Videos
|
National

Honey Trap / ମହିଳା ହୋଇ ପୋଲିସ ଅଧିକାରୀଙ୍କୁ ଫସାଇଲେ ଓ ୧୮ ଲକ୍ଷ ଟଙ୍କା ଲୁଟିନେଲେ

Bikash Mohanty
Browse all articles by Bikash Mohanty
·34 mins ago·2 min read
ମହିଳା ହୋଇ ପୋଲିସ ଅଧିକାରୀଙ୍କୁ ଫସାଇଲେ ଓ  ୧୮ ଲକ୍ଷ ଟଙ୍କା ଲୁଟିନେଲେ
Honey Trap

Key Points

ମହିଳା ହୋଇ ପୋଲିସ ଅଧିକାରୀଙ୍କୁ ଫସାଇଲେ
ବ୍ଲାକମେଲ କରି  ୧୮ ଲକ୍ଷ ଟଙ୍କା ଲୁଟିନେଲେ
ହାଇଦ୍ରାବାଦର ଘଟଣା, ଅଭିଯୁକ୍ତ ଗିରଫ
ହାଇଦ୍ରାବାଦ, ୨୩/୧୦: ସୋସିଆଲ ମିଡିଆରେ ଏକ ପ୍ରୋଫାଇଲ୍ ଦେଖାଗଲା। ନାମ ଥିଲା ଚନ୍ଦନା। କଥାବାର୍ତ୍ତା ଆରମ୍ଭ ହେଲା, ତା’ପରେ ଏକାନ୍ତ ହୋଇଗଲା। ଅନ୍ୟ ବ୍ୟକ୍ତି ଜଣକ ଭାବିଲେ ଯେ ସେ ଜଣେ ଝିଅ ସହିତ କଥା ହେଉଛନ୍ତି। କିନ୍ତୁ ସେହି ବ୍ୟକ୍ତି ଜଣକ ଜଣେ ୨୩ ବର୍ଷୀୟ ଯୁବକ ଥିଲେ। ସେ ନକଲି ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଶହ ଶହ ନୁହେଁ, ବରଂ ଏକ ହଜାରରୁ ଅଧିକ ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ସେମାନଙ୍କ ମଧ୍ୟରୁ ୮୨ ଜଣଙ୍କ ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଉଠାଇ ସେମାନଙ୍କୁ ବ୍ଲାକମେଲ୍ କରିଥିଲେ।

ଏହି ମାମଲା ତେଲେଙ୍ଗାନାର ହାଇଦ୍ରାବାଦର । ପୋଲିସ କହିଛି ଯେ ଡାକ୍ତର, ବ୍ୟବସାୟୀ, ଅଧ୍ୟାପକ ଏବଂ ଗିଗ୍ କର୍ମଚାରୀଙ୍କ ସମେତ ବିଭିନ୍ନ ବୃତ୍ତିର ଲୋକମାନେ ଏହି ହନିଟ୍ରାପରେ ଫସି ଯାଇଥିଲେ। ଜଣେ ପୋଲିସ ଇନ୍ସପେକ୍ଟରଙ୍କୁ ମଧ୍ୟ ଧରାପଡ଼ିଥିଲା। ଇନ୍ସପେକ୍ଟରଙ୍କ ସ୍ତ୍ରୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଆଦାୟ ଆଦାୟ କରାଯାଇଥିଲା। 

ଏହି ମାମଲାରେ ପୋଲିସ ୨୩ ବର୍ଷୀୟ କେ. ପବନ କୁମାରଙ୍କୁ ଗିରଫ କରିଛି। ସେ ହାଇଦ୍ରାବାଦର କୁକଟପାଲିର ବାସିନ୍ଦା। ପବନ ପଲିଟେକ୍ନିକ୍ ଡିପ୍ଲୋମା କରୁଥିଲେ କିନ୍ତ କିନ୍ତୁ ତାଙ୍କର ପାଠପଢ଼ା ସମାପ୍ତ ହୋଇନଥିଲା। ସେ ବେକାର ଥିଲେ। ସେ ସୋସିଆଲ ମିଡିଆରେ "ଚନ୍ଦନା" ନାମକ ଜଣେ ମହିଳାଙ୍କ ନାମ ବ୍ୟବହାର କରି ୧୩ଟି ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଏବଂ ୧୪ଟି ଫେସବୁକ୍ ଆକାଉଣ୍ଟ ତିଆରି କରିଥିଲେ।

ପଢନ୍ତୁ ଏହି ଖବର: ପୋଲିସ- ଅପରାଧୀ ମୁହାଁମୁହିଁ, ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କଲା ପୋଲିସ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ କହିଛି ଯେ ପବନ ଏକ ହଜାରରୁ ଅଧିକ ଲୋକଙ୍କ ସହିତ କଥା ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୮୨ ଜଣ ତାଙ୍କୁ ନଗ୍ନ ଫଟୋ କିମ୍ବା ଭିଡିଓ ପଠାଇଥିଲେ। ପୀଡିତଙ୍କ ମଧ୍ୟରେ ୨୪ ଜଣ ଅନ୍ୟ ରାଜ୍ୟର ଏବଂ ୯ ଜଣ ବିଦେଶର। ତାଲିକାରେ ଡାକ୍ତର, ବ୍ୟବସାୟୀ, ଅଧ୍ୟାପକ ଏବଂ ଗିଗ୍ କର୍ମଚାରୀ ଅଛନ୍ତି।

ପୋଲିସ ଅନୁଯାୟୀ, ପବନ ଗତ କିଛି ବର୍ଷ ମଧ୍ୟରେ ପୀଡିତଙ୍କଠାରୁ ୨୫ ଲକ୍ଷ ଟଙ୍କାରୁ ଅଧିକ ଆଦାୟ କରିଛନ୍ତି। ତାଙ୍କୁ ସୋମବାର ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସୈଦାବାଦ ପୋଲିସ ପବନଙ୍କ ପୋଲିସ ହେପାଜତ ପାଇଁ ଏକ ଆବେଦନ କରିଥିବା ବେଳେ, ଇନ୍ସପେକ୍ଟର ବାଲାସ୍ୱାମୀଙ୍କ ସ୍ତ୍ରୀ ମଙ୍ଗଳବାର ଖୈରତାବାଦ ପୋଲିସ ଷ୍ଟେସନରେ ତାଙ୍କ ବିରୁଦ୍ଧରେ ଏକ ପୃଥକ ଅଭିଯୋଗ ଦାଖଲ କରିଛନ୍ତି। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ୪୦ ବର୍ଷୀୟ ମହିଳାଙ୍କୁ ପ୍ରତାରଣା କରିବା ଏବଂ ଯୌନ ଶୋଷଣ କରିବା ଅଭିଯୋଗରେ ବାଲାସ୍ୱାମୀଙ୍କୁ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସୈଦାବାଦ ପୋଲିସ ଗିରଫ କରିଥିଲା।