Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗରମରୁ ବଞ୍ଚିବାକୁ ଗାମୁଛା ହଲାଇଲେ…ଅଟକିଗଲା ଏକ୍ସପ୍ରେସ ଟ୍ରେନ୍! ଘଟଣା ଶୁଣି ସବୁ ଆଶ୍ଚର୍ଯ୍ୟ…

National

Train Incident / ଗରମରୁ ବଞ୍ଚିବାକୁ ଗାମୁଛା ହଲାଇଲେ…ଅଟକିଗଲା ଏକ୍ସପ୍ରେସ ଟ୍ରେନ୍! ଘଟଣା ଶୁଣି ସବୁ ଆଶ୍ଚର୍ଯ୍ୟ…

Ritu Das
Browse all articles by Ritu Das
·1 hour ago·2 min read
ଗରମରୁ ବଞ୍ଚିବାକୁ ଗାମୁଛା ହଲାଇଲେ…ଅଟକିଗଲା ଏକ୍ସପ୍ରେସ ଟ୍ରେନ୍! ଘଟଣା ଶୁଣି ସବୁ ଆଶ୍ଚର୍ଯ୍ୟ…
India

Key Points

ଉତ୍ତର ପ୍ରଦେଶର ଇଟାଓ୍ବାରେ ଏକ ଅଜବ ଘଟଣା ଘଟିଛି। ଯାହାକୁ ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେବେ
ଉତ୍ତର ପ୍ରଦେଶର ଇଟାଓ୍ବାରେ ଏକ ଅଜବ ଘଟଣା ଘଟିଛି। ଯାହାକୁ ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେବେ। ଗରମ ଲାଗିବାରୁ ଜଣେ ବ୍ୟକ୍ତି ରେଲଓ୍ବେ ଟ୍ରାକ ନିକଟରେ ଅଜବ କାଣ୍ଡ ଭିଆଇଛି। ଜଣେ ବ୍ୟକ୍ତି ରେଳ ଟ୍ରାକ ଉପରେ ନାଲି ଗାମୁଛା ହଲାଇବାରୁ ଆଗ୍ରା-ଲକ୍ଷ୍ନୌ ଇଣ୍ଟରସିଟି ଏକ୍ସପ୍ରେସକୁ ଜରୁରୀକାଳୀନ ବ୍ରେକ ଦେଇ ଅଟକାଇବାକୁ ପଡିଲା। ହଠାତ ଏମିତି ଅଟକିଥିଲା ଯେ, ବହୁ ଯାତ୍ରୀ ଡରିଯାଇଥିଲେ। ଆରପିଏଫ ଟିମ ତୁରନ୍ତ ଆକ୍ସନ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। 

ଏହାସହ ପଢ଼ନ୍ତୁ: ଭଉଣୀ ବାହାଘର ପାଇଁ ଧାର ଆଣିଥିଲେ ଟଙ୍କା; ୨ ବର୍ଷ ପରେ ଆସିଲା ୧୦୦ କୋଟିର ନୋଟିସ୍‌


ସୂଚନା ଅନୁସାରେ, ସେଦିନ ସକାଳୁ ଦିଲ୍ଲୀ-ଆଗ୍ରା-ଲକ୍ଷ୍ନୌ ଇଣ୍ଟରସିଟି ଏକ୍ସପ୍ରେସ ଘଣ୍ଟାପ୍ରତି ପ୍ରାୟ ୮୦ କିମି ବେଗରେ ଇଟାୱା ଜଙ୍କସନ୍ ଅଭିମୁଖେ ଯାଉଥିଲା। ତେବେ ସରାୟା ଭୂପତ ଏବଂ ଇଟାୱା ଜଙ୍କସନ୍ ମଧ୍ୟରେ ଅଚାନକ ଡ୍ରାଇଭର ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କୁ ନାଲି ଗାମୁଛା ଉଡ଼ାଉଥିବାର ଦେଖିବାକୁ ପାଇଥିଲେ। ରେଳ ବିଭାଗରେ ନାଲି ରଙ୍ଗକୁ ବିପଦର ସଙ୍କେତ ବୋଲି ମନେ କରାଯାଉଥିବାରୁ କୌଣସି ପ୍ରକାର ସମ୍ଭାବିତ ଦୁର୍ଘଟଣାରୁ ରକ୍ଷା ଲାଗି ଚାଳକ ତୁରନ୍ତ ଏମର୍ଜେନ୍ସି ବ୍ରେକ ଦେଇଥିଲେ। ଏହାପରେ ଟ୍ରେନ୍ ପ୍ରାୟ ୧୨ ମିନିଟ୍ ଧରି ଟ୍ରାକ୍ରେ ଛିଡ଼ା ହୋଇଥିଲା।
ଅଚାନକ ବ୍ରେକ ଲାଗିବା ଯୋଗୁ ଯାତ୍ରୀମାନେ ଜୋରଦାର ଝଟ୍‌କା ଅନୁଭବ କରିଥିଲେ। ଭୟଭୀତ ହୋଇ ବଗି ମଧ୍ୟରେ ଏଣେ ତେଣେ ଦୌଡ଼ିଥିଲେ। ପରେ ଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଗାମୁଛା ଉଡ଼ାଉଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା। ତାଙ୍କୁ ୫୨ ବର୍ଷୀୟ ଶମ୍ଭୁ ସିଂହ ଭାବେ ଚିହ୍ନଟ କରାଯାଇଛି।

