Racket Busted / ଚାଲିଥିଲା ବଡ଼ ରାକେଟ, ପର୍ଦ୍ଦାଫାସ କରି ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍
·1 hour ago·2 min read

Key Points
ଫ୍ଲାଟ୍ ଭିତରେ ଚାଲିଥିଲା କଥିତ ସେ*କ୍ସ ରାକେଟ୍।
ଚଢ଼ାଉ କରି ଏହାର ପର୍ଦ୍ଦାଫାସ୍ କରିଛି ପୋଲିସ
ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍
ମହାରାଷ୍ଟ୍ରର ଲାତୁରର ଘଟଣ
ଚଢ଼ାଉ କରି ଏହାର ପର୍ଦ୍ଦାଫାସ୍ କରିଛି ପୋଲିସ
ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍
ମହାରାଷ୍ଟ୍ରର ଲାତୁରର ଘଟଣ
ଲାତୁର,୦୧/୧୧: ଫ୍ଲାଟ୍ ଭିତରେ ଚାଲିଥିଲା କଥିତ ସେ*କ୍ସ ରାକେଟ୍। ଗୁପ୍ତ ସୂଚନା ପାଇବା ପରେ ଚଢ଼ାଉ କରି ଏହାର ପର୍ଦ୍ଦାଫାସ୍ କରିଛି ପୋଲିସ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ଜଣେ ୨୧ ବର୍ଷୀୟା ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ଲାତୁର ସହରର ମାଉଲି ନଗର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ଏକ ଫ୍ଲାଟ୍ରେ ଦେହ ବ୍ୟବସାୟ ଚାଲୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏହା ପରେ ଶୁକ୍ରବାର ପୋଲିସ ଜଣେ ନକଲି ଗ୍ରାହକଙ୍କୁ ପଠାଇ ଘଟଣାର ସତ୍ୟତା ଯାଞ୍ଚ କରିଥିଲା। ସେଠାରେ ବେଆଇନ କାର୍ଯ୍ୟକଳାପ ଚାଲିଥିବା ନିଶ୍ଚିତ ହେବା ପରେ ପୋଲିସ ଟିମ୍ ଫ୍ଲାଟ୍ରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ଜାଭେଦ ୟୁସୁଫ ସୟଦ ଏବଂ ଜୟଶ୍ରୀ ରାମ ତାରୋଡେ ନାମକ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଏହି ରାକେଟ୍ରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ତାଙ୍କୁ ଖୋଜୁଥିବା ଜଣାପଡ଼ିଛି।
ପଢନ୍ତୁ ଏହି ଖବର: ମଞ୍ଚ ଉପରକୁ ହଠାତ୍ ଚଢ଼ିଗଲେ ଫ୍ରାନ୍, ଭୟଭୀତ ହୋଇ ଗୀତ ଅଧାରୁ ବନ୍ଦ କଲେ ଗାୟିକା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଚଢ଼ାଉ ବେଳେ ଫ୍ଲାଟ୍ରୁ ନାଗପୁରର ଜଣେ ୨୧ ବର୍ଷୀୟା ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ମହିଳା ଜଣକ ପୋଲିସକୁ କହିଛନ୍ତି ଯେ ତାଙ୍କୁ ଏହି କାମ କରିବାକୁ ବାଧ୍ୟ କରାଯାଉଥିଲା। ଗ୍ରାହକଙ୍କଠାରୁ ମିଳୁଥିବା ଟଙ୍କା ଅଭିଯୁକ୍ତମାନେ ଏବଂ ରାକେଟ୍ରେ ସାମିଲ ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ବାଣ୍ଟି ନେଉଥିବା ସେ ଅଭିଯୋଗ କରିଛନ୍ତି।
ଏହି ମାମଲାରେ ଶିବାଜୀନଗର ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ଅନୈତିକ ମାନବ ଚାଲାଣ ନିବାରଣ ଆଇନ (ITPA) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ଅଧିକାରୀ କହିଛନ୍ତି। ତେବେ ଏହି ଘଟଣାରେ ଉଦ୍ଧାର ହୋଇଥିବା ମହିଳାଙ୍କ ବୟାନ ଆଧାରରେ ବାଧ୍ୟତାମୂଳକ ଭାବେ ଦେହ ବ୍ୟବସାୟରେ ସାମିଲ କରାଯାଉଥିବା ଅଭିଯୋଗର ତଦନ୍ତ କରୁଛି ପୋଲିସ।

Related Topics
Explore more stories