Videos
|
National

Paneer Banned / 'ଆନାଲଗ ପନୀର'କୁ ସମ୍ପୂର୍ଣ୍ଣ ନିଷେଧ କଲେ ସରକାର; ବିକ୍ରି ଧରାପଡ଼ିଲେ ହେବ ଜେଲ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
'ଆନାଲଗ ପନୀର'କୁ ସମ୍ପୂର୍ଣ୍ଣ ନିଷେଧ କଲେ ସରକାର; ବିକ୍ରି ଧରାପଡ଼ିଲେ ହେବ ଜେଲ୍
Govt Bans Fake 'Analog' Paneer

Key Points

ସରକାର ଆନାଲଗ ପନୀର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅର୍ଥାତ୍ ଅଣ-ଦୁଗ୍ଧ ଜାତୀୟ ପନୀର ପ୍ରସ୍ତୁତି, ମହଜୁଦ୍, ପରିବହନ ଓ ବିତରଣ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।
ମୁମ୍ବାଇ: ଭାରତରେ ମୁଖ୍ୟତଃ ୨ ପ୍ରକାର ପନୀର ବିକ୍ରି ହୋଇଥାଏ । ଗୋଟିଏ ଦୁଗ୍ଧ ଜାତୀୟ ପନୀର ଅନ୍ୟଟି ଆନାଲଗ ପନୀର । ଆଉ ଆମିଷ ଖାଉ ନଥିବା ଲୋକ ସବୁଦିନ ପନୀର ଖାଇବାକୁ ପସନ୍ଦ କରନ୍ତି । ଯାହାର ସୁଯୋଗ ଉଠାଇ ଆନାଲଗ ପନୀରକୁ ଦୁଗ୍ଧ ଜାତୀୟ ପନୀର କହି ବିକ୍ରି କରାଯାଉଛି ।

ଏବେ ସରକାର ଆନାଲଗ ପନୀର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅର୍ଥାତ୍ ଅଣ-ଦୁଗ୍ଧ ଜାତୀୟ ପନୀର ପ୍ରସ୍ତୁତି, ମହଜୁଦ୍, ପରିବହନ ଓ ବିତରଣ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସାର୍ବଜନୀନ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ଏହି ବଡ଼ ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ଛତିଶଗଡ଼ ପରେ ଦେଶର ଦ୍ଵିତୀୟ ରାଜ୍ୟ ଭାବେ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଏଥିସହ ପଢ଼ନ୍ତୁ: କାଜଲ ଲଗାଉଥିଲେ ସାବଧାନ... ନଷ୍ଟ ହୋଇଯିବ ଆଖି 

ଖାଦ୍ୟ ସୁରକ୍ଷା ଆଇନ୍‌ର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ ଶବ୍ଦରେ କହିଛନ୍ତି । ଅପରାଧର ଗମ୍ଭୀରତା ଆଧାରରେ ୬ ମାସ ପର୍ଯ୍ୟନ୍ତ ଜେଲ୍ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ଏଥିସହ ଏହି ଅସୁରକ୍ଷିତ ଆନାଲଗ ପନୀର ଖାଇ କାହାରି ମୃତ୍ୟୁ ହେଲେ ଆଜୀବନ ଜେଲ୍ ଭୋଗିବାକୁ ପଡ଼ିବ । ଜେଲ୍ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

ମହାରାଷ୍ଟ୍ରର ଖାଦ୍ୟ ସୁରକ୍ଷା କମିଶନର ଜୁଲାଇ ୩୦ରେ ଏକ ନିର୍ଦ୍ଦେଶନାମା ଜାରି କରି ଆନାଲଗ୍ ଅର୍ଥାତ୍ ଅଣ-ଦୁଗ୍ଧଜାତୀ ପନୀରର ପ୍ରସ୍ତୁତିରୁ ନେଇ ବିକ୍ରି ଉପରେ କଟକଣା ଜାରି କରିଛନ୍ତି । ଯାହାକି ତୁରନ୍ତ ରାଜ୍ୟବ୍ୟାପି ଲାଗୁ କରାଯାଇଛି ।

ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଯଦି କେହି ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ଆନାଲଗ୍ ପନୀରକୁ ଦୁଗ୍ଧ ଜାତୀୟ ପନୀର କହି ବିକ୍ରି କରେ, ତାହା ଗ୍ରାହାକଙ୍କୁ ଭ୍ରମିତ କରିବା ଧରାଯିବ । ଏହା ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା ନିୟମ, ୨୦୦୬ ଅନୁସାରେ ଦଣ୍ଡନୀୟ । ଏଭଳି କ୍ଷେତ୍ରରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।

ଏଥିସହ ପଢ଼ନ୍ତୁ: ଚିନ୍ତା ବଢାଇଲାଣି ଚାନ୍ଦିପୁରା ଭାଇରସ୍ ; ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଆଟାକ୍ କରୁଛି 

ଗତବର୍ଷ ମହାରାଷ୍ଟ୍ର ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା । ଆନାଲଗ୍ ପନୀର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ ବିଧାୟକ । ଯାହା ଉପରେ ଏବେ ସରକାର ବଡ଼ ନିଷ୍ପତ୍ତି ନଇ ସମଗ୍ର ରାଜ୍ୟରେ ଆନାଲଗ୍ ପନୀରକୁ ନିଷେଧ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: