|
logo
Live
Argus News App
GET APP

Argus News - ବିଜେପି ସରକାରକୁ ସମର୍ଥନ ଜଣାଇଲେ ଉଦ୍ଧବ ଠାକରେ

National

Maharashtra Conversion Bill / ବିଜେପି ସରକାରକୁ ସମର୍ଥନ ଜଣାଇଲେ ଉଦ୍ଧବ ଠାକରେ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ବିଜେପି ସରକାରକୁ ସମର୍ଥନ ଜଣାଇଲେ ଉଦ୍ଧବ ଠାକରେ
Maharashtra Conversion Bill 2026

Key Points

ମହାରାଷ୍ଟ୍ର ବିଧାନସଭାରେ ଆଗତ ହୋଇଥିବା ୨୦୨୬ ଧାର୍ମିକ ସ୍ୱତନ୍ତ୍ରତା ବିଧେୟକକୁ ସମର୍ଥନ କରିଛି ରାଜ୍ୟର ମୁଖ୍ୟ ବିରୋଧି ଉଦ୍ଧବ ବାଲାସାହେବ ଠାକରେ।
SSUBT Chief Uddhav Thackeray: ମହାରାଷ୍ଟ୍ର ବିଧାନସଭାରେ ଆଗତ ହୋଇଥିବା ଧର୍ମାନ୍ତରୀକରଣ ବିଧେୟକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ବିଧାନସଭାରେ ଆଗତ ହୋଇଥିବା ୨୦୨୬ ମହାରାଷ୍ଟ୍ର ଧାର୍ମିକ ସ୍ୱତନ୍ତ୍ରତା ବିଧେୟକକୁ ସମର୍ଥନ କରିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଉଦ୍ଧବ ବାଲାସାହେବ ଠାକରେ (ଶିବସେନା ୟୁବିଟି)। ଏନେଇ ସେ କହିଛନ୍ତି ଯେ ତାଙ୍କ ଦଳ ବଳପୂର୍ବକ, ଲାଞ୍ଚ କିମ୍ବା ଲୋଭ ଦେଖାଇ କରାଯାଉଥିବା ଧର୍ମାନ୍ତରୀକରଣକୁ ବିରୋଧ କରିବ।

ଗଣମାଧ୍ୟମ ସହ ବାର୍ତ୍ତାଳପ କରିବା ବେଳେ ଉଦ୍ଧବ ଠାକରେ (SSUBT Chief Uddhav Thackeray) ସ୍ପଷ୍ଟ କରିଛନ୍ତି ଯେ ଧାର୍ମିକ ସ୍ୱାଧିନତା (Religious Freedom in India) ହେଉଛି ଏକ ସାମ୍ବିଧାନିକ ଅଧିକାର (Constitutional Rights in India)। ହେଲେ କାହାକୁ ଧର୍ମ ବଦଳାଇବା ପାଇଁ ବାଧ୍ୟ କରିବା (Forced Religious Conversion) କରିବା ଭୁଲ। ଯଦି କେହି ଧମକ ଦେଇ ଧର୍ମାନ୍ତରଣ କରିବାକୁ ବାଧ୍ୟ କରୁଛନ୍ତି, ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ରାଜ୍ୟ ବିଧାନସଭାରେ ଆଗତ ହୋଇଥିବା ଧର୍ମାନ୍ତରୀକରଣ ବିଧେୟକୁ ଶିବସେନା ୟୁବିଟି (Shiv Sena Uddhav Balasaheb Thackeray) ସମର୍ଥନ ଜଣାଉଛି।

ମହାରାଷ୍ଟ୍ର ଧାର୍ମିକ ସ୍ୱତନ୍ତ୍ରତା ବିଧେୟକ ୨୦୨୬ କ'ଣ?
ଚଳିତ ବର୍ଷ ମହାରାଷ୍ଟ୍ର ସରକାର ରାଜ୍ୟ ବିଧାନସଭାରେ ଧାର୍ମିକ ସ୍ୱତନ୍ତ୍ରତାକୁ ନେଇ ଏକ ବିଧେୟକ ଆଗତ କରିଥିଲେ। ଏହି ବିଧେୟକ ଆଗତ କରାଯିବା ପଛରେ ରହିଥିବା କାରଣ ହେଉଛି ବଳପୂର୍ବକ, ପ୍ରଲୋଭନ, ଚାପ କିମ୍ବା ବିବାହ ମାଧ୍ୟମରେ ହେଉଥିବା ଧର୍ମାନ୍ତରୀକରଣକୁ ରୋକିବା। ଏହି ଆଇନ ଅଧିନରେ ଏପରି ମାମଲାରେ ଜେଲଦଣ୍ଡ ଏବଂ ଅନ୍ୟାନ୍ୟ ଦଣ୍ଡାଦେଶ ଆଦି ପଦକ୍ଷେପ ପାଇଁ ବ୍ୟବସ୍ଥା ରହିଛି।

ବିଧାନସଭାରେ ବିଧେୟକ ଉପସ୍ଥାପନ କରି ମହାରାଷ୍ଟ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଭୋୟାର କହିଛନ୍ତି ଯେ ବିଗତ କିଛି ବର୍ଷରେ ବଳପୂର୍ବକ ଧର୍ମାନ୍ତରୀକରଣ ସହ ଜଡ଼ିତ ଅନେକ ମାମଲା ସାମ୍ନାକୁ ଆସିଛି। ଯାହା ସାମାଜିକ ସଦ୍ଭାବନା ଏବଂ ଆଇନ ଶୃଙ୍ଖଳା ପାଇଁ ବିପଦ ସୃଷ୍ଟି କରିଛି।

ଧର୍ମାନ୍ତରଣ ନୁହେଁ ବରଂ ବାଧ୍ୟ ବାଧକତା ଉପରେ ଲଗାଯିବ ରୋକ: ମହାରାଷ୍ଟ୍ର ସରକାର
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ୨୦୨୬ ଧାର୍ମିକ ସ୍ୱତନ୍ତ୍ରତା ବିଧେୟକ ୨୦୨୬ ସମର୍ଥନରେ ଆସିଛନ୍ତି। ଏନେଇ ସେ କରିଛନ୍ତି ଯେ ଆଇନ ଜଣେ ବ୍ୟକ୍ତିଙ୍କୁ ସ୍ୱେଚ୍ଛାକୃତ ଭାବରେ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଅଟକାଏ ନାହିଁ। ଏହି ବିଧେୟକର ଉଦ୍ଦେଶ୍ୟ ଧର୍ମାନ୍ତରୀକରଣ ଉପରେ ରୋକ ଲଗାଇବା ନୁହେଁ, ବରଂ ପ୍ରତାରଣା, ବଳପ୍ରୟୋଗ କିମ୍ବା ପ୍ରଲୋଭନ ମାଧ୍ୟମରେ କରାଯାଉଥିବା ଧର୍ମାନ୍ତରୀକରଣକୁ ରୋକିବା। ଏପରି କ୍ଷେତ୍ରରେ କୋର୍ଟ ଏପରି ଉପାୟରେ ହେଉଥିବା ଧର୍ମାନ୍ତରୀକରଣକୁ ଅବୈଧ ଘୋଷଣା କରିପାରିବେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maharashtra Conversion Bill: ବିଜେପି ସରକାରକୁ ସମର୍ଥନ ଜଣାଇଲେ ଉଦ୍ଧବ ଠାକରେ | Argus News