|
logo
Live
Argus News App
GET APP

Argus News - ଖୋଲାଖୋଲି ବିକୁଥିଲେ ପାକିସ୍ତାନ ମାଲ୍; ୩ ଜଣଙ୍କୁ ଉଠାଇନେଲା ପୋଲିସ

National

Maharashtra Police Raid / ଖୋଲାଖୋଲି ବିକୁଥିଲେ ପାକିସ୍ତାନ ମାଲ୍; ୩ ଜଣଙ୍କୁ ଉଠାଇନେଲା ପୋଲିସ

Subhramjit Ray
Browse all articles by Subhramjit Ray
·19 hours ago·2 min read
ଖୋଲାଖୋଲି ବିକୁଥିଲେ ପାକିସ୍ତାନ ମାଲ୍; ୩ ଜଣଙ୍କୁ ଉଠାଇନେଲା ପୋଲିସ
Made in Pakistan Product Seized

Key Points

ନିଷିଦ୍ଧ ପାକିସ୍ତାନ ନିର୍ମିତ ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ ମହାରାଷ୍ଟ୍ର ପୋଲିସ ରାଜ୍ୟର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରୁ ୩ ଜଣଙ୍କୁ ଗିରଫ କରିଛି।
Made in Pakistan Product Seized in Maharashtra: ମହାରାଷ୍ଟ୍ର ପୋଲିସ ପକ୍ଷରୁ ରାଜ୍ୟର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ ଏକ ବଡ଼ ଧରଣର ଚଢାଉ କରାଯାଇଛି। ଚଢାଉ ବେଳେ ପୋଲିସ ପାକିସ୍ତାନ ନିର୍ମିତ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିଟି ଚୌକ୍ ପୋଲିସ ଷ୍ଟେସନ ଅଞ୍ଚଳରୁ ପ୍ରାୟ ୬୦ ହଜାର ଟଙ୍କା ମୂଲ୍ୟର ପାକିସ୍ତାନୀ ସୌନ୍ଦର୍ଯ୍ୟ ଉତ୍ପାଦ ଏବଂ ପ୍ରସାଧନ ସାମଗ୍ରୀ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫଦାରୀ କୋର୍ଟ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି। ଏହି ନିଷିଦ୍ଧ ପାକିସ୍ତାନୀ ସାମଗ୍ରୀ କିପରି ଦେଶରେ ପ୍ରବେଶ କରୁଛି ଏବଂ କେଉଁ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି ତାହା ଜାଣିବାକୁ ପୋଲିସ ଏବେ ତଦନ୍ତ କରୁଛି।

ପୋଲିସ ପାଖରେ ଅଭିଯୋଗ କରିଥିଲା MNS
ପୋଲିସକୁ ମିଳିଥିବା ସୂଚନା ଅନୁସାରେ ଛତ୍ରପତି ସମ୍ଭାଜୀନଗର (ପୂର୍ବରୁ ଔରଙ୍ଗାବାଦ) ସହରର ଶାହଗଞ୍ଜ, ଘାସମଣ୍ଡି ଏବଂ ସିଟି ସେଣ୍ଟର ମଲ୍ ଅଞ୍ଚଳରେ କିଛି ବ୍ୟବସାୟୀ ପାକିସ୍ତାନ ନିର୍ମିତ ସୌନ୍ଦର୍ଯ୍ୟ ଉତ୍ପାଦ ଏବଂ ପ୍ରସାଧନ ସାମଗ୍ରୀ ବିକ୍ରି କରୁଥିଲେ। ଯଦିଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ କୌଣସି ପ୍ରକାରର ପାକିସ୍ତାନ ନିର୍ମିତ ସାମଗ୍ରୀ ବିକ୍ରି କରିବା ଉପରେ ନିଷେଧାଦେଶ ଜାରି କରିଛନ୍ତି। "ମେଡ୍ ଇନ୍ ପାକିସ୍ତାନ" (Made in Pakistan) କସମେଟିକ୍ସ ଉତ୍ପାଦ ଖୋଲାଖୋଲି ବିକ୍ରି ହେବା ସମ୍ପର୍କରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ପୋଲିସ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଏ ସମ୍ପର୍କିତ ଅଭିଯୋଗ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିଟି ଚୌକ୍ ପୋଲିସ ରବିବାର ଅପରାହ୍ନରେ ଏକକାଳୀନ ତିନୋଟି ଦୋକାନରେ ଚଢାଉ କରିଥିଲା। ଚଢାଉ ସମୟରେ ନିଷିଦ୍ଧ 'ମେଡ୍ ଇନ୍ ପାକିସ୍ତାନ' ସାମଗ୍ରୀ ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏପରି ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ ମଧ୍ୟ ପୋଲିସର ତଦନ୍ତ ପରିସରଭୂକ୍ତ ଅଛନ୍ତି।

କିପରି ମୁମ୍ବାଇରେ ପହଞ୍ଚିଲା ପାକିସ୍ତାନୀ ଉତ୍ପାଦ
ଏହି ଘଟଣାରେ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି କସମେଟିକ୍ ଉତ୍ପାଦ ମୁମ୍ବାଇକୁ ପ୍ରଚୁର ପରିମାଣରେ ଆମଦାନୀ ହେଉଥିଲା। କେନ୍ଦ୍ର ସରକାର ପୂର୍ବରୁ ଗତ ବର୍ଷ ମେ ମାସରେ ପାକିସ୍ତାନରୁ ଆସୁଥିବା ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇଥିଲେ। ଏବେ ପୋଲିସ ତଦନ୍ତ କରୁଛି ଯେ ଏହି ନିଷି ଦ୍ଧ ଉତ୍ପାଦ କିପରି ମୁମ୍ବାଇରେ ପହଞ୍ଚିଲା ଏବଂ କିପରି ଏହାକୁ ଛତ୍ରପତି ସମ୍ଭାଜୀନଗରକୁ ଯୋଗାଣ କରାଗଲା। ଯଦି କସମେଟିକ୍ ଉତ୍ପାଦକୁ ଚୋରା ଚାଲାଣ କରାଯାଇ ପାରୁଛି, ତାହେଲେ ସମାନ ଭାବରେ ବିପଦପୂର୍ଣ୍ଣ ସାମଗ୍ରୀ କାହିଁକି ଅଣାଯାଇ ପାରିବ ନାହିଁ, ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maharashtra Police Raid: ଖୋଲାଖୋଲି ବିକୁଥିଲେ ପାକିସ୍ତାନ ମାଲ୍; ୩ ଜଣଙ୍କୁ ଉଠାଇନେଲା ପୋଲିସ | Argus News