ଶମ୍ଭୁଙ୍କ ପୁଅ କହିଛନ୍ତି, ୨୦୨୦ରୁ ତାଙ୍କ ବାପା ମାନସିକ ରୋଗର ଚିକିତ୍ସା କରାଉଛନ୍ତି। ଦିନକ ପୂର୍ବରୁ ସେ ଘରୁ ନିଖୋଜ ହୋଇଯାଇଥିଲେ। ପୋଲିସକୁ ସେମାନେ ତାଙ୍କର ନିଖୋଜ ହେବା ନେଇ ସୂଚନା ମଧ୍ୟ ଦେଇଥିଲେ। ଏପରିସ୍ଥଳେ ସେ ଜାଣିଶୁଣି ଟ୍ରେନ୍ ରୋକିବାକୁ ଉଦ୍ୟମ କରିନାହାନ୍ତି । ପ୍ରଚଣ୍ଡ ଗରମରୁ ନିସ୍ତାର ପାଇବା ଲାଗି ସେ ହାତରେ ଧରିଥିବା ଗାମୁଛାକୁ ହଲାଉଥିଲେ । ଟ୍ରେନ୍ ଡ୍ରାଇଭର କିନ୍ତୁ ତାକୁ ବିପଦର ସଙ୍କେତ ବୋଲି ମନେ କରିଥିଲେ ।

  • ତଦନ୍ତରୁ ଅଭିଯୁକ୍ତ ମାନସିକ ସ୍ତରରେ ଅସୁସ୍ଥ ଥିବା ଜଣାପଡ଼ିଲା

ଆରପିଏଫ ଦ୍ୱାରା ପଚରାଉଚରା ସମୟରେ, ଅଭିଯୁକ୍ତଙ୍କୁ ବଡପୁରା ଥାନା ଚକରନଗର ରୋଡରେ ଥିବା ରାମି କା ଭର ଗ୍ରାମର ବାସୀନ୍ଦା ବୋଲି ଜଣାପଡ଼ିଛି। ଯେତେବେଳେ ଆରପିଏଫ ତାଙ୍କ ପରିବାରକୁ ଜଣାଇ ଘଟଣାସ୍ଥଳକୁ ଡକାଇଥିଲେ, ସେମାନେ ଶମ୍ଭୁ ସିଂହଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଡାକ୍ତରୀ ପ୍ରମାଣପତ୍ର ଉପସ୍ଥାପନ କରିଥିଲେ।

  • ଆଲିଗଡ଼ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ

ଆରପିଏଫ ଇନଚାର୍ଜ କୃଷ୍ଣ ଗୋପାଳ କହିଛନ୍ତି ଯେ ଏହି ମାମଲାରେ ଯୁବକଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଆଇନଗତ ପ୍ରକ୍ରିୟା ଅନୁଯାୟୀ ତାଙ୍କୁ ଆଲିଗଡ଼ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ। ମାଜିଷ୍ଟ୍ରେଟ ଶେଷରେ ଏହି ଅବହେଳା ପାଇଁ ଉପଯୁକ୍ତ ଦଣ୍ଡବିଧାନ କରିବେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Argus Whatsapp Channel Mobile Top
Sponsored