଦୁଃଖଦ ଖବର ।

ଏଥିସହ ପଢ଼ନ୍ତୁ: ସାଉଦିରେ ଜଳିଗଲା ବସ୍‌: ୪୨ ଭାରତୀୟ ମୃତ

ପରିବାରର ଜଣେ ସଦସ୍ୟ କହିଛନ୍ତି, "ମୋ ଭାଉଜ, ଦିଅର, ତିନି ଝିଅ ଓ ତାଙ୍କ ଛୁଆ ଉମରାହ ଯାଇଥିଲେ । ଉମରାହରୁ ମଦିନା ଫେରିବା ବେଳେ ରାତି ପ୍ରାୟ ସାଢ଼େ ଗୋଟାଏରେ ଦୁର୍ଘଟଣା ହେଲା, ବସଟି ସମ୍ପୂର୍ଣ୍ଣ ଜଳିଗଲା ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟ ଜଣେ ସମ୍ପର୍କୀୟ ଆସିଫ୍ କହିଛନ୍ତି, "ଦୁର୍ଘଟଣା ପୂର୍ବରୁ ମୁଁ ଘର ଲୋକଙ୍କ ସହ ସମ୍ପର୍କରେ ଥିଲି । ଗୋଟିଏ ପରିବାରର ୧୮ ମୃତକଙ୍କ ମଧ୍ୟରେ ୯ ଜଣ ବୟସ୍କ ଓ ୯ ଜଣ ନାବାଳକ ରହିଥିଲେ । ଏହା ଆମ ପାଇଁ ବେଶ ଦୁଃଖଦାୟକ ।"

କେମିତି ଘଟିଲା ଦୁର୍ଘଟଣା ?

ସାଉଦି ଆରବ ବସ୍ ଦୁର୍ଘଟଣା ଓ ପରବର୍ତ୍ତୀ ନିଆଁରେ ମୃତ୍ୟୁବରଣ କରିଥିବା ୪୨ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର । ରିପୋର୍ଟ ଅନୁସାରେ, ଭାରତୀୟ ଯାଉଥିବା ବସ୍‌ଟି ମଦିନାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଏକ ଡିଜେଲ୍ ଟ୍ୟାଙ୍କର୍ ସହ ଧକ୍କା ହୋଇଥିଲା । ବିଳମ୍ବିତ ରାତିରେ ଦୁର୍ଘଟଣା ବେଳେ ପ୍ରାୟ ସମସ୍ତେ ଯାତ୍ରୀ ଶୋଇଥିଲେ । ଫଳରେ ଦୁର୍ଘଟଣା ପରେ ନିଆଁ ଲାଗି ଯାଇଥିବା ବେଳେ କେହି ବାହାରକୁ ବାହାରି ପାରି ନଥିଲେ ।

ଏଥିସହ ପଢ଼ନ୍ତୁ: ଧରାପଡ଼ିଲା ଆତ୍ମଘାତୀ ଆତଙ୍କବାଦୀ ଉମରର ସହଯୋଗୀ; ବିସ୍ଫୋରଣ ପାଇଁ କରିଥିଲା ଟେକ୍ନୋଲୋଜିର ସହାୟତା

ସୋମବାର ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି କହିଛନ୍ତି, "ସାଉଦି ଆରବରେ ଭାରତୀୟ ନାଗରିକଙ୍କ ସହ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ମକ୍କାରୁ ମଦିନା ଯାଉଥିବା ଏକ ବସ୍ ମୁଫ୍ରିହାଟ ନିକଟରେ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହେବା ଫଳରେ ଭାରତୀୟ ଉମରା ତୀର୍ଥଯାତ୍ରୀଙ୍କ ସମେତ ଅତି କମରେ ୪୨ ଜଣଙ୍କର ମୃତ୍ୟୁ ହୋଇଛି ।"

Related Topics

Explore more stories

Madinah Bus Crash: 18 Members of One Indian Family Dead in Saudi Tragedy | Argus News | Argus News