Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହୁଆଙ୍କୁ ଜେରା କରିବ ସଂସଦୀୟ ଏଥିକ୍ସ କମିଟି

Smruti Parija
Browse all articles by Smruti Parija
·2 years ago·1 min read
ମହୁଆଙ୍କୁ ଜେରା କରିବ ସଂସଦୀୟ ଏଥିକ୍ସ କମିଟି

ଅର୍ଗସ ବ୍ୟୁରୋ:  ଏଥିକ୍ସ କମିଟିରେ ହାଜର ହେବେ ମହୁଆ ମୈତ୍ରା । କ୍ୟସ ଫର୍ କ୍ବେଶ୍ଚିନ ମାମଲାରେ ମହୁଆଙ୍କୁ ଜେରା କରିବ ସଂସଦୀୟ ଏଥିକ୍ସ କମିଟି । ତଦନ୍ତ ପରେ କମିଟିର ହସ୍ତଗତ ହୋଇଥିବା ଦସ୍ତାବିଜ ଓ ତଥ୍ୟ ଆଧାରରେ ମହୁଆଙ୍କଠୁ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବ ସଂସଦୀୟ ଏଥିକ୍ସ କମିଟି । ପୂର୍ବରୁ ଅକ୍ଟୋବର ୨୬ରେ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ପ୍ୟାନେଲର ମିଟିଂ ହୋଇଥିଲା । 

ଏହି ସମୟରେ ମନ୍ତ୍ରଣାଳୟଗୁଡ଼ିକୁ ରିପୋର୍ଟ ମଗା ଯାଇଥିଲା । ତେବେ କମିଟି ନିକଟରେ ରିପୋର୍ଟ ଦାଖଲ କରି ସାରିଛନ୍ତି ମନ୍ତ୍ରଣାଳୟ । ମହୁଆ ତାଙ୍କ ଲୋକସଭା ଲଗ ଇନ୍ ଆଇଡି ଜଣେ ବ୍ୟବସାୟୀଙ୍କୁ ଦେଇଥିବା ପୂର୍ବରୁ ସ୍ବୀକାର କରିସାରିଛନ୍ତି । 

ଅଧିକ ପଢନ୍ତୁ: ବଢ଼ିବାରେ ଲାଗିଛି ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମୈତ୍ରଙ୍କ ଅଡୁଆ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏ ନେଇ ମଧ୍ୟ ଏଥିକ୍ସ କମିଟି ପ୍ରଶ୍ନର ସାମ୍ନା କରିବେ ମହୁଆ । ଲଗ ଇନ୍ ଆଇଡିର ଆଇପି ଠିକଣା ଓ ମହୁଆଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବା ପାଇଁ କମିଟି ମନ୍ତ୍ରଣାଳୟର ସହାୟତା ଲୋଡ଼ିଥିଲା । ଏହାର ତଥ୍ୟ କମିଟିର ହସ୍ତଗତ ହୋଇ ସାରିଛି । ମହୁଆଙ୍କୁ ଏଥିକ୍ସ କମିଟି ସମନ କରିବା ପୂର୍ବରୁ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରୀ ଓ ବିଜେପି ସାଂସଦ ନିଶିକ୍ତାନ୍ତ ଦୁବେଙ୍କୁ ଡାକି ବୟାନ ରେକର୍ଡ କରାଯାଇଛି ।

ମହୁଆ ବ୍ୟବସାୟୀଙ୍କଠୁ ଟଙ୍କା ନେଇ ଦେଶର ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବାର ଅଭିଯୋଗ ଆଣିଥିଲେ ନିଶିକାନ୍ତ । ଏହା ପରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ମହୁଆଙ୍କୁ ଦାମୀ ଉପହାର ଦେଇଥିବାର ସ୍ବୀକାର କରିଥିଲେ ।

ରାଜନୀତି ଖବର ଆହୁରି ପଢନ୍ତୁ

Sponsored
Mahua Mitra will appear in the ethics committee | Argus News