Videos
|
National

Mamata Returns / ସାଧ୍ବୀରୁ ପୁଣି ବୋଲ୍ଡ ହେଲେ ମମତା, ଆଇଟମ ଡାନ୍ସରେ ଲଗାଇଲେ ନିଆଁ

Bikash Mohanty
Browse all articles by Bikash Mohanty
·1 hour ago·2 min read
ସାଧ୍ବୀରୁ ପୁଣି  ବୋଲ୍ଡ ହେଲେ ମମତା, ଆଇଟମ ଡାନ୍ସରେ ଲଗାଇଲେ ନିଆଁ
Mamta kulkarni

Key Points

ସାଧ୍ବୀରୁ ପୁଣି ବୋଲ୍ଡ ହେଲେ ମମତା
ଆଇଟମ ଡାନ୍ସରେ ନିଆଁ ଲଗାଇଲେ
ଫିଲ୍ମ ଫେଷ୍ଟିଭାଲରେ ମମତାଙ୍କ ଏହି ନୂଆ ଅବତାର ଏବେ ଚର୍ଚ୍ଚାରେ

ଜୟପୁର,୨୭/୦୯: ସାଧ୍ବୀରୁ ପୁଣି ବୋଲ୍ଡ ହେଲେ ମମତା। ବଲିଉଡ୍‌ର ୯୦ ଦଶକର ଚର୍ଚ୍ଚିତ ବୋଲ୍ଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ପୁଣିଥରେ ଲାଇମଲାଇଟ୍‌ରେ। ଦୀର୍ଘ ସମୟ ଧରି ଆଧ୍ୟାତ୍ମିକ ଜୀବନ ଓ ସାଧ୍ବୀ ଅବତାର ପାଇଁ ଚର୍ଚ୍ଚାରେ ଥିବା ମମତା ଏବେ ପୁଣି ନିଜର ପୁରୁଣା ଗ୍ଲାମରସ୍ ଅନ୍ଦାଜରେ ନଜର ଆସିଛନ୍ତି। ଜୟପୁରରେ ଆୟୋଜିତ ୧୪ତମ ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ତାଙ୍କର ଏହି ନୂଆ ଅବତାର ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି।

ଫିଲ୍ମ ଫେଷ୍ଟିଭାଲରେ ମମତା କୁଲକର୍ଣ୍ଣୀଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନ ଗ୍ରହଣ କରିବା ପରେ ମମତା ତାଙ୍କର ଲୋକପ୍ରିୟ ଫିଲ୍ମ ଗୀତରେ ନୃତ୍ୟ କରିଥିଲେ। ମଞ୍ଚରେ ଛାତ୍ରଛାତ୍ରୀଙ୍କ ସହ ସେ ନୃତ୍ୟ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମମତାଙ୍କ ଡ୍ୟାନ୍ସ ପରଫର୍ମାନ୍ସରେ ୯୦ ଦଶକର ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟ ଶୁଣିବାକୁ ମିଳିଥିଲା। ‘ଘାତକ’ର ‘କୋଇ ଜାଏ ତୋ ଲେ ଆୟେ’, ‘କରଣ ଅର୍ଜୁନ’ର ‘ଏକ ମୁଣ୍ଡା ମେରୀ ଉମର୍ କା’ ଏବଂ ‘ସବସେ ବଡ଼ା ଖିଲାଡି’ର ‘ଲମ୍ବା ଲମ୍ବା ଘୁଙ୍ଘଟ୍’ ଭଳି ଗୀତରେ ସେ ନୃତ୍ୟ କରିଥିଲେ।

ପଢନ୍ତୁ ଏହି ଖବର: ସାରା କହିଲେ ତାଙ୍କୁ ମ୍ୟାସେଜ୍ କରୁଛନ୍ତି ଏହି ନାମି ଦାମି କ୍ରିକେଟର, ଦେଖାଇଲେ ଚାଟ୍

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ମମତାଙ୍କ ନୃତ୍ୟଠାରୁ ଅଧିକ ତାଙ୍କର ଲୁକ୍‌ ଦର୍ଶକଙ୍କ ନଜର ଆକର୍ଷଣ କରିଥିଲା। ଆଧ୍ୟାତ୍ମିକ ଜୀବନରେ ସାଧ୍ବୀ ଅବତାରରେ ଦେଖାଯାଉଥିବା ମମତା ଏଥର ଗ୍ଲାମରସ୍ ଆଉଟଫିଟ୍‌ରେ ମଞ୍ଚରେ ନଜର ଆସିଥିଲେ। ତାଙ୍କର ଏହି ରୂପ ଦେଖି ଅନେକ ପ୍ରଶଂସକ ତାଙ୍କ ୯୦ ଦଶକର ବଲିଉଡ୍ ଅବତାରକୁ ମନେ ପକାଇଛନ୍ତି।

ମମତାଙ୍କ ଭାଇରାଲ୍ ଭିଡିଓକୁ ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି। କିଛି ୟୁଜର ତାଙ୍କର ଲୁକ୍‌କୁ ନେଇ ମଜାଦାର ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟ କେତେକ ପ୍ରଶଂସକ ତାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କର ଆଧ୍ୟାତ୍ମିକ ଜୀବନ ଓ ପୁରୁଣା ଫିଲ୍ମୀ ଅବତାରକୁ ନେଇ ମଧ୍ୟ ଅନେକ ଆଲୋଚନା ହୋଇଛି।
ଫିଲ୍ମ ଫେଷ୍ଟିଭାଲରେ ନିଜ କ୍ୟାରିୟର ସମ୍ପର୍କରେ ମମତା ମଧ୍ୟ କଥା ରଖିଥିଲେ। ନେଲୋରର କିଛି ଲୋକ ତାଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରିଥିବା ଦାବି କରିବା ସହ ଏହି ଘଟଣା ତାଙ୍କ ଜୀବନର ଏକ ସ୍ମରଣୀୟ ଅଧ୍ୟାୟ ବୋଲି କହିଥିଲେ।

ମମତାଙ୍କ ହିନ୍ଦୀ ଫିଲ୍ମ କ୍ୟାରିୟର ‘ତିରଙ୍ଗା’ରୁ ଆରମ୍ଭ ହୋଇଥିଲା। ପରେ ସେ ‘ଆଶିକ୍ ଆୱାରା’, ‘କ୍ରାନ୍ତିବୀର’, ‘ସବସେ ବଡ଼ା ଖିଲାଡି’, ‘ଆନ୍ଦୋଳନ’, ‘କରଣ ଅର୍ଜୁନ’, ‘ଘାତକ’ ଏବଂ ‘ନସୀବ’ ଭଳି ଫିଲ୍ମରେ ଅଭିନୟ କରିଥିଲେ।  ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡକୁ ନେଇ ମମତା ଏହା ତାଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ବୋଲି କହିଛନ୍ତି। ଏକଦା ବଲିଉଡ୍‌ରେ ନିଜ ଗ୍ଲାମରସ୍ ଅବତାରରେ ଚର୍ଚ୍ଚାରେ ଥିବା ମମତାଙ୍କୁ ଏବେ ପୁଣି ସେହି ପୁରୁଣା ଅନ୍ଦାଜରେ ଦେଖିବା ତାଙ୍କ ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଭାବେ ଏକ ନଷ୍ଟାଲଜିଆ ସୃଷ୍ଟି କରିଛି।