Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମାଲାୟଲମ ଅଭିନେତ୍ରୀଙ୍କ ଅଭିଯୋଗ ହୋଟେଲକୁ ଡାକୁଛନ୍ତି କଂଗ୍ରେସ ନେତା

Ritu Das
Browse all articles by Ritu Das
·10 months ago·2 min read
ମାଲାୟଲମ ଅଭିନେତ୍ରୀଙ୍କ ଅଭିଯୋଗ ହୋଟେଲକୁ ଡାକୁଛନ୍ତି କଂଗ୍ରେସ ନେତା

Key Points

ମାଲାୟଲମ ଅଭିନେତ୍ରୀ ରିନି ଏନ୍ ଜର୍ଜ ଜଣେ କଂଗ୍ରେସ ଯୁବନେତା ତଥା ବିଧାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତେବେ କଂଗ୍ରେସ ନେତାଙ୍କ ନାଁ ନ ନେଇ ସେ କହିଛନ୍ତି ଯେ, ତାଙ୍କୁ ଜଣେ ଯୁବନେତା ବାରମ୍ବାର ଅଶ୍ଳୀଳ ମେସେଜ କରିବା ସହ ହୋଟେଲ ଡାକୁଛନ୍ତି।

ମାଲାୟଲମ ଅଭିନେତ୍ରୀ ରିନି ଏନ୍ ଜର୍ଜ ଜଣେ କଂଗ୍ରେସ ଯୁବନେତା ତଥା ବିଧାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତେବେ କଂଗ୍ରେସ ନେତାଙ୍କ ନାଁ ନ ନେଇ ସେ କହିଛନ୍ତି ଯେ, ତାଙ୍କୁ ଜଣେ ଯୁବନେତା ବାରମ୍ବାର ଅଶ୍ଳୀଳ ମେସେଜ କରିବା ସହ ହୋଟେଲ ଡାକୁଛନ୍ତି। ୩ ବର୍ଷ ଧରି ସମ୍ପୃକ୍ତ ନେତାଙ୍କ ଏଭଳି ଆଚରଣ ଜାରି ରହିଛି। ସେ ଏ ନେଇ ବରିଷ୍ଠ ନେତାଙ୍କ ନିକଟରେ ଅଭିଯୋଗ କରିଥିଲେ ବି ବିଧାୟକଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇ ନ ଥ‌ିବା ରିନି କହିଛନ୍ତି। ଏପରିକି ଅନେକ ନେତାର ସ୍ତ୍ରୀ/ ଝିଅ ଏହି ନେତାଙ୍କ ଏଭଳି ନିମ୍ନ ସ୍ତରର ଆଚରଣର ଶିକାର ହୋଇଥିବା ମଧ୍ୟ ରିନି ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ବିଜେପି କେରଳ ବିଧାୟକ ତଥା କଂଗ୍ରେସ ନେତା ରାହୁଲ ମମକୁଟଥିଲଙ୍କୁ ଟାର୍ଗେଟ କରିଛି। ବିବାଦ ଭିତରେ ରାହୁଲ ମମକୁଟିଥିଲା ଯୁବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଗୁରୁବାର ଇସ୍ତଫା ଦେଇଛନ୍ତି। ରାହୁଲ ଅଭିନେତ୍ରୀ ରିନିଙ୍କୁ ନିଜ ସାଙ୍ଗ ବୋଲି କହିଛନ୍ତି। ରାହୁଲ କହିଛନ୍ତି ଯେ, ବୟାନ ଦେଇଥୁବା ମହିଳା ତାଙ୍କ ନାଁ ନେଇନାହାନ୍ତି କିମ୍ବା ଏ ନେଇ ବିଧବଦ୍ଧ ଭାବେ ଏତଲା ବି ଦେଇନାହାନ୍ତି।


ଯଦି ଥାନାରେ ମାମଲା ଦେଇନାହାନ୍ତି। ଯଦି ଥାନାରେ ମାମଲା ହୁଏ କିମ୍ବା ଆଇନଗତ ପ୍ରକ୍ରିୟା ଆରମ୍ଭ ହୁଏ ତେବେ ସେ ମଧ୍ୟ ଆଇନର ରାସ୍ତା ହୁଏ ତେବେ ସେ ମଧ୍ୟ ଆଇନର ରାସ୍ତା ଆପଣାଇବେ। ଅନ୍ୟପକ୍ଷରେ କଂଗ୍ରେସ ରାହୁଲଙ୍କ ବିରୋଧରେ ଅନ୍ତରୀଣ ଯାଞ୍ଚ ଆରମ୍ଭ କରିଛି। କେରଳର କଂଗ୍ରେସ ବିଧାୟକ ଦଳ ନେତା ଭିଡି ସତୀଶନ କହିଛନ୍ତି, ଏପରି ମାମଲାରେ କାହାରିକୁ କ୍ଷମା ଦିଅଯିବ ନାହିଁ । ରାହୁଲଙ୍କୁ ବିଜେପି ଟାର୍ଗେଟ କରିବା ପରେ ରିନି କହିଛନ୍ତି ଯେ, ତାଙ୍କ ଲଢ଼େଇ ସଂଘର୍ଷରତ ମହିଳାଙ୍କ ପାଇଁ, କୌଣସି ବ୍ୟକ୍ତିଙ୍କ ବିରୋଧରେ ନୁହେଁ। ଯେତେବେଳେ ମହିଳାମାନେ ଆଗକୁ ଆସନ୍ତି ସମାଜ ଏହା ପଛର ସତ ବି ବୁଝିବା ଜରୁରି। ସେ କୌଣସି ରାଜନୈତିକ ଦଳର ମୋହରା ନୁହନ୍ତି। ସେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଦଳକୁ ଗର୍ଗେଟ କରୁନାହାନ୍ତି। ଏହା ପଛରେ ତାଙ୍କ କୌଣସି ସ୍ଵର୍ଥ ମଧ୍ୟ ନାହିଁ। ଯଦି କିଏ ଇସ୍ତଫା ଦେଉଛି ତାହା ନୈତିକତା ଆଧାରରେ ହେବା ଉଚିତ। ସେ ଏବେ ବି ରାହୁଲଙ୍କୁ ସାଙ୍ଗ ଭାବନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
malayalam-actress-allegation-congress-leader-hotel | Argus News