Videos
|
Odisha

Encounter / ପୋଲିସ- ଅପରାଧୀ ମୁହାଁମୁହିଁ, ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କଲା ପୋଲିସ

Bikash Mohanty
Browse all articles by Bikash Mohanty
·1 hour ago·1 min read
ପୋଲିସ- ଅପରାଧୀ ମୁହାଁମୁହିଁ, ଦୁର୍ଦ୍ଦାନ୍ତ ଅପରାଧୀକୁ  ଏନକାଉଣ୍ଟର କଲା ପୋଲିସ
Encounter

Key Points

କେନ୍ଦୁଝରରେ ଏନ୍‌କାଉଣ୍ଟର
ଦୁର୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର
ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର 
ଆନନ୍ଦପୁର,୨୩/୧୦: କେନ୍ଦୁଝରରେ ଏନ୍‌କାଉଣ୍ଟର। ଓଡିଶା ସମେତ ବିହାର ଓ ଝାଡଖଣ୍ଡରେ ୨୦ ରୁ ଉର୍ଦ୍ଧ ଅପରାଧ ରେ ସାମିଲ ଥିବା ଦୁର୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରିଛି ପୋଲିସ। ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଅର୍ଜୁନ ଛେନାପଦୀ ନିକଟ ଅସିଆ ଗାଁ ନିକଟରେ ପୁଲିସ ଉପରକୁ ଗୁଳି ମାରିବା ପରେ ପୁଲିସର ପାଲଟା ଗୁଳି ତାର ଡାହାଣ ଗୋଡ଼ରେ ବାଜିଛି ।

ଗତ ମାସ ୨୭ ତାରିଖରେ ସୋସୋ ଥାନା ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି ଫୁଟାଇ ଲୁଟ କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଆସାମୀ ଥିଲା ଅର୍ଜୁନ ପ୍ରଧାନ । ତାର ଘର ଯାଜପୁର ଜିଲ୍ଲା ଯଖପୁରା ଥାନା ଦଶମାଣିଆ ଗାଁରେ । ତା ନାଁରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଥାନାରେ ୪୦ରୁ ଅଧିକ ମାମଲା ରହିଛି । ଅର୍ଜୁନ ପାଖରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୁଲିସ।

ପଢନ୍ତୁ ଏହି ଖବର: ଗାଁରେ ବୋମା ମାଡ଼ ଉଦ୍ୟମ; ବୋମା ଛାଡ଼ି ଦୌଡିଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖ ରେ ସୋସୋ ଥାନା ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀ ଙ୍କୁ ଗୁଳି ଫୁଟାଇ ଲୁଟ କରାଯାଇଥିଲା। ସମ୍ପୃକ୍ତ ଘଟଣା ରେ ମୁଖ୍ୟ ଆସାମୀ ଥିଲା ଅର୍ଜୁନ ପ୍ରଧାନ। ଅଜୁର୍ନ ଯାଜପୁର ଜିଲ୍ଲା ଯଖପୁରା ଥାନା ଦଶମାଣିଆ ଗାଁର ବାସିନ୍ଦା। ତା ନାଁ ରେ ରାଜ୍ୟ ତଥା ରାଜ୍ୟ ବାହାର ର ବିଭିନ୍ନ ଥାନାରେ ମାମଲା ଥିବା ବେଳେ ପୋଲିସ ତାକୁ ଖୋଜୁଥିଲା।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: