Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ

ଅର୍ଗସ ବ୍ୟୁରୋ : ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ କରିବ। ଦିନେ ଦୁଇ ଦିନ ଭିତରେ ମହାରାଷ୍ଟ୍ରରର ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା କରାଯିବ। ଏନେଇ ମହାୟୁତିରେ ଥିବା ବିଜେପି, ଶିବସେନା ଓ ଏନସିପିର ନେତୃବୃନ୍ଦ ଦିଲ୍ଲୀରେ ପହଞ୍ଚିଛନ୍ତି। ସେଠାରେ ସେମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ କରିବେ। ଏହାପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇସାରିଛି।

ଅଧିକ ପଢନ୍ତୁ : ମୋଦି, ଶାହଙ୍କୁ ଭେଟିଲେ ହେମନ୍ତ

ସେହିପରି ବିଜେପି ମହାରାଷ୍ଟ୍ରର କ୍ୟାବିନେଟର ଅଧା ପଦ ନିଜ ପାଖରେ ରଖିବ। ମେଣ୍ଟରେ ଥିବା ଏକନାଥ ସିନ୍ଦେଙ୍କ ଶିବସେନାକୁ କିଛି ହାତ ଗଣତି କ୍ୟାବିନେଟ ପଦ ମିଳିବ ବୋଲି ଜଣାପଡ଼ିଛି। ବିଜେପି ମହାୟୁତି ମେଣ୍ଟରେ ମୁଖ୍ଯ ଭୂମିକାରେ ରହିବ। ବିଜେପି ଅଧୀନରେ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି କାମ କରିବେ। ଏକନାଥ ସିନ୍ଦେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ରେସରୁ ଓହରି ଯାଇଥିବା ସଙ୍କେତ ଦେଇଥିବାରୁ ଫଡନାଭିସ ଶୀର୍ଷ ପଦକୁ ଫେରିବା ଏକ ପ୍ରକାରର ନିଶ୍ଚିତ ହୋଇଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahayuti alliances to form government soon in Maharashtra | Argus News