Accident News / ମାଳଦ୍ୱୀପରେ ଓଲଟିଲା ରେମଣ୍ଡ ଗ୍ରୁପ୍ ଚେୟାରମ୍ୟାନ ଗୌତମ ସିଂଘାନିଆଙ୍କ ସ୍ପିଡ୍ବୋଟ୍.... ୨ ଭାରତୀୟ ନିଖୋଜ
·5 months ago·2 min read

Key Points
ମାଳଦ୍ୱୀପରେ ରେମଣ୍ଡ ଗ୍ରୁପର ଅଧ୍ୟକ୍ଷ ଗୌତମ ସିଂଘାନିଆ ଯାତ୍ରା କରୁଥିବା ଏକ ସ୍ପିଡବୋଟ୍ ଓଲଟି ପଡ଼ିବାରୁ ସେ ଆହତ ହୋଇଛନ୍ତି।
ମାଳଦ୍ୱୀପ (21/03): ମାଳଦ୍ୱୀପରେ ରେମଣ୍ଡ ଗ୍ରୁପର ଅଧ୍ୟକ୍ଷ ଗୌତମ ସିଂଘାନିଆ ଯାତ୍ରା କରୁଥିବା ଏକ ସ୍ପିଡବୋଟ୍ ଓଲଟି ପଡ଼ିବାରୁ ସେ ଆହତ ହୋଇଛନ୍ତି। ସିଂଘାନିଆ ସାମାନ୍ୟ ଆଘାତ ପାଇଛନ୍ତି ଏବଂ ମୁମ୍ବାଇ ଫେରିଆସିଥିବା ତାଙ୍କ ମୁଖପାତ୍ର କହିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ବିମାନ ଯୋଗେ ମୁମ୍ବାଇ ଆଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି। ଘଟଣାଟି ଗୁରୁବାର ରାତି ପ୍ରାୟ ୧୧ଟାରେ ମାଳଦ୍ୱୀପର ଫେଲିଧୂ ଆଟୋଲ ନିକଟରେ ଘଟିଥିଲା।
ଗୌତମ ସିଂଘାନିଆଙ୍କ ସହ ସ୍ପିଡବୋଟ୍ରେ ଭାରତର କିମ୍ବଦନ୍ତୀ ରାଲି ଡ୍ରାଇଭର ହରି ସିଂହଙ୍କ ସହ ତାଙ୍କର ଜଣେ ବନ୍ଧୁ ବସିଥିଲେ। ଏହି ଦୁଇ ଜଣଙ୍କର ପତ୍ତା ମିଳିପାରୁ ନାହିଁ। ଦୀର୍ଘ ସମୟ ବିତି ଯାଇଥିବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇପାରିଥାଏ ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି। ଘଟଣା ବିଷୟରେ ସୂଚନା ଦେଇ ଗୌତମ ସିଂଘାନିଆଙ୍କ ଜଣେ ମୁଖପାତ୍ର କହିଛନ୍ତି, "ଗୌତମ ସିଂଘାନିଆଙ୍କୁ ସାମାନ୍ୟ ଆଘାତ ଲାଗିଛି। ସେ ମୁମ୍ବାଇର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ସମସ୍ତ ବନ୍ଧୁଙ୍କ ସୁସ୍ଥତା ପାଇଁ ଆମେ ପ୍ରାର୍ଥନା କରୁଛୁ।"
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଶୁକ୍ରବାର ଦିନ (ସ୍ଥାନୀୟ ସମୟ) ଦିନ ୧:୧୫ ରେ ଭାଭୁ ଆଟଲର ଭି ଫେଲିଡୁ ଦ୍ୱୀପ ନିକଟରେ ୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ସମେତ ସାତ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ସ୍ପିଡବୋଟ୍ ଓଲଟି ପଡ଼ିଥିଲା।
ଅଧିକ ପଢ଼ନ୍ତୁ: ଦୁଃଖ ଦେଇଗଲା ରଙ୍ଗର ପର୍ବ; ମହାନଦୀ, ବ୍ରାହ୍ମଣୀ, ଖରସ୍ରୋତା ନେଲା ୫ ଜୀବନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଲି ଡ୍ରାଇଭର ହରି ସିଂହଙ୍କ ସମେତ ଦୁଇ ଜଣ ଭାରତୀୟ ନିଖୋଜ ଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଥିବା ଜଣାପଡ଼ିଛି। ଉଦ୍ଧାରକାରୀ ଦଳ କେଓଧୂ ନିକଟରେ ନିଖୋଜ ଭାରତୀୟଙ୍କୁ ଖୋଜିବା ପାଇଁ ବୁଡ଼ାଳି ଏବଂ ସ୍ପିଜ୍ ଜାହାଜର ବ୍ୟବହାର କରୁଛନ୍ତି। ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀ (MNDF)ର ତଟରକ୍ଷୀ ବାହିନୀ କହିଛି ଯେ ସମୁଦ୍ର ସ୍ରୋତରେ ସେମାନଙ୍କୁ ଖୋଜିବା କଷ୍ଟକର ହେଉଥିଲ। ଆଉ ଜଣେ ଯାତ୍ରୀଙ୍କ ହାତ କଟି ଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ସୂଚନା ଥାଉକି, ଦୁଇ ବନ୍ଧୁ ଗୌତମ ସିଂଘାନିଆ ଏବଂ ହରି ସିଂଙ୍କ ଛୁଟି କଟାଇବା ପାଇଁ ମାଳଦ୍ୱୀପ ଯାଇଥିଲେ। ଦୁହିଁଙ୍କର ଦୁଃସାହସିକ କ୍ରୀଡ଼ା ପ୍ରତି ଆଗ୍ରହ ରହିଛି।
ସିଂଘାନିଆ ନିଜେ ଜଣେ ବୃତ୍ତିଗତ ରେସର, ଏବଂ ହରି ସିଂ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ରାଲି ଟାଇଟଲ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ସେମାନେ ଛୁଟି କାଟିବା ଓ ପାୱାର ବୋଟିଂ କରିବା ପାଇଁ ମାଳଦ୍ୱୀପ ଯାଇଥିଲେ ବୋଲି ସୂଚନା ମିଳିଛି।

Related Topics
Explore more stories