Cobra in Train / ଟ୍ରେନରେ ଖୁଲମଖୁଲ୍ଲା ସାପକୁ ଧରି ପଇସା ମାଗୁଛନ୍ତି ଏହି ବ୍ୟକ୍ତି: ଭିଡିଓ ଭାଇରାଲ

Key Points
ସୋସିଆଲ ମିଡିଆରେ ଏକ ବିବ୍ରତକର ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି ଏକ ସାପକୁ ଧରି ଟ୍ରେନରେ ଯାତ୍ରୀଙ୍କଠାରୁ ଟଙ୍କା ମାଗୁଥିବାର ଦେଖାଯାଉଛି।
ସୋସିଆଲ ମିଡିଆରେ ଏକ ବିବ୍ରତକର ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି ଏକ ସାପକୁ ଧରି ଟ୍ରେନରେ ଯାତ୍ରୀଙ୍କଠାରୁ ଟଙ୍କା ମାଗୁଥିବାର ଦେଖାଯାଉଛି। ଅହମଦାବାଦ ସାବରମତୀ ଏକ୍ସପ୍ରେସରେ ଏଭଳି ବିଭ୍ରାନ୍ତିକର ଭିଡିଓ ପୋଷ୍ଟ ହୋଇଛି। ଯାହାକୁ ଦେଖିଲେ ନିଶ୍ଚିତ ଆପଣଙ୍କ ଛାତି ଥରି ଉଠିବ। ଯାତ୍ରୀ ବସିବାର ମାତ୍ର ଗୋଟିଏ ଇଞ୍ଚ ଦୂରରେ ଜଣେ ବ୍ୟକ୍ତି ଏକ ବିରାଟ ନାଗ ସାପକୁ ହାତରେ ଏମିତି ଧରିଛନ୍ତି ଆପଣଙ୍କୁ ଲାଗିବ ଯେମିତି ହାତରେ ମୂଷା ଧରିଛନ୍ତି। ଯାହା ଭୟର ପରିବେଶ ସୃଷ୍ଟି କରୁଛି। ଅନେକ ଯାତ୍ରୀ ସାପ ଧରିଥିବା ବ୍ୟକ୍ତିଙ୍କୁ ଟଙ୍କା ଦେଉଥିବାର ଦେଖାଯାଉଛି।
#Sarp_darshan_on_Rail
— Deepak रघुवंशी 🇮🇳 (@draghu888) September 22, 2025
Man with snake boarded at Mungaoli (M.P.)
New way of Taking out #money from Hard Working Labour class
inside #IndianRailways @RailwaySeva @RailMinIndia @Central_Railway
train : Ahmedabad Sabarmati Express
Location: Between Mungaoli to Bina Junction. pic.twitter.com/7vM4UhcCaq
📱 Get Argus News App
✨ଘଟଣାଟି ଘଟିଛି ମଧ୍ୟପ୍ରଦେଶର ମଙ୍ଗୋଲି ଅଞ୍ଚଳରେ। ଯେଉଁଠାରେ ପ୍ରତିଦିନ ଏହି ବ୍ୟକ୍ତ ଜଣକ ଟ୍ରେନରେ ଚଢ଼ି ପଇସା ମାଗନ୍ତି। ନିରୀହ ଲୋକେ କରିବେ ବା କଣ ଜୀବନ ସୁରକ୍ଷା ପାଇଁ ପଇସା ଦେଇ ଦିଅନ୍ତି। ଏହି ପୋଷ୍ଟଟି ଦେଖିବାପରେ ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି। ଯାହା ଅନଲାଇନରେ ଲୋକେ ବ୍ୟାପକ ଭାବେ ନିନ୍ଦା କରୁଛନ୍ତି। କିଛି ଲୋକ ଏହାକୁ ଟ୍ରେନରେ ଯାତ୍ରା କଲାବେଳେ ଏହାକୁ ଅତ୍ୟନ୍ତ ବିପଦ ବୋଲି କହିଛନ୍ତି। ଆଉ କେତେକ ବ୍ୟକ୍ତି ଟ୍ରେନରେ ଯିବାବଳେ ,ମିତି ନାନା ପ୍ରକାର ନିର୍ଯାତନା ହେଉଥିବା କାହାଣୀ ଶେୟାର କରିଛନ୍ତି। ଅନ୍ୟମାନେ ଏପରି ଆଚରଣ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହା ମନୋରଞ୍ଜନ ନୁହେଁ - ଏହା ଦୁର୍ବଳ ଲୋକଙ୍କୁ ଶୋଷଣ କରି ଆଦାୟ କରିବା ବୋଲି ଜଣେ ୟୁଜର୍ସ ଲେଖିଛନ୍ତି। ଏଭଳି ଲୋକଙ୍କ ପ୍ରତି ରେଳ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
ଭିଡିଓ ଦ୍ୱାରା ପ୍ରେରିତ ହୋଇ, ରେଳସେବା "ଆମେ ଆପଣଙ୍କ ଯାତ୍ରା ବିବରଣୀ (PNR / UTS ନମ୍ବର) ଏବଂ ମୋବାଇଲ୍ ନମ୍ବର ଆବଶ୍ୟକ କରିବୁ। ବିଶେଷକରି DM ମାଧ୍ୟମରେ। ଆପଣ ଆପଣଙ୍କର ଚିନ୍ତା ସିଧାସଳଖ http://railmadad.indianrailways.gov.in ରେ ମଧ୍ୟ ଉଠାଇପାରିବେ କିମ୍ବା ଶୀଘ୍ର ସମାଧାନ ପାଇଁ 139 ଡାଏଲ୍ କରିପାରିବେ - RPF India," ସେମାନଙ୍କ ପ୍ରତିକ୍ରିୟାରେ ଲେଖାଯାଇଥିଲା। ଅନ୍ୟ ଜଣେ ମହିଳା, ଯିଏକି ବିନା ଟିକେଟରେ ସବୁବେଳେ ଯାତ୍ରା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ତାଙ୍କୁ ଟ୍ରେନରେ ଜଣେ ଭାରତୀୟ ରେଳ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖାଯାଇଛି। ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ଏବଂ ବ୍ୟବହାରକାରୀମାନେ କର୍ତ୍ତୃପକ୍ଷଙ୍କୁ ତାଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ମହିଳା, ଯାହାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ, ଟିକେଟ ବିଷୟରେ ପଚରାଯିବାରୁ ସେ ଟ୍ରାଭେଲିଂ ଟିକେଟ୍ ପରୀକ୍ଷକ (TTE)ଙ୍କ ସହ ଯୁକ୍ତିତର୍କ କରିଥିଲେ। ସେ ଏପରି ମଧ୍ୟ ଦାବି କରିଛନ୍ତି ଯେ କର୍ମଚାରୀ ତାଙ୍କ ସହିତ ଖରାପ ବ୍ୟବହାର କରୁଥିଲେ।
Related Topics
Explore more stories