Videos
|
National

ଲୋକସଭା ନିର୍ବାଚନ ଚାଲିଥିବା ବେଳେ ପୁଣି ଥରେ ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଲୋକସଭା ନିର୍ବାଚନ ଚାଲିଥିବା ବେଳେ ପୁଣି ଥରେ ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ମମତାଙ୍କ ପିଛା ଛାଡୁନି ଦୁର୍ଘଟଣା । ପୁଣି ଥରେ ଦୁର୍ଘଟଣାର ଶିକାର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲୋକସଭା ନିର୍ବାଚନ ଚାଲିଥିବା ବେଳେ ପୁଣି ଥରେ ଆହତ ହୋଇଛନ୍ତି । ପ୍ରଚାର ପାଇଁ ଯିବା ବେଳେ ଏହି ଅଘଟଣ ଘଟିଛି। ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ଆହତ ହୋଇଛନ୍ତି । ହେଲିକପ୍ଟରରେ ଚଢ଼ିବା ବେଳେ ସେ ପଡ଼ି ଯାଇଥିଲେ । 

ଏଥିରେ ତାଙ୍କ ପାଦରେ ସାମାନ୍ୟ ଆଘାତ ଲାଗିଥିବା ଲାଗିଥିବା ଜଣାପଡ଼ିଛି । ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ ଦିଦି । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ସେ ହେଲିକପ୍ଟର ଭିତରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯାଇଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

ତାଙ୍କ ପାଦରେ ଆଘାତ ଲାଗିଥିବା ସୂଚନା ମିଳିଛି । ହେଲିକପ୍ଟରରେ ଚଢିବା ସମୟରେ ତାଙ୍କର ପାଦ ଖସିଯିବାରୁ ସେ ପଡିଯାଇଥିଲେ । ତେବେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତାଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mamata Banerjee suffers injury after falling inside helicopter | Argus News