Videos
|
National

Concert Incident / ମଞ୍ଚ ଉପରକୁ ହଠାତ୍ ଚଢ଼ିଗଲେ ଫ୍ରାନ୍, ଭୟଭୀତ ହୋଇ ଗୀତ ଅଧାରୁ ବନ୍ଦ କଲେ ଗାୟିକା

Bikash Mohanty
Browse all articles by Bikash Mohanty
·1 hour ago·2 min read
ମଞ୍ଚ ଉପରକୁ ହଠାତ୍ ଚଢ଼ିଗଲେ ଫ୍ରାନ୍, ଭୟଭୀତ ହୋଇ ଗୀତ ଅଧାରୁ ବନ୍ଦ କଲେ ଗାୟିକା
Sunanda

Key Points

ଇଭ୍ କନସର୍ଟ ଚାଲିଥିବା ବେଳେ ଘଟିଲା ଅଘଟଣ
ହଠାତ୍ ଷ୍ଟେଜ୍ ଉପରକୁ ଚଢ଼ିଗଲେ ଫ୍ୟାନ୍ 
ଭୟଭୀତ ହୋଇ ଗୀତ ଅଧାରୁ ବନ୍ଦ କଲେ ଗାୟିକା
ଜୟପୁରରେ ଚାଲିଥିଲା ସୁନନ୍ଦା ଶର୍ମାଙ୍କ କନସର୍ଟ
ଜୟପୁର.୦୧/୧୧: ଲାଇଭ୍ କନସର୍ଟ ଚାଲିଥିବା ବେଳେ ହଠାତ୍ ଷ୍ଟେଜ୍ ଉପରକୁ ଚଢ଼ିଗଲେ ଜଣେ ଛାତ୍ର। ଅପ୍ରତ୍ୟାଶିତ ଭାବେ ନିଜ ସାମ୍ନାରେ ଛାତ୍ରୀଙ୍କୁ ଦେଖି ଭୟଭୀତ ହୋଇ ଚିତ୍କାର କରିଥିଲେ ପଞ୍ଜାବୀ ଗାୟିକା ସୁନନ୍ଦା ଶର୍ମା। ଜୟପୁରର ଏକ ଇଞ୍ଜିନିୟରିଂ କଲେଜରେ ଆୟୋଜିତ ଏକ କନସର୍ଟରେ ଏଭଳି ଘଟଣା ଘଟିଛି। ଘଟଣା ପରେ କିଛି ସମୟ ପାଇଁ ଅଟକି ଯାଇଥିଲା ଲାଇଭ୍ ପ୍ରଦର୍ଶନ।

ସୂଚନା ଅନୁସାରେ, ଶନିବାର ରାତିରେ ଜୟପୁରର ଦୁଇଟି କଲେଜରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମରେ ବଲିଉଡ୍ ଓ ପଞ୍ଜାବୀ ଗୀତର ଧୁମ୍ ଜମିଥିଲା। ଆଗ୍ରା ରୋଡ୍‌ସ୍ଥିତ ଆନନ୍ଦ ଇଞ୍ଜିନିୟରିଂ କଲେଜରେ ସୁନନ୍ଦା ଶର୍ମା ନିଜର ଲୋକପ୍ରିୟ ଗୀତ ପରିବେଷଣ କରୁଥିଲେ। ଏହି ସମୟରେ ଜଣେ ଛାତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ଅତିକ୍ରମ କରି ହଠାତ୍ ମଞ୍ଚ ଉପରକୁ ଚଢ଼ି ଆସିଥିଲେ।

ଛାତ୍ରୀଙ୍କୁ ହଠାତ୍ ନିଜ ସାମ୍ନାରେ ଦେଖି ସୁନନ୍ଦା ଚମକି ପଡ଼ିବା ସହ ଭୟରେ ଚିତ୍କାର କରିଥିଲେ। ଏହାପରେ ତୁରନ୍ତ ମଞ୍ଚରେ ପରିବେଷଣ ବନ୍ଦ ହୋଇଯାଇଥିଲା। ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। କିଛି ସମୟର ବିରତି ପରେ ସୁନନ୍ଦା ପୁଣି ମଞ୍ଚକୁ ଫେରିଥିଲେ ଏବଂ ନିଜର ପ୍ରଦର୍ଶନ ଜାରି ରଖିଥିଲେ।

ପଢନ୍ତୁ ଏହି ଖବର: ବଡ଼ ଖୁଲାସା କଲେ ସୋନାରିକା, କହିଲେ ମ୍ୟାନେଜର ମୋତେ...

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କନସର୍ଟରେ ସୁନନ୍ଦା 'ଜାନି ତେରା ନା', 'ମମି ନୁ ପାସାଣ୍ଡ', 'ଚପଲ', 'ପାଗଲ ନାହିଁ ହୋନା', 'ଚୋରୀ ଚୋରୀ' ଏବଂ 'ତେରେ ନାଲ ନାଚନା' ଭଳି ଲୋକପ୍ରିୟ ଗୀତ ଗାଇଥିଲେ। ଅନ୍ୟପଟେ, ଜୟପୁରର ମାଲାଭିୟା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MNIT)ରେ ସଲିମ-ସୁଲେମାନଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ଆକର୍ଷଣର କେନ୍ଦ୍ର ଥିଲା। ସେମାନେ 'ଚକ୍ ଦେ ଇଣ୍ଡିଆ', 'ହେ ରେ ପିୟା', 'ଆଜା ନଚଲେ', 'ହୋଲେ ହୋଲେ', 'ଆଇନ୍ଭାଇ ଆଇନ୍ଭାଇ' ଏବଂ 'ଶୁକ୍ରନ୍ ଆଲ୍ଲାହ' ଭଳି ଗୀତ ପରିବେଷଣ କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଗାୟକଙ୍କ ସହ ସ୍ୱର ମିଳାଇ କାର୍ଯ୍ୟକ୍ରମକୁ ଆହୁରି ଉତ୍ସାହପୂର୍ଣ୍ଣ କରିଥିଲେ।

ତେବେ ସୁନନ୍ଦାଙ୍କ କନସର୍ଟରେ ଘଟିଥିବା ଏହି ଘଟଣା ଲାଇଭ୍ କାର୍ଯ୍ୟକ୍ରମରେ କଳାକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ପ୍ରଶଂସକଙ୍କ ଉତ୍ସାହ ଯେତେ ଅଧିକ ହେଉନା କାହିଁକି, ଅନୁମତି ବିନା ମଞ୍ଚ ଉପରକୁ ପ୍ରବେଶ କରିବା ଏକ ଗମ୍ଭୀର ସୁରକ୍ଷା ଉଲ୍ଲଂଘନ।