Videos
|
National

ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ

 ଭୁବନେଶ୍ୱର:  ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଓଡିଶା ଆସିବେ । ଆସନ୍ତାକାଲି ଓଡ଼ିଶାର 4ଟି ସ୍ଥାନରେ ପ୍ରଚାର କରିବେ  ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ।  

400 ପାର୍ ସାଙ୍ଗକୁ ଓଡ଼ିଶାରେ ସରକାର ଗଠନ ଲକ୍ଷ୍ୟ। ଏଥିପାଇଁ ବିଜେପି ଫୋକସରେ ଓଡ଼ିଶା। କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ, ମାରାଥନ କ୍ୟାମ୍ପେନ୍, ବିଶାଳ ଜନସଭା, ରାଲି ଓ ରୋଡ଼ ସୋ। ଆଉ ବିଜେଡି ସରକାର ଉପରେ ଜୋରଦାର ଆକ୍ରମଣ। ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ୍ ଶାହ ଲଗାତାର କରୁଛନ୍ତି ଧମାକା ପରେ ଧମାକା।   ଓଡ଼ିଶାରେ ନିର୍ବାଚନୀ ଉଷ୍ଣତା ବଢ଼ାଇବାକୁ ପୁଣି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ୨୩ ତାରିଖରେ ପୁରୀ ସଂସଦୀୟ କ୍ଷେତ୍ରର ଚିଲିକା ଓ ଖୋର୍ଦ୍ଧା ବାଣପୁରରେ ରହିଛି ଯୋଗୀଙ୍କ ଜନସଭା।

ସେହିଦିନ କରଞ୍ଜିଆ, ଧାମଗନର, ବଡ଼ଚଣା, ବାଲିକୁଦାରେ ନିର୍ବାଚନୀସଭା କରିବେ ଜେ.ପି ନଡ୍ଡା । ସମ୍ବଲପୁର, ଦେଓଗଡ଼, ବଡ଼ବିଲ, ଚୌଦ୍ଵାର, ବଡମ୍ବାରେ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା।  ପୁଣି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାମାୟଣର ରାମ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣା ଏହି ଚାରିଟି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବେ ଅରୁଣ ଗୋଭିଲ।  ଓଡ଼ିଶାରେ ବୋହୁଛି ପରିବର୍ତ୍ତନର ହାୱା। ବିଜେପି କର୍ମୀଙ୍କ ସହ ଓଡ଼ିଶାବାସୀଙ୍କ ମଧ୍ୟରେ ଭରପୁର ଉତ୍ସାହ। ଏଥିରେ ଜୋସ୍ ଭରୁଛନ୍ତି ବିଜେପିର ହେଭିୱେଟ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: