Videos
|
International

PoK Protest / PoKରେ 'ମୌଳିକ ଅଧିକାର' ମାଗୁଥିବା ଲୋକଙ୍କୁ ପାକ୍ ରେଞ୍ଜର୍ସର ଗୁଳିମାଡ଼, ୧୦ ଜଣଙ୍କ ମୃତ୍ୟୁ

Sushanta Sahoo
Browse all articles by Sushanta Sahoo
·11 months ago·3 min read
PoKରେ 'ମୌଳିକ ଅଧିକାର' ମାଗୁଥିବା ଲୋକଙ୍କୁ ପାକ୍ ରେଞ୍ଜର୍ସର ଗୁଳିମାଡ଼, ୧୦ ଜଣଙ୍କ ମୃତ୍ୟୁ

Key Points

ତୃତୀୟ ଦିନରେ ପିଓକେରେ ଆନ୍ଦୋଳନ ଚାଲିଥିବା ବେଳେ ବାଘ ଜିଲ୍ଲାର ଧିରକୋଟରେ ୪ ଜଣ, ମୁଜାଫରବାଦ ଓ ମୀରପୁରରେ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଙ୍ଗଳବାର ମୁଜାଫରବାଦରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଫଳରେ ପାକ୍ ସେନାର ଗୁଳିମାଡ଼ରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଜଳୁଛି । କ୍ରମାଗତ ତୃତୀୟ ଦିନରେ ଚାଲିଛି ଆନ୍ଦୋଳନ । ପାକିସ୍ତାନ ସରକାରର ନୀତିକୁ ବିରୋଧ କରି ଲୋକେ ବିକ୍ଷୋଭ କରୁଛନ୍ତି । ଲୋକେ ମୌଳିକ ଅଧିକାର ମାଗୁଥିବା ବେଳେ ବିକ୍ଷୋଭ ଦମନ କରିବାକୁ ପାକିସ୍ତାନ ସେନା ଗୁଳିମାଡ଼ କରୁଛି ।


ତୃତୀୟ ଦିନରେ ପିଓକେରେ ଆନ୍ଦୋଳନ ଚାଲିଥିବା ବେଳେ ବାଘ ଜିଲ୍ଲାର ଧିରକୋଟରେ ୪ ଜଣ, ମୁଜାଫରବାଦ ଓ ମୀରପୁରରେ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଙ୍ଗଳବାର ମୁଜାଫରବାଦରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଫଳରେ ପାକ୍ ସେନାର ଗୁଳିମାଡ଼ରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।


ଯୁଗ୍ମ ଆୱାମୀ ଆକ୍ସନ୍ କମିଟି ପକ୍ଷରୁ ପିଓକେରେ ଏହି ବିକ୍ଷୋଭ କରାଯାଉଛି । ମୌଳିକ ଅଧିକାର ପ୍ରଦାନ ପାଇଁ ସରକାର ମନା କରୁଥିବାରୁ ଆୱାମୀ ଆକ୍ସନ କମିଟି ୭୨ ଘଣ୍ଟା ହେଲାଣି ବିରୋଧ କରୁଛି । ଦୋକାନ ବଜାର ସହ ବନ୍ଦ ରହିଛି ପରିବହନ ସେବା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ନେପାଳ ପରେ ମଦଗସ୍କାର ସରକାରଙ୍କୁ ଗାଦିଚ୍ୟୁତ କଲେ GEN Z


ବୁଧବାର ସକାଳେ ପିଓକେରେ ଉତ୍ତେଜନା ଦେଖା ଦେଇଥିଲା । ବଡ଼ ବଡ଼ ସିପିଂ କଣ୍ଟେନର ଉପରକୁ ପଥର ଫିଙ୍ଗିଥିଲେ ପ୍ରଦର୍ଶନକାରୀ । ମୁଜାଫରବାଦରେ ଆନ୍ଦୋଳନକୁ ରୋକିବା ପାଇଁ ବଡ଼ ବଡ଼ କଣ୍ଟେନର ରକା ଯାଇଥିବା ବେଳେ ପଥର ଫିଙ୍ଗିଥିଲେ । ଏପରିକି ବଡ଼ ବଡ଼ ସିପିଂ କଣ୍ଟେନରକୁ ଆନ୍ଦୋଳନକାରୀ ନଦୀ ଗର୍ଭକୁ ଠେଲି ଦେଇଛନ୍ତି ।


ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ପାଇଁ ପାକ୍ ରେଞ୍ଜର୍ସକୁ ଦାୟୀ କରିଛି ଯୁଗ୍ମ ଆୱାମୀ ଆକ୍ସନ୍ କମିଟି । କମିଟି କହିଛି, ମୁଜାଫରବାଦରେ ପାକ୍ ରେଞ୍ଜର୍ସ ଖୋଲାଖୋଲି ଗୁଳିମାଡ଼ କରିଥିବା ବେଳେ ପାକିସ୍ତାନ ସେନା ସାଧାରଣ ଲୋକଙ୍କ ଉପରେ ଗୁଳିଗୋଳା ମାଡ଼ କରିଛି ।


