Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Maharashtra Teachers Suspension / ମହଙ୍ଗା ପଡ଼ିଲା ଚାଟ୍ ଜିପିଟି ବ୍ୟବହାର; ଥରକେ ନିଲମ୍ବିତ ହେଲେ ୮୧ ଶିକ୍ଷକ

Subhramjit ray
Browse all articles by Subhramjit ray
·4 months ago·2 min read
ମହଙ୍ଗା ପଡ଼ିଲା ଚାଟ୍ ଜିପିଟି ବ୍ୟବହାର; ଥରକେ ନିଲମ୍ବିତ ହେଲେ ୮୧ ଶିକ୍ଷକ
Maharashtra Board Exam 2026

Key Points

ମହାରାଷ୍ଟ୍ରରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଥରକେ ୮୧ ଜଣ ଶିକ୍ଷକଙ୍କୁ ନିଲମ୍ବତି କରାଯାଇଛି। 
Maharashtra Teachers Suspended for using ChatGPT: ମହାରାଷ୍ଟ୍ରରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ରାଜ୍ୟର ୮୧ ଜଣ ଶିକ୍ଷକଙ୍କୁ ଏକକାଳୀନ ନିଲମ୍ବନ କରାଯାଇଛି। ମହାରାଷ୍ଟ୍ର ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟର ବିଡ୍ ଜିଲ୍ଲାରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ ହୋଇଥିବା ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେମାନେ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ କପି କରିବାରେ ସହଯୋଗ କରୁଥିଲେ। ଏପିରିକି କପି କରିବା ପାଇଁ ଚାଟ୍ ଜିପିଟି ବ୍ୟବହାର କରୁଥିଲେ।

ଏନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ (Maharashtra Board Exam 2026) କପି କରିବାକୁ ନେଇ ଶିକ୍ଷକ ଏବଂ ପରୀକ୍ଷାର୍ଥୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ସେମାନେ ପରୀକ୍ଷା ଚାଲିଥିବା ସମୟରେ ଚାଟ୍ ଜିପିଟି ବ୍ୟବହାର କରିଥିବାର ଜଣାପଡ଼ିଛି। ରାଜ୍ୟର ବିଡ୍ ଜିଲ୍ଲା ସ୍ଥିତ (Beed District Maharashtra) ଚୌସଲା ପରୀକ୍ଷା କେନ୍ଦ୍ର (Chausla Exam Centre Maharashtra) ଦାୟିତ୍ୱରେ ରହିଥିବା ଅଧିକାଂଶ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ପରୀକ୍ଷା ବେଳେ ଶିକ୍ଷକଙ୍କ ଦ୍ୱାରା ପ୍ରଯୁକ୍ତିବିଦ୍ୟାର ବ୍ୟାପକ ଅପବ୍ୟବହାର କରାଯାଇଛି। ବୋର୍ଡ ପରୀକ୍ଷାର ଅଖଣ୍ଡତାକୁ ରକ୍ଷା କରିବା ପାଇଁ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରହିଥିଲା ବୋଲି ମହାରାଷ୍ଟ୍ର ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Maharashtra State Board of Secondary and Higher Secondary Education) ପକ୍ଷରୁ କୁହାଯାଇଛି।

ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିପାଇଁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଉଛି। ଅନ୍ୟପଟେ ବିଭାଗୀୟ କର୍ତ୍ତୃପକ୍ଷ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି। ପରୀକ୍ଷା ସମୟରେ ନିୟମ ଭାଙ୍ଗି ନିଲମ୍ବିତ ହୋଇଥିବା ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ ବୋର୍ଡ ପରୀକ୍ଷାରେ ନିରପେକ୍ଷତା ଏବଂ ସ୍ୱଚ୍ଛତାକୁ ବଜାୟ ରଖିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ମହାରାଷ୍ଟ୍ର ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

ଦ୍ୱାଦଶ ଶ୍ରେଣୀ ଥିଓରୀ ପରୀକ୍ଷା (Maharashtra 12th Board Exam 2026) ଚଳିତ ବର୍ଷ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହୋଇଥିଲା। ଯାହା ମାର୍ଚ୍ଚ ୧୧ ତାରିଖରେ ଶେଷ ହେବ। ସେହିପରି ଦଶମ ଶ୍ରେଣୀ (Maharashtra 10th Board Exam 2026) ଥିଓରୀ ପରୀକ୍ଷା ଫେବୃଆରୀ ୨୦ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ ୧୮ ତାରିଖରେ ଶେଷ ହେବ।

ପଢନ୍ତୁ ଏହି ଖବର:  ସିବିଏସ୍ଇ ଦ୍ୱାଦଶ ପରୀକ୍ଷାରେ କପି କରୁଥିଲେ ଛାତ୍ର, ଧରାପଡ଼ିଲା ପରେ ଏମିତି ହେଲା...





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maharashtra Teachers Suspension | Argus News