Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Tradition / ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ: ମକର ସଂକ୍ରାନ୍ତିରେ ଜ୍ବାଇଁ ପୁଅଙ୍କ ପାଇଁ ପରଷାଗଲା ଶହେରୁ ଅଧିକ ବ୍ୟଞ୍ଜନ

Ritu Das
Browse all articles by Ritu Das
·6 months ago·2 min read
ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ: ମକର ସଂକ୍ରାନ୍ତିରେ ଜ୍ବାଇଁ ପୁଅଙ୍କ ପାଇଁ ପରଷାଗଲା ଶହେରୁ ଅଧିକ ବ୍ୟଞ୍ଜନ
india

Key Points

ମକର ସଂକ୍ରାନ୍ତି ଅବସରରେ ଜଣେ ବ୍ୟକ୍ତି ନିଜ ଜ୍ୱାଇଁଙ୍କୁ ଶଶୁର ଘରକୁ ନିମନ୍ତ୍ରଣ କରିଥିଲେ । ଆନ୍ଧ୍ରପ୍ରଦେଶରେ ମକର ସଂକ୍ରାନ୍ତି ସମୟରେ ଜ୍ୱାଇଁଙ୍କୁ ସ୍ପେଶାଲ ଭୋଜି ଦେବାର ଏକ ପରମ୍ପରା ରହିଛି। କିନ୍ତୁ ଏହି ପରିବାର ଏହି ପରମ୍ପରାକୁ ଏକ ନୂଆ ସ୍ତରକୁ ନେଇଯାଇଛନ୍ତି ।
ନୂଆ ନୂଆ ବାହା ହୋଇଥିଲେ ଶ୍ବଶୁର ଘରକୁ ଗଲେ ଜ୍ବାଇଁଙ୍କର ଅଲଗା ପ୍ରକାର ଚର୍ଚ୍ଚା ହୁଏ। କିନ୍ତୁ ଦକ୍ଷିଣ ଭାରତୀୟ ସଂସ୍କୃତିରେ ମକର ସଂକ୍ରାନ୍ତିକୁ ଖୁବ ଧୁମଧାମରେ ପାଳନ କରାଯାଏ। ସେମାନଙ୍କର ପର୍ବକୁ ପୋଙ୍ଗଲ କୁହାଯାଏ। ଆଉ ଏହି ଦିନ ତାଙ୍କର ଏକ ନିଆରା ପରମ୍ପରା ରହିଛି। ଭାରତୀୟ ସଂସ୍କୃତିରେ ଜ୍ୱାଇଁ ଏବଂ ଶଶୁର ଘରର ସମ୍ପର୍କ ଅତ୍ୟନ୍ତ ଖାସ୍ ହୋଇଥାଏ । ଭାରତରେ ଜ୍ୱାଇଁଙ୍କୁ ବହୁତ ସମ୍ମାନ ଦିଆଯାଏ ତାଙ୍କର ଆତିଥ୍ୟରେ କୌଣସି ପ୍ରକାରର ଅବହେଳା କରାଯାଏ ନାହିଁ । ଜ୍ୱାଇଁ ଶଶୁର ଘରକୁ ଆସିଲେ ତାଙ୍କ ପାଇଁ ଭଲ ଭଲ ଖାଦ୍ୟପେୟର ବ୍ୟବସ୍ଥା କରାଯିବା ଏକ ସାଧାରଣ କଥା। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଖବର ଭାଇରାଲ ହେଉଛି। ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଆନ୍ଧ୍ରପ୍ରଦେଶର ଏକ ପରିବାର ନିଜ ଜ୍ୱାଇଁଙ୍କ ପାଇଁ ୧୫୮ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଘଟିଛି। 

ଏହାସହ ପଢ଼ନ୍ତୁ: ଗୁଡ଼ି ଉଜାଡ଼ି ଦେଲା ପରିବାର; ୭୦ ଫୁଟ୍ ବ୍ରିଜ୍‌ ତଳକୁ ଖସି ଆଖି ବୁଜିଲା ବାପାମାଆ ସହ ଝିଅ

ମକର ସଂକ୍ରାନ୍ତି ଅବସରରେ ଜଣେ ବ୍ୟକ୍ତି ନିଜ ଜ୍ୱାଇଁଙ୍କୁ ଶଶୁର ଘରକୁ ନିମନ୍ତ୍ରଣ କରିଥିଲେ । ଆନ୍ଧ୍ରପ୍ରଦେଶରେ ମକର ସଂକ୍ରାନ୍ତି ସମୟରେ ଜ୍ୱାଇଁଙ୍କୁ ସ୍ପେଶାଲ ଭୋଜି ଦେବାର ଏକ ପରମ୍ପରା ରହିଛି। କିନ୍ତୁ ଏହି ପରିବାର ଏହି ପରମ୍ପରାକୁ ଏକ ନୂଆ ସ୍ତରକୁ ନେଇଯାଇଛନ୍ତି । ସେମାନେ ଜ୍ୱାଇଁଙ୍କ ପାଇଁ ୧,୩୭୪ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ। 



ଜ୍ୱାଇଁଙ୍କ ପାଇଁ ସଜାଯାଇଥିବା ଏହି ବିଶାଳ ଭୋଜିରେ ଖାଦ୍ୟର ଏକ ଲମ୍ବା ତାଲିକା ଥିଲା । ଏଥିରେ ପ୍ରାୟ ୩୫ ପ୍ରକାରର ଭାତ, ୭୦ ପ୍ରକାରର ତରକାରୀ, ୬୦ ପ୍ରକାରର ଚଟଣି, ୯୦ ପ୍ରକାରର ମିଠା, ୮୦ ପ୍ରକାରର ପିଠା, ଏବଂ ବିଭିନ୍ନ ପ୍ରକାରର ସ୍ନାକ୍ସ, ଥଣ୍ଡା ପାନୀୟ ଓ ଫଳ ରସ ସାମିଲ ଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ବଡ଼ ବଡ଼ ଟେବୁଲ ଉପରେ ଶହ ଶହ ପ୍ଲେଟ୍ ସଜା ହୋଇ ରହିଛି ଏବଂ ଜ୍ୱାଇଁ ଓ ଝିଅ ଏହି ରାଜକୀୟ ଭୋଜିର ଆନନ୍ଦ ନେଉଛନ୍ତି ।

ଏହାସହ ପଢ଼ନ୍ତୁ: ଭାରତର ଅପରେସନ୍ ସ୍ୱଦେଶ ସରିଲେ ଆମେରିକା କରିବ ବଡ଼ ଆକ୍ରମଣ !

ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଏହାକୁ ଭାରତୀୟ ସଂସ୍କୃତିର ମହାନତା ଏବଂ ସ୍ନେହର ପ୍ରତୀକ ବୋଲି କହୁଥିବା ବେଳେ, ଅନ୍ୟ କିଛି ଲୋକ ଏହାକୁ ଖାଦ୍ୟର ଅପଚୟ ବୋଲି କହୁଛନ୍ତି। ଶ୍ବଶୁର ଘରର ଏହି ଅନାବିଳ ସ୍ନେହ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Makar Sankranti Surprise: 1,374 Dishes Served to Son-in-Law Goes Viral | Argus News