Videos
|
National

FloodRescue / ମୃତ୍ୟୁ ସହ ସଂଘର୍ଷ... ବନ୍ୟା ପାଣିରେ ଗଛ ଉପରେ ଫସିଲେ ବ୍ୟକ୍ତି…୧୨ ଘଣ୍ଟା ପରେ ଉଦ୍ଧାର ହେଲେ

Ritu Das
Browse all articles by Ritu Das
·1 hour ago·2 min read
ମୃତ୍ୟୁ ସହ ସଂଘର୍ଷ... ବନ୍ୟା ପାଣିରେ ଗଛ ଉପରେ ଫସିଲେ ବ୍ୟକ୍ତି…୧୨ ଘଣ୍ଟା ପରେ ଉଦ୍ଧାର ହେଲେ
India

Key Points

ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ହଠାତ୍ ଅଞ୍ଜନୀ ନଦୀରେ ପାଣି ମାଡ଼ି ଆସିବାରୁ ଜଣେ ବ୍ୟକ୍ତି ଫସି ରହିଥିଲେ।
ବନ୍ୟାରେ ମୃତ୍ୟୁ ସହ ସଂଘର୍ଷ। ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ହଠାତ୍ ଅଞ୍ଜନୀ ନଦୀରେ ପାଣି ମାଡ଼ି ଆସିବାରୁ ଜଣେ ବ୍ୟକ୍ତି ଫସି ରହିଥିଲେ। ଶେଷରେ କିଛି ବାଟ ନପାଇ ନିଜ ଜୀବନକ ବଞ୍ଚାଇବାକୁ ଯାଇ ଗଛ ଉପରେ ଚଢ଼ିଗଲେ। ଏହି ବ୍ୟକ୍ତି ଜଣକ ସୁରେଶ ଭିଲ ବୋଲି ଚିହ୍ନଟ କରାଯାଇଛି। ପ୍ରବଳ ସ୍ରୋତରେ ଫସିଯାଇ ଉଚ୍ଚ ଗଛ ଉପରେ ଚଢ଼ିଯାଇଥିଲେ ଏବଂ ନିଜକୁ ବଞ୍ଚାଇବା ପାଇଁ ପ୍ରାଣବିକଳରେ ଚିତ୍କାର କରିଥିଲେ।



ସ୍ଥାନୀୟ ଗ୍ରାମବାସୀମାନେ ତାଙ୍କୁ ଗଛରେ ଫସି ରହିଥିବା ଦେଖି କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଥିଲେ। ନଦୀର ଜଳସ୍ରୋତ ପ୍ରବାହ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରେ ପ୍ରଶାସନ କେଡିଆରଏଫ ଟିମକୁ ପଠାଇ ଡଙ୍ଗା ସାହାଯ୍ୟରେ ତାଙ୍କୁ ସେହି ସ୍ଥାନରୁ ଉଦ୍ଧାର କରାଯାଇଥିଲା। କୌଣସି ଲୋକ ନଦୀ ଭିତରକୁ ନ ଯିବାକୁ ଚେତାବନୀ ଦେଇଥିଲେ। ଜଳସ୍ତର ଦ୍ରୂତ ଗତିରେ ବୃଦ୍ଧି ପାଉଥିବାରୁ ଚେତାବନୀ ଦେଇ କର୍ତ୍ତୃପକ୍ଷ ସ୍ଥାନୀୟବାସିନ୍ଦାଙ୍କୁ ନଦୀ ଏବଂ ଝରଣା ପାର ନ ହେବାକୁ କିମ୍ବା ଜଳବନ୍ଦୀ ଅଞ୍ଚଳକୁ ନ ଯିବାକୁ ଅନୁରୋଧ କରିଛନ୍ତି।

ଏହାସହ ପଢ଼ନ୍ତୁ: କେଦାରନାଥ ଯାତ୍ରାରେ ଟଳିଲା ବଡ଼ ବିପଦ…ଗୌରୀକୁଣ୍ଡ ନିକଟରେ ଭୂସ୍ଖଳନ, ପାଦଚଲା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ

ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବରୁ ପାଞ୍ଚ ଦିନ ମଧ୍ୟରେ ମହାରାଷ୍ଟ୍ରରେ ବ୍ୟାପକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା, ଅନେକ ଜିଲ୍ଲା ପାଇଁ ଲାଲ, କମଳା ଏବଂ ୟେଲୋ ଆଲର୍ଟ ଜାରି କରିଥିଲା।

ଏହି ମାସର ଆରମ୍ଭରେ, ଗୋଟିଏ ଦିନରେ ମହାରାଷ୍ଟ୍ରରେ ହୋଇଥିବା ବର୍ଷାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଥିଲା। ଏବେ ବି ମହାରାଷ୍ଟ୍ରରେ ଲଗାଣ ବର୍ଷା  ଜାରି ରହିଛି। ତଳିଆ ଅଞ୍ଚଳ ଗୁଡ଼ିକରେ ଜଳପ୍ରଳୟ ସ୍ଥିତି। 

ଏହାସହ ପଢ଼ନ୍ତୁ: କେରଳମରେ ବର୍ଷାର ତାଣ୍ଡବ... ଭୂସ୍ଖଳନରେ ଅନେକ ମୃତ, ଅନେକ ଜିଲ୍ଲାକୁ ରେଡ୍ ଆଲର୍ଟ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୧୦୦ ଘର କ୍ଷତିଗ୍ରସ୍ତ ହୋଇଥିଲା, ଯେତେବେଳେ ବନ୍ୟା ଭଳି ପରିସ୍ଥିତିରେ ପ୍ରଭାବିତ ଶହ ଶହ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। SDMA ରିପୋର୍ଟ ଅନୁଯାୟୀ, ପାଲଘର, ମୁମ୍ବାଇ ଏବଂ ପୁଣେ ଭଳି ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ରେକର୍ଡ କରାଯାଇଛି, ଯେତେବେଳେ ନାନ୍ଦୁରବାର ଏବଂ ହିଙ୍ଗୋଲି ଭଳି ଅଞ୍ଚଳଗୁଡ଼ିକରେ ଗୁରୁତର କ୍ଷତି ହୋଇଛି। ରାଜ୍ୟ ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର (SEOC) ନିଶ୍ଚିତ କରିଛି ଯେ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି। ପ୍ରଶାସନ ମଧ୍ୟ ସେହି ଜାଗା ଗୁଡ଼ିକ ପାଇଁ ସଜାଗ ରହିଛନ୍ତି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: