Videos
|
National

Maharashtra October Heat Alert / ମୌସୁମୀ ଋତୁ ପରେ ଅଚାନକ ମାଡ଼ି ଆସିଲା ପ୍ରବଳ ଗରମ; ଶୁଖିଗଲା ମୌସମ୍ବୀ ଫସଲ

Subhramjit Ray
Browse all articles by Subhramjit Ray
·1 hour ago·2 min read
ମୌସୁମୀ ଋତୁ ପରେ ଅଚାନକ ମାଡ଼ି ଆସିଲା ପ୍ରବଳ ଗରମ; ଶୁଖିଗଲା ମୌସମ୍ବୀ ଫସଲ
Maharashtra October Heat Alert

Key Points

ଗ୍ରାମୀଣ ମହାରାଷ୍ଟ୍ରରେ ଜଳ ସଙ୍କଟ ଉଦ୍ୟାନ କୃଷିକୁ ଗୁରୁତର ଭାବରେ ପ୍ରଭାବିତ କରୁଛି। ଅନେକ ଅଞ୍ଚଳରେ, ଘୋର ଜଳ ଅଭାବ ଯୋଗୁଁ ପଳ ବଗିଚା ସମ୍ପୂର୍ଣ୍ଣ ଶୁଖିଗଲାଣି।
ମୌସୁମୀ ଋତୁ ଶେଷ ହେବା ପରେ ଏବେ ମହାରାଷ୍ଟ୍ରରେ ଅନୁଭୂତ ହେଉଛି ପ୍ରବଳ ଗରମ। ସେପ୍ଟମ୍ବର ମାସରେ ମୌସୁମୀ ଋତୁ ଶେଷ ହେବା ପରେ, ଅକ୍ଟୋବର-ନଭେମ୍ବର ମାସରେ ସାଧାରଣତଃ ଶୀତର ଆଗମନ ହୋଇଥାଏ। ସେହି ସମୟରେ ସକାଳ ଏବଂ ସନ୍ଧ୍ୟା ସମୟରେ ହାଲକା ହାଲକା ଥଣ୍ଡା ଅନୁଭତ ହୋଇଥାଏ। ହେଲେ ବର୍ତ୍ତମାନ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ। ଏଠାରେ ମୌସୁମୀ ବର୍ଷା ପରେ ହାଲକା ଥଣ୍ଡା ଅନୁଭୂତ ହେବା ବଦଳରେ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି।

ମୌସୁମୀ ବିଦାୟ ନେବା ସହିତ ପାଣିପାଗ ବିଭାଗ ଗରମ ଜନିତ (Heatwave Alert) ସତର୍କତା ଜାରି କରିଛି। ପାଗ ଏତେ ଗରମ ହୋଇଉଠୁଛି ଯେ ଫଳ ବଗିଚା ଶୁଖିଯାଉଛି। ପ୍ରବଳ ଗରମ ଅନୁଭବ ହେବା କାରଣରୁ ଗଛରୁ ଫଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି। ଗରମ ଯୋଗୁଁ ଗଛରେ ଫଳିଥିବା ଫଳ ପୋଡ଼ି ଯାଉଛି। ଅକ୍ଟୋବର ମାସରେ ପାଗ ପରିବର୍ତ୍ତନ ହେବା ବଦଳରେ ମେ-ଜୁନ୍ ମାସର ଗରମ ଅନୁଭୂତ ହେଉଛି।

ଶେଷ ହେଲା ବର୍ଷା ଋତୁ; ହେଲେ ଗରମ ହୋଇଉଠୁଛି ପାଗ
ଭାରତୀୟ ପାଣିପାଗ ବିଭାଗ ପୁଣେ (IMD Pune Centre) ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ଆନୁଷ୍ଠାନିକ ଭାବରେ ମହାରାଷ୍ଟ୍ରରୁ ବିଦାୟ ନେଇସାରିଛି। ଏହା ସହିତ, ରାଜ୍ୟରେ ବର୍ଷା ଋତୁ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯାଇଛି। ବର୍ତ୍ତମାନ ଅକ୍ଟୋବର ମାସର ଗରମ ପ୍ରଭାବ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି। ତାପମାତ୍ରାରେ ହଠାତ୍ ବୃଦ୍ଧିକୁ ଦୃଷ୍ଟିରେ ରଖି, ମୁମ୍ବାଇ ଏବଂ ରାୟଗଡ ଜିଲ୍ଲାରେ ଗରମ ଲାଗି ୟେଲୋ ଆଲର୍ଟ (Heatwave Yellow Alert) ସତର୍କତା ଜାରି କରାଯାଇଛି।

