Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ତ୍ରୀକୁ ଛାଡ଼ି ଶାଶୂ ହାତ ଧରିଲେ ଯୁବକ; କୋର୍ଟ ମ୍ୟାରେଜର ଭିଡିଓ ଭାଇରାଲ

National

Viral Wedding / ସ୍ତ୍ରୀକୁ ଛାଡ଼ି ଶାଶୂ ହାତ ଧରିଲେ ଯୁବକ; କୋର୍ଟ ମ୍ୟାରେଜର ଭିଡିଓ ଭାଇରାଲ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ସ୍ତ୍ରୀକୁ ଛାଡ଼ି ଶାଶୂ ହାତ ଧରିଲେ ଯୁବକ; କୋର୍ଟ ମ୍ୟାରେଜର ଭିଡିଓ ଭାଇରାଲ
Mother-in-Law Marriage

Key Points

ଦିନେ ଥିଲେ ମାଆ, ଆଜି ସାଜିଲେ ଅର୍ଦ୍ଧାଙ୍ଗିନୀ
ସ୍ତ୍ରୀକୁ ଛାଡ଼ି ଶାଶୂ ପ୍ରେମରେ ଜ୍ଵାଇଁ
ଏପଟେ ନିଜ ମାଆ ପାଲଟିଗଲା ସଉତୁଣୀ
କୋର୍ଟରେ କଲେ ବିବାହ, ଦେଖନ୍ତୁ ଭିଡିଓ
ଦିନେ ଯେଉଁ ମହିଳାକୁ ମାଆ ପରି ଦେଖୁଥିଲେ, ଆଜି ତାଙ୍କୁ କଲେ ଜୀବନସାଥୀ । ସ୍ତ୍ରୀକୁ ଛାଡ଼ି ଶାଶୂ ମାଆକୁ ବିବାହ କଲେ ଯୁବକ । ସେପଟେ ଜଣେ ମାଆ କିପରି ଝିଅର ସଂସାର ଭାଙ୍ଗେ ତାହାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣା ସଭ୍ୟ ସମାଜକୁ ଖରାପ ବାର୍ତ୍ତା ଦେଉଥିବାବେଳେ ଶାଶୂ-ଜ୍ଵାଇଁଙ୍କ ପ୍ରେମ ଖବର ସମସ୍ତଙ୍କୁ ବିସ୍ମିତ କରିଛି । ଉଭୟ କୋର୍ଟ ମ୍ୟାରେଜ୍ କରିବା ଲାଗି କୋର୍ଟରେ ପହଞ୍ଚିଥିବାର ଭିଡିଓ ଏବେ ଭାଇରାଲ ହେଉଛି ।

ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁରଠାରେ । ରିପୋର୍ଟ ଅନୁସାରେ, ଅକବରପୁର ଅଞ୍ଚଳର ଏହି ଘଟଣା ରବିବାର ଅପରାହ୍ନରେ ଲୋକଲୋଚନକୁ ଆସିଥିଲା । ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଶାଶୂ ଜ୍ଵାଇଁ ପରସ୍ପରକୁ ବରଣମାଳା ପିନ୍ଧାଉଛନ୍ତି ଓ ଏକ ବିବାହ ସାର୍ଟିଫିକେଟ ଧରିଛନ୍ତି । ଭାଇରାଲ ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ ଜ୍ଵାଇଁ ନିଜ ଶାଶୂକୁ ବିବାହ କରୁଛନ୍ତି । ଭିଡିଓରେ ଏକ ରୋମାଣ୍ଟିକ ଗୀତ ବାଜୁଥିବାବେଳେ ନବବିବାହିତ ଯୋଡ଼ିଙ୍କୁ ଆଶୀର୍ବାଦ ଦେବା ପାଇଁ ଭ୍ୟୁଅରଙ୍କୁ କୁହାଯାଇଛି । ତେବେ ଏହି ଘଟଣାରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।

  • ସମ୍ପର୍କକୁ ସ୍ଵୀକୃତି ଦେବା ପାଇଁ ଗୁହାରି
ଭିଡିଓରେ ଶାଶୂ ଓ ଜ୍ଵାଇଁ ନିଜ ସମ୍ପର୍କକୁ ନେଇ ସଫେଇ ଦେଉଛନ୍ତି ଓ ତାଙ୍କୁ ସମର୍ଥନ କରିବା ଲାଗି ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି । ଏହି ଭିଡିଓରେ ସୋସିଆଲ ମିଡିଆ ୟୁଜରଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ୟୁଜର ସେମାନଙ୍କ ସମ୍ପର୍କ ସଭ୍ୟ ସମାଜକୁ ସଠିକ୍ ବାର୍ତ୍ତା ଦେଉନଥିବା କହିଛନ୍ତି । ମାଆ ହୋଇ କିପରି ନିଜର ଝିଅର ସଂସାର ଭାଙ୍ଗିପାରେ, ତାହାକୁ ନେଇ ଅନେକ ୟୁଜର ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ କିଛି ୟୁଜର ନିକଟରେ ଆଲିଗଡ଼ରେ ଘଟିଥିବା ସମାନ ଘଟଣାକୁ ମନେ ପକାଇଛନ୍ତି ।

ପଢନ୍ତୁ ଏହି ଖବର: ବିବାହ ପୂର୍ବ ସମ୍ପର୍କ ଚରିତ୍ରର ଦାଗ ଲଗାଏ ନାହିଁ; ଚର୍ଚ୍ଚିତ ରାୟ ଦେଲେ ସୁପ୍ରିମକୋର୍ଟ

କାନପୁର ପୋଲିସର କହିବାନୁସାରେ, ଏହି ଘଟଣାକୁ ନେଇ କେହି ବି ଏଯାବତ ଅଭିଯୋଗ କରିନାହାନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ବହୁ ଦିନରୁ ଶାଶୂ ଓ ଜ୍ଵାଇଁଙ୍କ ମଧ୍ୟରେ ଲୁଚାଛପା ପ୍ରେମ ଗଢି ଉଠିଥିଲା । ହୁଏତ ସେମାନେ କୋର୍ଟରେ ବିବାହ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ପୋଲିସ ଏହି ଘଟଣାରେ କୌଣସି ଅଭିଯୋଗ ପାଇନଥିବାରୁ ଅଧିକ ପ୍ରତିକ୍ରିୟା ଦେବାକୁ ମନା କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP Man Marries Mother-in-Law, Couple Seeks Blessings in Viral Video | Argus News