Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଣ୍ଡା ତରକାରୀ ପାଇଁ ବିବାଦ, ଲିଭ ଇନ ପାର୍ଟନରଙ୍କୁ କଲେ ହତ୍ୟା

National

ଅଣ୍ଡା ତରକାରୀ ପାଇଁ ବିବାଦ, ଲିଭ ଇନ ପାର୍ଟନରଙ୍କୁ କଲେ ହତ୍ୟା

Jitendra Dash
Browse all articles by Jitendra Dash
·2 years ago·2 min read
ଅଣ୍ଡା ତରକାରୀ ପାଇଁ ବିବାଦ, ଲିଭ ଇନ ପାର୍ଟନରଙ୍କୁ କଲେ ହତ୍ୟା

ଅର୍ଗସ ବ୍ୟୁରୋ : ଅଣ୍ଡା କାହାକୁ ବା ଭଲ ନ ଲାଗେ । କାହାକୁ ସିଝା ଅଣ୍ଡା ଭଲ ଲାଗେ ତ ଆଉ କାହାକୁ ତରକାରୀ ଅଣ୍ଡା ଭଲ ଲାଗେ । କିନ୍ତୁ ଏହି ଅଣ୍ଡା କାହାର ଜୀବନ ନେଇଯିବ ଆପଣ କେବେ ଜାଣି ନଥିବେ କି ସୁଣି ନଥିବେ । ଆଜି ଆମେ ଆପଣଙ୍କୁ  ଏମିତି ଏକ କଥା କହିବୁ ଆପଣ ସୁଣିଲେ ଚକିତ ହୋଇଯିବେ । କେମିତି ଗୋଟିଏ ଅଣ୍ଡା କେମିତି ଜୀବନ ନେଇଗଲା । ଅଣ୍ଡା ତରକାରୀ କରିବାକୁ ମନା କରିବାରୁ ନିଜର ଲିଭ ଇନ ପାର୍ଟନରଙ୍କୁ କଲେ ହତ୍ୟା  । ଏଭଳି ଘଟଣା ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀର ପାଲମ ବିହାରରେ ।

ପୋଲିସର କହିବା କଥା ଯେ ୩୫ ବର୍ଷୀୟ ଲଲନ ଯାଦବଙ୍କ ଘର ବିହାରର ମାଧେପୁରାରେ । ସେ ୬ ବର୍ଷ ତଳେ ପରିବାର ଲୋକଙ୍କ ସହ ଝଗଡ଼ା କରି ଦିଲ୍ଲୀ ଚାଲି ଆସିଥିଲେ । ଦିଲ୍ଲୀ ଆସିବା ପୂର୍ବରୁ ତାଙ୍କ ପତ୍ନୀ ସାପ କାମୁଡ଼ାରେ ପ୍ରାଣ ହରାଇ ସାରିଥିଲେ । ଦିଲ୍ଲୀରେ ଲଲନ ଯାଦବ ଏକା ରହିବା ସହ ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାମ କରୁଥିଲେ । ପ୍ରାୟ ୬ ମାସ ତଳେ ତାଙ୍କର ଦେଖା ୩୨ ବର୍ଷୀୟ ଅଞ୍ଜଳୀଙ୍କ ସହ ଦେଖା ହୋଇଥିଲା । ଏହି ଦେଖା ସାକ୍ଷାତ ପ୍ରେମର ରୂପ ନେଇଥିଲା ଓ ଉଭୟ ଗୁରୁଗ୍ରାମରେ ଏକାଠି ଭଡ଼ା ଘରେ ରହିବା ଆରମ୍ଭ କରିଥିଲେ । 

କିନ୍ତୁ ଗତ ମଙ୍ଗଳବାର ଲଲନ ଯାଦବ ମଦ ପିଇ ଘରକୁ ଆସିଥିଲେ । ସେ ଅଞ୍ଜଳୀଙ୍କୁ ଡିନରରେ ଅଣ୍ଡା ତରକାରୀ ରାନ୍ଧିବାକୁ କହିଥିଲେ । ହେଲେ ସେ ଅଣ୍ଡା ତରକାରୀ କରିବାକୁ ମନା କରି ଦେଇଥିଲେ । ଏହାକୁ ନେଇ ଦୁହେଁଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଶେଷରେ ଗୋଟିଏ ହାତୁଡ଼ି ଓ ବେଲ୍ଟରେ ଅଞ୍ଜଳୀଙ୍କୁ ଲଲନ ପିଟିବାକୁ ଲାଗିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ୍‌ ବୁଧବାର କୋମା ଅଞ୍ଚଳରେ ଚାଲିଥିବା ନିର୍ମାଣଧୀନ କୋଠାରୁ ଅଞ୍ଜଳୀଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର 

ଦମ୍ପତି ନିର୍ମାଣଧୀନ କୋଠାରେ ହିଁ ରହୁଥିଲେ । ମାର୍ଚ୍ଚ ୧୦ରେ ଅନ୍ୟ ଶ୍ରମିକମାନଙ୍କ ସହ ଲଲନ ଓ ଅଞ୍ଜଳୀ ମଧ୍ୟ ଏଠାକୁ ଆସିଥିଲେ । କଣ୍ଟ୍ରାକ୍ଟର ସେମାନଙ୍କୁ ନିର୍ମାଣ କାମ ଚାଲିଥିବା ସ୍ଥାନରେ ହିଁ ରହିବାର ବ୍ୟବସ୍ଥା କରି ଦେଇଥିଲେ । ଡିନରକୁ ନେଇ ମାର୍ଚ୍ଚ ୧୨-୧୩ ତାରିଖ ରାତିରେ ଲଲନ ଓ ଅଞ୍ଜଳୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଲଲନ ପିଟିପିଟି ଅଞ୍ଜଳୀଙ୍କୁ ହତ୍ୟା କରିଥିଲେ । ଘଟଣା ପରେ ସେ ଫେରାର ହୋଇ ଯାଇଥିଲେ । କିନ୍ତୁ ପୁଲିସ ଶନିବାର ତାଙ୍କୁ ସରାଇ କାଲେ ଖାନ ଅଞ୍ଜଳରୁ ଗିରଫ କରିଛି ।

Argus Whatsapp Channel Mobile Top
Sponsored
Man bludgeons live-in partner to death for ‘refusing to cook | Argus News