Sara Reveals / ସାରା କହିଲେ ତାଙ୍କୁ ମ୍ୟାସେଜ୍ କରୁଛନ୍ତି ଏହି ନାମି ଦାମି କ୍ରିକେଟର, ଦେଖାଇଲେ ଚାଟ୍
·1 hour ago·3 min read

Key Points
ବଡ଼ ଖୁଲାସା କଲେ ଅଭିନେତ୍ରୀ ସାରା
କହିଲେ ତାଙ୍କୁ ମ୍ୟାସେଜ୍ କରୁଛନ୍ତି ନାମି ଦାମି କ୍ରିକେଟର
ଦେଖାଇଲେ କ୍ରିକେଟରଙ୍କ ଚାଟ୍

ନୂଆଦିଲ୍ଲୀ: ‘ରାଇଜ୍ ଆଣ୍ଡ ଫଲ୍ 2’ରେ ସାରା ଗୁରପାଲଙ୍କ ବଡ଼ ଖୁଲାସା। ଅନେକ ନାମି ଓ ଦାମି କ୍ରିକେଟର ତାଙ୍କୁ ମେସେଜ୍ ଓ DM କରୁଛନ୍ତି। ଏହା ଳହିଛନ୍ତି ପଞ୍ଜାବୀ ଅଭିନେତ୍ରୀ ସାରା।
ରିଆଲିଟି ଶୋ’ ‘ରାଇଜ୍ ଆଣ୍ଡ ଫଲ୍ 2’ର ପ୍ରିମିୟର ଏପିସୋଡ୍ରେ ପଞ୍ଜାବୀ ଅଭିନେତ୍ରୀ ଓ ଗାୟିକା ସାରା ଗୁରପାଲଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନେକ କ୍ରିକେଟର ତାଙ୍କୁ ମେସେଜ୍ ଓ ଡାଇରେକ୍ଟ ମେସେଜ୍ (DM) କରୁଥିବା ସାରା ଖୋଲା ଖୋଲି କହିଛନ୍ତି। ଏହି ଘଟଣା ସମୟରେ ଶୋ’ର ହୋଷ୍ଟ ବୀରେନ୍ଦ୍ର ସେହୱାଗଙ୍କ ସହ ତାଙ୍କର କଥାବାର୍ତ୍ତାର ଏକ ଭିଡିଓ କ୍ଲିପ୍ ମଧ୍ୟ ସାମ୍ନାକୁ ଆସିଛି।
ପ୍ରିମିୟର ଏପିସୋଡ୍ରେ ବୀରେନ୍ଦ୍ର ସେହୱାଗ ସାରାଙ୍କୁ କ୍ରିକେଟରଙ୍କ ମେସେଜ୍ ସମ୍ପର୍କରେ ପଚାରିଥିଲେ। ଏହାର ଉତ୍ତରରେ ସାରା କହିଥିଲେ ଯେ, ଅନେକ କ୍ରିକେଟର ତାଙ୍କୁ ମେସେଜ୍ କରନ୍ତି। ଏହାପରେ ସେହୱାଗ ସାରାଙ୍କ ଫୋନ୍ରେ ଥିବା ଚାଟ୍ ଦେଖିବାକୁ ଚାହିଁଥିଲେ। ସାରା ତାଙ୍କ ଫୋନ୍ ଦେଖାଇଥିବା ବେଳେ କିଛି ମେସେଜ୍କୁ ନେଇ ଉଭୟଙ୍କ ମଧ୍ୟରେ ମଜାଦାର କଥାବାର୍ତ୍ତା ହୋଇଥିଲା। ସେହୱାଗ ଚାଟ୍ ଦେଖିବା ପରେ କିଛି ପ୍ରତିକ୍ରିୟା ମଧ୍ୟ ଦେଇଥିଲେ।
କଥାବାର୍ତ୍ତା ସମୟରେ ସେହୱାଗ ମଜାଳିଆ ଢଙ୍ଗରେ କହିଥିଲେ ଯେ, ସାରାଙ୍କୁ ଜଣେ ବାମହାତୀ, ଜଣେ ଡାହାଣହାତୀ ଏବଂ ଜଣେ କିପର ମେସେଜ୍ କରିଛନ୍ତି। ତେବେ ସେ କେଉଁ କ୍ରିକେଟରଙ୍କ ବିଷୟରେ କହୁଥିଲେ, ସେମାନଙ୍କ ନାମ ପ୍ରକାଶ କରାଯାଇନାହିଁ। ସାରା ମଧ୍ୟ ଏହି କ୍ରିକେଟରମାନଙ୍କ ପରିଚୟ ସାର୍ବଜନୀନ କରିନାହାନ୍ତି।
ଏହି ଘଟଣାର ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ବିଶେଷକରି ସାରାଙ୍କ ବୟାନ ଏବଂ ସେହୱାଗଙ୍କ ପ୍ରତିକ୍ରିୟାକୁ ନେଇ ଦର୍ଶକଙ୍କ ମଧ୍ୟରେ ଆଲୋଚନା ହେଉଛି। ‘ରାଇଜ୍ ଆଣ୍ଡ ଫଲ୍ 2’ରେ ସାରା ଗୁରପାଲଙ୍କ ବ୍ୟତୀତ ସ୍ୱରା ଭାସ୍କର, ଗୌତମ ଗୁଲାଟି, କରଣ ପଟେଲ, ଶେହଜାଦ ପୁନାୱାଲା, କାଜଲ ରାଘୱାନୀ ଏବଂ ତେଜ ପ୍ରତାପ ଯାଦବଙ୍କ ସମେତ ଅନେକ ପରିଚିତ ଚେହେରା ସାମିଲ ହୋଇଛନ୍ତି। ଶୋ’ର ପ୍ରଥମ ଏପିସୋଡ୍ରୁ ହିଁ ପ୍ରତିଯୋଗୀଙ୍କ ବୟାନ ଓ ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି। ତେବେ ସାରା ଗୁରପାଲଙ୍କ କ୍ରିକେଟରଙ୍କ ମେସେଜ୍ ସମ୍ପର୍କିତ ବୟାନ ଏବେ ଶୋ’ର ଚର୍ଚ୍ଚିତ ଘଟଣାଗୁଡ଼ିକ ମଧ୍ୟରେ ସାମିଲ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅପରାଧ,POCSO ଆଇନରେ ମୁସଲିମଙ୍କୁ ଛାଡ଼ ନାହିଁ
