Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Gandhi Shastri Jayanti / ପଲ୍ଲୀରୁ ଦିଲ୍ଲୀ , ସାରା ଦେଶ ପାଳୁଛି ମହାତ୍ମା, ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ପଲ୍ଲୀରୁ ଦିଲ୍ଲୀ , ସାରା ଦେଶ ପାଳୁଛି ମହାତ୍ମା, ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ

Key Points

ମୁଠାଏ ଲୁଣକୁ ଗୋଟେ ଜାତିର ସ୍ଵାଭିମାନର ପ୍ରତୀକ ବୋଲି ଚିହ୍ନେଇ ଦେବା ସହ ବିନା ଅସ୍ତ୍ର ଓ ରକ୍ତପାତରେ ନିଜର ଅଧିକାର ହାସଲ କରିବାର ବାଟ ବତେଇଥିଲେ। ଦକ୍ଷିଣ ଆଫ୍ରିକାର କଳାଗୋରା ଭେଦଭାବ ବିରୋଧରେ ହେଉ କି ଭାରତର ସ୍ଵାଧୀନତା ସଂଗ୍ରାମ ସବୁଠି ତାଙ୍କର ସତ୍ୟ ଏବଂ ଅହିଂସାର ଅସ୍ତ୍ର ସମସ୍ତଙ୍କୁ ପରାସ୍ତ କରିଦିଏ ।

ଆଜି ମନେ ପଡନ୍ତି ମହାନ ଯୁଗପୁରୁଷ ମହାତ୍ମା ଏବଂ ଶାସ୍ତ୍ରୀ । ଯାହାଙ୍କ ମିଳିତ ଉଦ୍ୟମରେ ସ୍ଵାଧିନତାର ସ୍ଵାଦ ଚାଖିଛି ଭାରତ । ଆଜି ସେହି ପବିତ୍ର ମହାନ ଆତ୍ମା ଜାତିର ପିତା ମହାତ୍ମା ଗାନ୍ଧି ଏବଂ ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଗାନ୍ଧୀଜୀ ଥିଲେ ସତ୍ୟ ଏବଂ ଅହିଂସାର ଜୀବନ୍ତ ମୂର୍ତ୍ତି । ଯାହାଙ୍କ ସତ୍ୟ ଓ ଅହିଂସା ଆଗରେ ପ୍ରତିପକ୍ଷର ଗର୍ବ ଓ ଦମ୍ଭ ଭାଙ୍ଗି ଚୁରମାର ହୋଇଯାଏ ।

ମୁଠାଏ ଲୁଣକୁ ଗୋଟେ ଜାତିର ସ୍ଵାଭିମାନର ପ୍ରତୀକ ବୋଲି ଚିହ୍ନେଇ ଦେବା ସହ ବିନା ଅସ୍ତ୍ର ଓ ରକ୍ତପାତରେ ନିଜର ଅଧିକାର ହାସଲ କରିବାର ବାଟ ବତେଇଥିଲେ। ଦକ୍ଷିଣ ଆଫ୍ରିକାର କଳାଗୋରା ଭେଦଭାବ ବିରୋଧରେ ହେଉ କି ଭାରତର ସ୍ଵାଧୀନତା ସଂଗ୍ରାମ ସବୁଠି ତାଙ୍କର ସତ୍ୟ ଏବଂ ଅହିଂସାର ଅସ୍ତ୍ର ସମସ୍ତଙ୍କୁ ପରାସ୍ତ କରିଦିଏ ।

ଜାତିର ପିତା ମହାତ୍ମାଗାନ୍ଧୀ, ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ । ଅହିଂସା ଉପାୟରେ ଦେଶରୁ ଇଂରେଜ ସରାକରଙ୍କୁ ତଡ଼ି ସ୍ଵାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ । ତାଙ୍କ ନେତୃତ୍ଵରେ ହିଁ ଦେଶ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇପାରିଥିଲା।


ଆମରଣ ଅନଶନରେ ବସି ସ୍ଵାଧୀନତାର ସ୍ଵପ୍ନ ଦେଖୁଥିବା ବାପୁ ବର୍ଷ ବର୍ଷ ଧରି ଫିରିଙ୍ଗୀଙ୍କ କାଳକୋଠରୀରେ ଜେଲଦଣ୍ଡ ଭୋଗିଥିଲେ। ଲାଠି ଓ ସତ୍ୟାଗ୍ରହ ଆଗରେ ସେଦିନର ସାମ୍ରାଜ୍ୟବାଦୀ ବ୍ରିଟିଶ୍‌ ସେନାର ଶକ୍ତି ହାର ମାନିବାକୁ ବାଧ୍ୟ ହୋଇଥିଲା। ସେହି ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସବୁଆଡେ ତାଙ୍କ ଜୟନ୍ତୀ ପାଳନ କରାଯାଉଛି।

ଅଧିକ ପଢନ୍ତୁ : PoKରେ 'ମୌଳିକ ଅଧିକାର' ମାଗୁଥିବା ଲୋକଙ୍କୁ ପାକ୍ ରେଞ୍ଜର୍ସର ଗୁଳିମାଡ଼, ୧୦ ଜଣଙ୍କ ମୃତ୍ୟୁ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ଆଜି ସମଗ୍ର ବିଶ୍ଵ ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ମଧ୍ୟ ପାଳନ କରୁଛି । ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ୧୯୦୪ ମସିହାରେ ଆଜିର ଦିନରେ ଉତ୍ତରପ୍ରଦେଶର ମୁଗଲସରାୟରେ ଜନ୍ମ ଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ। ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ନିଜର ବିନମ୍ରତା ପାଇଁ ଜଣାଶୁଣା ଲାଲ ବାହାଦୂର ଶାସ୍ତ୍ରୀଙ୍କ କୁଶଳ ନେତ୍ବତ୍ବ ଏବଂ ଜନକଲ୍ୟାଣକାରୀ ବିଚାର ପାଇଁ ସବୁବେଳେ ଦେଶବାସୀଙ୍କସ ମନରେ ରହଛନ୍ତି । ମାତ୍ର ୧୬ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଭାଗ ନେଇ ଭାରତକୁ ସ୍ବାଧୀନତା ଦେବାକୁ ଲଢିଥିଲେ।

ଆହୁରି ପଢନ୍ତୁ : OpenAI ଲଞ୍ଚ କଲା ନୂଆ ଆପ୍ , ଟିକ୍‌ଟକ୍ , ଇନ୍‌ଷ୍ଟାଗ୍ରାମକୁ ଦେବ ଟକ୍କର


ତାଙ୍କ ପରି ବିନମ୍ରତା ବ୍ୟକ୍ତିଙ୍କ ପରି ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ନାହାଁନ୍ତି । ଦେଶ ସ୍ବାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେ । ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ଶାସ୍ତ୍ରୀ ଦେଶର କୃଷକ ଏବଂ ଶ୍ରମିକମାନଙ୍କର ନେତା ଭାବରେ ମଧ୍ୟ ଜଣାଶୁଣା । ତାଙ୍କ ସ୍ଲୋଗାନ ‘ଜୟ ଜବାନ ଏବଂ ଜୟ କିଶାନ’ ଆଜି ଦେଶ ପାଇଁ ଅମର ହୋଇ ରହିଛି ।

Related Topics

Explore more stories

Sponsored
Mahatma Gandhi and Lal Bahadur Shastri's Jayanti | Argus News