Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରିଲ୍ସ ପାଇଁ ପ୍ଲାଷ୍ଟିକ ଗୁଡାଇ କାରରେ ଝୁଲିଲେ ଯୁବକ, ଭିଡିଓ ହେଲା ଭାଇରାଲ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରିଲ୍ସ ପାଇଁ  ପ୍ଲାଷ୍ଟିକ ଗୁଡାଇ କାରରେ ଝୁଲିଲେ ଯୁବକ, ଭିଡିଓ ହେଲା ଭାଇରାଲ

ଅର୍ଗସ ବ୍ୟୁରୋ : ରିଲ୍ସ ପାଇଁ ସୀମା ଟପିଗଲେ ଯୁବକମାନେ । କାରରେ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା ଜଣେ ଯୁବକଙ୍କୁ ।

ଆଜିକାଲି ଇନଷ୍ଟାଗ୍ରାମର ରିଲ୍ସ ଟ୍ରେଣ୍ଡ ସମସ୍ତଙ୍କୁ ପାଗଳ କରିଛି । କେବଳ ଯୁବପିଢୀ କହିଲେ ଭୁଲ ହେବ, ପିଲାଠୁ ବୃଦ୍ଧ ସମସ୍ତେ ରିଲ୍ସ କରୁଛନ୍ତି । ଏବଂ ସେଥିପାଇଁ ଖୁବ ବିପଦପୂର୍ଣ୍ଣ ଷଣ୍ଟ ମଧ୍ୟ କରୁଛନ୍ତି। ଏବେ ସେମିତି କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରିଲ୍ସ କରୁଥିବା ଯୁବକ ଜଣକ ଏକ କାରରେ ପ୍ଲାଷ୍ଟିକ ଟେପରେ ଗୁଡାଇ ହୋଇ ଏକ କାରରେ ଝୁଲି ରହିଥିବା ଦେଖିବାକୁ ମିଳିଛି । 

 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

View this post on Instagram

A post shared by Sumit dubey (@sumit_cool_dubey)

ଏହି ଭିଡିଓକୁ ସୁମ୍ମିତ ଦୁବେ ନାମକ ଏକ ଆକାଉଣ୍ଟ ଦ୍ବାରା ପୋଷ୍ଟ କରାଯାଇଛି । ଯେଉଁଥିରେ ଜଣେ ଯୁବକ କାର ଚଲାଉଥିବା ବେଳେ ଅନ୍ୟ ଜଣେ ତାଙ୍କ ପଛରେ ବସିଛନ୍ତି । ଆଉ ଜଣେ କାରରେ ଧଳାଟେପରେ ଗୁଡାଇ ହୋଇ ଝୁଲି ରହିଛନ୍ତି । ଯାହାକୁ ଦେଖିଲେ ବିପଦପୂର୍ଣ୍ଣ ସ୍ଥିତି ବୋଲି ଅନୁଭବ ହେଉଛି । ସେ କିନ୍ତୁ ଖୁବ ମଜାରେ ପଛରେ ବସିଥିବା ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି । ଯେଉଁ ଭିଡିଓରେ କ୍ୟାପ୍ସନ ଅଛି , "ଭାଇକୁ ଶୋଇକି ଯିବାର ଇଚ୍ଛା ଥିଲା" । ତେବେ ଅନେକ ୟୁଜର୍ସ ଏହି ଭିଡିଓର ଥଟ୍ଟା ଉଡାଇବା ସହ ଏହାକୁ ବିପଦ ବୋଲି ଲେଖିଛନ୍ତି । ଏହି ଭିଡିଓକୁ ୯୨ ମିଲିୟନ ଲୋକ ଦେଖି ସାରିଛନ୍ତି ।  

Sponsored
Man Hangs From Moving Car's Door With Plastic Wrap. video went viral | Argus News