ପ୍ରାୟ ପାଞ୍ଚ ବର୍ଷର ବ୍ୟବଧାନ ପରେ ରିଆଲିଟି ଟେଲିଭିଜନକୁ ଫେରିଛନ୍ତି ପଞ୍ଜାବୀ ଗାୟିକା ଓ ଅଭିନେତ୍ରୀ ସାରା ଗୁରପାଲ। ‘ରାଇଜ୍ ଆଣ୍ଡ ଫଲ୍ 2’ ଜରିଆରେ ସେ ପୁଣିଥରେ ରିଆଲିଟି ଶୋ’ର ଅଂଶ ହୋଇଛନ୍ତି। ଏହା ପୂର୍ବରୁ ସାରା ‘ବିଗ୍ ବସ୍ 14’ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ।
ରିଆଲିଟି ଶୋ’କୁ ଫେରିବା ପଛରେ କେବଳ ନିଜର ଚାହିଦା ବଢ଼ାଇବା ଉଦ୍ଦେଶ୍ୟ ନଥିବା ସାରା କହିଛନ୍ତି। ନିଜ କ୍ୟାରିୟରରେ ପୂର୍ବରୁ ହାତଛଡ଼ା କରିଥିବା କିଛି ସୁଯୋଗକୁ ପୁଣିଥରେ ନିଜକୁ ଦେବା ପାଇଁ ସେ ଏହି ଶୋ’କୁ ବାଛିଥିବା କହିଛନ୍ତି। ଏକ ସାକ୍ଷାତକାରରେ ସାରା ତାଙ୍କର ପୂର୍ବ ରିଆଲିଟି ଶୋ’ ଅଭିଜ୍ଞତା ଏବଂ ବର୍ତ୍ତମାନର ନିଷ୍ପତ୍ତି ସମ୍ପର୍କରେ ମତ ରଖିଛନ୍ତି। ‘ବିଗ୍ ବସ୍ 14’ରେ ତାଙ୍କ ଅନୁଭୂତି କିପରି ଥିଲା, ସେଠାରେ ରହିବା ସମୟରେ କେଉଁ ସମସ୍ୟାର ସାମ୍ନା କରିଥିଲେ ଏବଂ ଏତେ ବର୍ଷ ପରେ ପୁଣି ରିଆଲିଟି ଶୋ’କୁ ଫେରିବାକୁ କାହିଁକି ନିଷ୍ପତ୍ତି ନେଲେ, ସେନେଇ ସେ ଖୋଲାଖୋଲି ଭାବେ କହିଛନ୍ତି।
ସାରାଙ୍କ କହିବା ଅନୁସାରେ, ‘ବିଗ୍ ବସ୍ 14’ ତାଙ୍କ ପାଇଁ ଏକ ଭିନ୍ନ ଅଭିଜ୍ଞତା ଥିଲା। ଶୋ’ ଭିତରେ ରହିବା ସମୟରେ ତାଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ କିଛି ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା। ଏହି ଅଭିଜ୍ଞତା ତାଙ୍କୁ ରିଆଲିଟି ଶୋ’ର ପରିବେଶ ଓ ଚାପକୁ ନିକଟରୁ ବୁଝିବାର ସୁଯୋଗ ଦେଇଥିଲା। ତେବେ ପୂର୍ବ ଅଭିଜ୍ଞତା ସତ୍ତ୍ୱେ ପୁଣିଥରେ ଏହି ଫର୍ମାଟକୁ ବାଛିବା ସାରାଙ୍କ ପାଇଁ ଏକ ନୂଆ ପଦକ୍ଷେପ ବୋଲି କୁହାଯାଉଛି। ‘ରାଇଜ୍ ଆଣ୍ଡ ଫଲ୍ 2’ରେ ସେ ନିଜର ଭିନ୍ନ ଦିଗକୁ ଦର୍ଶକଙ୍କ ସାମ୍ନାରେ ରଖିବାକୁ ଚାହୁଁଥିବା ତାଙ୍କ ଆଲୋଚନାରୁ ସ୍ପଷ୍ଟ ହୋଇଛି।
ସାରା ଗୁରପାଲ ପଞ୍ଜାବୀ ମ୍ୟୁଜିକ୍ ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ‘ବିଗ୍ ବସ୍ 14’ ପରେ ପ୍ରାୟ ପାଞ୍ଚ ବର୍ଷର ବ୍ୟବଧାନରେ ପୁଣି ଏକ ରିଆଲିଟି ଶୋ’ରେ ତାଙ୍କ ଉପସ୍ଥିତି ଏବେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି।

Related Topics
Explore more stories