Videos
|
National

MRPL Fire Tragedy Mangalore / ମାଙ୍ଗାଲୁରୁ ବିମାନବନ୍ଦର ନିକଟରେ ଶକ୍ତିଶାଳୀ ବିସ୍ଫୋରଣ; ଏମଆରପିଏଲ୍ ବିଶୋଧନଗାରରେ ଲାଗିଲା ନିଆଁ

Subhramjit Ray
Browse all articles by Subhramjit Ray
·48 mins ago·2 min read
ମାଙ୍ଗାଲୁରୁ ବିମାନବନ୍ଦର ନିକଟରେ ଶକ୍ତିଶାଳୀ ବିସ୍ଫୋରଣ; ଏମଆରପିଏଲ୍ ବିଶୋଧନଗାରରେ ଲାଗିଲା ନିଆଁ
MRPL Fire Tragedy Mangalore

Key Points

କର୍ଣ୍ଣାଟକର ମାଙ୍ଗାଲୁରୁ ବିମାନବନ୍ଦର ନିକଟରେ ଥିବା MRPL ରିଫାଇନାରୀର CHT ୟୁନିଟରେ ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ ଘଟିଛି।
ବୁଧବାର (୩୦ ସେପ୍ଟମ୍ବର) କର୍ଣ୍ଣାଟକର ମାଙ୍ଗାଲୁରୁ ବିମାନବନ୍ଦର ନିକଟରେ ହୋଇଯାଇଛି ଏକ ଜୋରଦାର ବିସ୍ଫୋରଣ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବିସ୍ଫୋରଣ ପରେ, ମାଙ୍ଗାଲୁରୁ ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ସ ଲିମିଟେଡ୍ (Mangalore Refinery and Petrochemicals Limited) ପରିସରରେ ନିଆଁ ଲାଗିଯିବା ସହ କଳା ଧୂଆଁ ଆ୍ରକାଶକୁ ଉଠୁଥିବାର ଦେଖାଯାଇଥିଲା। ସ୍ଥାନୀୟ ଲୋକ ପୋଲିସ୍ କୁ କହିଛନ୍ତି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକଟବର୍ତ୍ତୀ କିଛି ଘରର ଝରକା ଭାଙ୍ଗି ଦେଇଥିଲା। ଖବର ପାଇ ପୋଲିସ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

CHT ୟୁନିଟ୍ ଠାରେ ହୋଇଥିଲା ବିସ୍ଫୋରଣ
ପୋଲିସ କହିବା ଅନୁଯାୟୀ, ରିଫାଇନାରୀର ହାଇଡ୍ରୋ ସଲଫର ଟ୍ରିଟମେଣ୍ଟ ୟୁନିଟ୍ (Hydro-sulfur Treatment Unit) ଠାରେ ଏକ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ନିଆଁ ଲାଗିଯାଇଥିଲା। ହେଲେ ସୌଭାଗ୍ୟବଶତଃ ଅଗ୍ନିଶମ ବାହିନୀ ସମୟ ମଧ୍ୟରେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିଲା।

ଜଳିଗଲେ ଜଣେ କର୍ମଚାରୀ
ଦୁର୍ଘଟଣାରେ ପ୍ଲାଣ୍ଟ କର୍ମଚାରୀ ରାଜେଶ ବାପଟିଷ୍ଟ ଗୁରୁତର ପୋଡ଼ି ଯାଇଥିଲେ। ପୋଲିସ କହିବା ଅନୁଯାୟୀ, ତାଙ୍କର ଶରୀର ପ୍ରାୟ ୩୫ ପ୍ରତିଶତ ପୋଡ଼ିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ଶ୍ରୀନିବାସ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଛି। ଡାକ୍ତର ରିପୋର୍ଟ ଦେଇଛନ୍ତି ଯେ ରାଜେଶ ବିପଦମୁକ୍ତ ଅଛନ୍ତି। ଯଦିଓ ତାଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ଆଇସିୟୁ (ICU) ରେ ରଖାଯାଇଛି।

ଅନ୍ୟ ୬ ଜଣ ସାମାନ୍ୟ ଆହତ ହୋଇଛନ୍ତି
ବିସ୍ଫୋରଣ ସମୟରେ ନିକଟସ୍ଥ କାର୍ଯ୍ୟାଳୟରେ ଥିବା ଅନ୍ୟ ୬ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଓପିଡି (OPD) ଠାରେ ଚିକିତ୍ସା ଏବଂ ଡାକ୍ତରୀ ଯାଞ୍ଚ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ଏହି ଘଟଣା ମାଙ୍ଗାଲୁରୁ ବିମାନବନ୍ଦର ପରିଚାଳନା ଉପରେ କୌଣସି ପ୍ରଭାବ ପକାଇ ନାହିଁ। ବିମାନ ପରିଚାଳନା ସ୍ୱାଭାବିକ ଭାବରେ ଜାରି ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣାସ୍ଥଳରେ ପହଞ୍ଚିଛନ୍ତି ବରିଷ୍ଠ ଅଧିକାରୀ
ବିସ୍ଫୋରଣ ଘଟଣା ସମ୍ପର୍କରେ ଖବର ପାଇବା ପରେ, ପୋଲିସ କମିଶନର, ଡେପୁଟି କମିଶନର ଏବଂ କମ୍ପାନୀର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରଶାସନ କହିଛି ଯେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ରହିଛି ଏବଂ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।