ମୁମ୍ବାଇ ଏବଂ ରାୟଗଡ଼ ଠାରେ ଗରମ ଲାଗି ଜାରି ହୋଇଛି ସତର୍କତା
ପାଣିପାଗ ବିଶେଷଜ୍ଞ ଡକ୍ଟର ଏସ.ଡି. ସନପ, ମହାରାଷ୍ଟ୍ରର ଠାଣେ ଏବଂ ପାଲଘର ଜିଲ୍ଲାରେ ଅତ୍ୟଧିକ ଗରମ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଅକ୍ଟୋବର ମାସର ଅପରାହ୍ନରେ ତାତି/ଖରା ବହୁତ ପ୍ରବଳ ହେବ। ଯାହା ଫଳରେ ଲୋକେ ପ୍ରବଳ ଗରମ ଅନୁଭବ କରିବେ। ପାଗର ଏହି ପରିବର୍ତ୍ତନ ଏବଂ ପ୍ରବଳ ଗରମକୁ ଦୃଷ୍ଟିରେ ରଖି, ପ୍ରଶାସନ ଏବଂ ବିଶେଷଜ୍ଞ ଜନସାଧାରଣଙ୍କୁ ପ୍ରଚୁର ପାଣି ପିଇବା ଏବଂ ସିଧାସଳଖ ଖରାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗରମ ଯୋଗୁଁ ଶୁଖିଗଲା ମୌସମ୍ବୀ ବଗିଚା
ଜଳ ଅଭାବ ଯୋଗୁଁ ଚାଷ ହୋଇଥିବା ମୋସମ୍ବୀ ବଗିଚା ଶୁଖିଯାଇଛି। ଏହା ଦେଖାଯାଉଛି ଯେପରି ଗରମ ଏବଂ ଆର୍ଦ୍ରତା ସେମାନଙ୍କର ସମସ୍ତ ରସକୁ ଶୋଷି ନେଇଛି। ଗ୍ରାମୀଣ ମହାରାଷ୍ଟ୍ରରେ ଜଳ ସଙ୍କଟ ଉଦ୍ୟାନ କୃଷି ଉପରେ ଗୁରୁତର ପ୍ରଭାବ ପକାଉଛି। ଗୁରୁତର ଜଳ ଅଭାବ ଯୋଗୁଁ, ଅନେକ ଅଞ୍ଚଳରେ ପ୍ରଚୁର ପରିମାଣର ମୋସାମ୍ବି ବଗିଚା ସମ୍ପୂର୍ଣ୍ଣ ଶୁଖିଯିବା ସହ ନଷ୍ଟ ହୋଇଯାଇଛି। ଉଦ୍ୟାନ କୃଷି କାର୍ଯ୍ୟରେ ନିୟୋଜିତ ଚାଷୀଙ୍କୁ ହୋଇଥିବା ବିପୁଳ ପରିମାଣର କ୍ଷତିର ଆକଳନ କରିବା ପାଇଁ, ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପ୍ରଭାବିତ କ୍ଷେତ ପରିଦର୍ଶନ କରିଛି। ତଦନ୍ତକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚି ଫସଲ କ୍ଷୟକ୍ଷତିର ଯାଞ୍ଚ କରିଛି। ଯାହା ଦ୍ୱାରା ପ୍ରଭାବିତ ଚାଷୀଙ୍କ ପାଇଁ ରିଲିଫ୍ ଏବଂ କ୍ଷତିପୂରଣ ପାଇଁ ଆବଶ୍ୟକୀୟ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।

Maharashtra Heatwave: Mumbai, Raigad on Alert; Sweet Lime Crops Dry Up | Argus News Odia