Holi Tragedy / ଦୁଃଖ ଦେଇଗଲା ରଙ୍ଗର ପର୍ବ; ମହାନଦୀ, ବ୍ରାହ୍ମଣୀ, ଖରସ୍ରୋତା ନେଲା ୫ ଜୀବନ
·1 month ago·2 min read

Key Points
- ହୋଲି ଖେଳ ପରେ ଗାଧୋଇବା ବେଳେ ବିଭିନ୍ନ ସ୍ଥାନରେ ଅଘଟଣ
- ଜଗତସିଂହପୁର ବିରିଡ଼ି ଥାନା ବିଲୁଆଖାଇ ନଦୀରେ ଯୁବକ ମୃତ
- ଯାଜପୁର ଯୋକଡିଆ ଖରସ୍ରୋତା ନଦୀରେ ବୁଡ଼ି ଜଣଙ୍କ ମୃତ୍ୟୁ
- ଯଖପୁରା ବ୍ରାହ୍ମଣୀ ନଦୀର ଦିଗାମ୍ବରପୁର ଘାଟରେ ଜଣେ ମୃତ
- କେନ୍ଦ୍ରାପଡ଼ା ଆଳି ଟୁଙ୍ଗା ଖରସ୍ରୋତାରେ ବୁଡ଼ି ଯୁବକଙ୍କ ମୃତ୍ୟୁ
- କଟକ ବଡ଼ମ୍ବା ଟି-ସେତୁ ନିକଟରେ ମହାନଦୀରେ ନାବାଳକ ମୃତ
ଭୁବନେଶ୍ଵର: ରଙ୍ଗର ଉତ୍ସବ ଭିତରେ ଦୁଃଖ ଦେଲା ଜଳ । ହୋଲିରେ ଘଟିଗଲା ବଡ଼ ଅଘଟଣ । ମହାନଦୀ, ବ୍ରାହ୍ମଣୀ, ଖରସ୍ରୋତା ନେଇଗଲା ପାଞ୍ଚ ପାଞ୍ଚ ଜଣଙ୍କ ଜୀବନ । ହୋଲିର ଆନନ୍ଦ ଭିତରେ ଗାଧୋଇବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ଯାଇ ୫ ଜଣ ମତ୍ୟୁବରଣ କରିଛନ୍ତି ।
ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ବିଲୁଆଖାଇ ନଦୀରେ ବୁଡ଼ି ଯୁବକ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଢିହସାହିବରି ଗାଁର ସଞ୍ଜୟ ମହାପାତ୍ର । ହୋଲି ଖେଳି ସାରି ନଦୀକୁ ଗାଧୋଇ ଯାଇଥିବା ସମୟରେ ବୁଡ଼ି ଯାଇଥିଲେ ସଞ୍ଜୟ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ହୋଲିରେ ଅଘଟଣ; ରଙ୍ଗ ଖେଳି ସାଙ୍ଗମାନଙ୍କ ସହ ମହାନଦୀରେ ଗାଧୋଇବା ବେଳେ ଜଣେ ମୃତ
ସେପଟେ ହୋଲିରେ ଯାଜପୁରରେ ୨ ଜଣ ଗାଧୋଇବା ବେଳେ ପ୍ରାଣ ହରାଇଛନ୍ତି । ରଙ୍ଗ ଖେଳିସାରି ଗାଧୋଇବା ବେଳେ ଯୋକଡ଼ିଆ ଖରସ୍ରୋତା ନଦୀରେ ଜଣେ ବିୁଡ଼ି ଯାଇ ପ୍ରାଣ ହରାଇଛନ୍ତି । ମୃତକ ଯାଜପୁର ରୋଡ୍ ଥାନା ପଦ୍ମପୁର ଅଞ୍ଚଳର ସଂଗ୍ରାମ ଅଜିତାଭ ଦାସ । ସେ ଏକ ଘରୋଇ ବ୍ୟାଙ୍କ ଉଚ୍ଚ ପଦରେ ଥିଲେ ବୋଲି ଜଣାପଡ଼ିଛି ।
ସେହିଭଳି ଯାଜପୁର ଯଖପୁରାରେ ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଯଖପୁରା ଯୁବକ ହୋଲି ଖେଳି ସାରି ବ୍ରାହ୍ମଣୀ ନଦୀର ଦିଗାମ୍ବରପୁର ଘାଟରେ ଗାଧୋଉଥିଲେ । ସେହି ସମୟରେ ନଦୀରେ ବୁଡ଼ି ଯାଇ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ ଉଦ୍ଧାର କରି ଦାନଗଦୀ ମେଡିକାଲ୍ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଟୁଙ୍ଗା ଗାଁରେ ଜଣେ ଯୁବକ ନିଖୋଜ ଅଛନ୍ତି । ନିଖୋଜ ୨୨ ବର୍ଷୀୟ ଶୁଭ ସଂକଳ୍ପ ବାରିକ । ହୋଲି ଖେଳି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ ଶୁଭ । ସାଙ୍ଗମାନଙ୍କ ସହ ଯାଇଥିବା ବେଳେ ବୁଡ଼ି ଯାଇଥିଲେ । ଅଗ୍ନିଶମ ବାହିନୀ ୩ ଘଣ୍ଟା ଧରି ଖୋଜାଖୋଜି କରିଥିଲେ ବି ସଫଳତା ପାଇ ନଥିଲା ।
ଏଥିସହ ପଢ଼ନ୍ତୁ: ଭାରତ ମହାସାଗରରେ ପହଞ୍ଚିଲା ଇରାନ-ଇସ୍ରାଏଲ୍ ଯୁଦ୍ଧ; ଇରାନ ଜାହାଜକୁ ବୁଡ଼ାଇଲା ବୁଡ଼ା ଜାହାଜ
କଟକ ଜିଲ୍ଲା ବଡ଼ମ୍ବାରେ ହୋଲି ଖେଳ ସାରି ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଜଣେ ନାବାଳକ ବୁଡ଼ି ଯାଇଛନ୍ତି । ବଡ଼ମ୍ବା ଟି ସେତୁ ନିକଟରେ ଏହି ଅଘଟଣ ଘଟିଛି । ହୋଲି ଖେଳି ସାଙ୍ଗମାନଙ୍କ ସହ ଗାଧୋଇବା ଟି ସେତୁ ନିକଟ ମହାନଦୀରେ ସାଙ୍ଗମାନଙ୍କ ସହ ଗାଧୋଉବା ବେଳେ ବୁଡ଼ି ଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକ ଓ ବାଙ୍କୀ ବୈଦେଶ୍ଵର ଦମକଳ ବାହିନୀ ପହଞ୍ଚି ନାବାଳକଙ୍କୁ ଖୋଜାଖୋଜି କରିଥିଲେ । ନାବାଳକଙ୍କକୁ ଉଦ୍ଧାର କରାଯାଇ ମେଡିକାଲ୍ ନିଆଯାଇଥିଲା । ବଡ଼ମ୍ବା ମେଡିକାଲ୍ରେ ଡାକ୍ତର ନାବାଳକ ଜୀବନ ବେହେରାଙ୍କୁ ମୃତ ଘୋଷଣା କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories