Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ; ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ; ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି

ଅର୍ଗସ ବ୍ୟୁରୋ :  ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି । ଦ୍ବିତୀୟ ପର୍ଯ୍ୟାୟରେ 22 ପ୍ରାର୍ଥୀଙ୍କ ସହ ମୋଟ 121 ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଦ୍ବିତୀୟ ପ୍ରାର୍ଥୀ ତାଲିକାରେ ଅକୋଲା ପଶ୍ଚିମରୁ କମଲକିଶୋର ଅଗ୍ରୱାଲ, ପୁଣେ କ୍ୟାଣ୍ଟ ଆସନରୁ  ସୁନୀଲ ଜ୍ଞାନଦେବ କାମ୍ବଲେଙ୍କୁ ପ୍ରାର୍ଥୀ କରିଛି ଦଳ । ଧୁଲେ ଗ୍ରାମୀଣରୁ ଲଢ଼ିବେ ରାମ ଭଦାଣେ, ୱାସୀମ ଆସନରୁ ଲଢିବେ ରାମଚରଣ ଖୋଡେଙ୍କୁ ପ୍ରାର୍ଥୀ କରିଛି ଦଳ । ଗତ 20 ତାରିଖରେ 99 ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା ବିଜେପି।  ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ନାଗପୁର ଦକ୍ଷିଣ-ପଶ୍ଚିମ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଅଧିକ ପଢନ୍ତୁ : ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ଷ୍ଟାର ପ୍ରଚାର ତାଲିକା

ଆସନ୍ତା ନଭେମ୍ବର 20 ତାରିଖରେ ମହାରାଷ୍ଟ ନିର୍ବାଚନ ହେବାକୁ ଯାଉଛି । ନଭେମ୍ବର 23ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ମହାରାଷ୍ଟ୍ର ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରକାଶ କରିଛି ବିଜେପି। ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂ, ନିତିନ ଗଡକରୀ, ଅଶ୍ୱିନୀ ବୈଷ୍ଣବ,  ଶିବରାଜ ସିଂ ଚୌହାନଙ୍କ ନାମ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maharashtra Assembly Elections; The list of candidates for the second phase of BJP continues | Argus News