ତେବେ ସେନାର ଗୁଳିମାଡ଼ ସତ୍ତ୍ଵେ ମୌଳିକ ଅଧିକାର ସହ ୩୮ଟି ଦାବି ନେଇ ମୁଜାଫରବାଦରେ ଲୋକେ ଆନ୍ଦୋଳନରୁ ଓହରି ନାହାନ୍ତି । ଆଉ ଏହି ଦାବି ଭିତରେ ରହିଛି ପାକିସ୍ତାନରେ ରହୁଥିବା କାଶ୍ମୀରୀ ଶରଣାର୍ଥୀଙ୍କ ଲାଗି ପିଓକେ ବିଧାନସଭାରେ ସଂରକ୍ଷିତ ୧୨ଟି ଆସନକୁ ହଟାଇ ଦେବା ।


ଆନ୍ଦୋଳନକାରୀ କହିଛନ୍ତି, "ବିଗତ ୭୦ ବର୍ଷ ହେଲା ଆମକୁ ଆମ ମୌଳିକ ଅଧିକାର ମିଳୁ ନାହିଁ । ଆମକୁ ଆମ ଅଧିକାର ଦିଅ ନହେଲେ ଲୋକଙ୍କ ରୋଷର ଶିକାର ହୁଅ ।" ଏପରିକି ଲୋକେ ସିଧା ସିଧା ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ମଧ୍ୟ ଏଥିପାଇଁ ଚେତାବନୀ ଦେଇଛନ୍ତି ।


ଏଥିସହ ପଢ଼ନ୍ତୁ: ପୁଣି ପାକିସ୍ତାନରେ ବିସ୍ଫୋରଣ, ସେନା ଘାଟି ଉପରେ ହୋଇଛି ଆକ୍ରମଣ !


ଆନ୍ଦୋଳନ ହେଉଛି ପ୍ଲାନ୍- "ଏ" ଯାହା ଲୋକଙ୍କ ଧୈର୍ଯ୍ୟ ଭଙ୍ଗର, ଏବେ କର୍ତ୍ତୃପକ୍ଷ ଲୋକଙ୍କ ନୋଟିସ୍‌ରେ । ଆଉ କମିଟି ପାଖରେ ପ୍ଲାନ୍- "ଡି" ବି ଥିବା ଆନ୍ଦୋଳନକାରୀ କହିଛନ୍ତି । ମୁଜାଫରବାଦ ଗୁଳିମାଡ଼କୁ ନେଇ କମିଟି କହିଛି, "ଏହା ପଛରେ ମୁସଲିମ୍ କନଫରେନ୍ସ ସହ ISI ରହିଛି ।"


ଗୁଳିମାଡ଼ରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ସରକାରୀ ଚାକିରି ଯୋଗାଇ ଦେବାକୁ ଆୱାମୀ କମିଟି ଦାବି କରିଛି । ଏପରିକି ଆନ୍ଦୋଳନ ବେଳେ ନିହତ ୨ ପୋଲିସ କର୍ମୀଙ୍କୁ ସମାନ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଗିରଫ ଆନ୍ଦୋଳନକାରୀଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି ।


ଗୁରୁବାର ପାକିସ୍ତାନ ସ୍ଥିତ ଲଣ୍ଡନ ଦୂତାବାସ ସମ୍ମୁଖରେ ପ୍ରତିବାଦ ପାଇଁ ଯୁଗ୍ମ ଆୱାମୀ ଆକ୍ସନ କମିଟି ନିଷ୍ପତ୍ତି ନେଇଛି । ସେପଟେ ପିଓକେ ସହ ପଞ୍ଜାବ ପ୍ରଦେଶରେ ସେନା ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ ହୋଇଛି । ଇସଲାମାବାଦରୁ ସେନାକୁ ଅନ୍ୟତ୍ର ସ୍ତାନାନ୍ତର କରାଯାଉଛି ।


ନିକଟରେ ଖୈବର ପଖତୁନଖ୍ଵାର ଦୁର୍ଗମ ଅଞ୍ଚଳରେ ଚୀନ ନିର୍ମିତ ଜେ-୧୭ ଯୁଦ୍ଧ ବିମାନରୁ ଏଲଏସ୍-୬ ଲେଜର୍ ଗାଇଡେଡ୍ ବମ୍ ପଡ଼ିଥିଲା । ଯେଉଁଥିରେ ୩୦ ଜଣଙ୍କ ମୃତ୍ୟୁ ପରେ ଲୋକେ ତାତିଥିଲେ । ଏହାଛଡ଼ା ଖୈବର ପଖତୁନଖ୍ଵାରେ ବଢ଼ୁଥିବା ଆତଙ୍କବାଦୀ ଗତିବିଧକୁ ନେଇ ଲୋକଙ୍କ ଧୈର୍ଯ୍ୟ ତୁଟିଲାଣି । କାରଣ ଭାରତର ଅପରେସନ୍ ସିନ୍ଦୂର ପରେ ପିଓକେ ଛାଡ଼ି ଏବେ ଜୈଶ ସହ ପ୍ରାୟ ଆତଙ୍କବାଦୀ ଗୋଷ୍ଠୀ ଖୈବର ପଖତୁନଖ୍ଵା ମୁହାଁ ହୋଇଛନ୍ତି ।

Related Topics

Explore more stories