Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Maoists Letter / ଦୁର୍ବଳ ମାଓଗଡ଼: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ, ଅଭିଯାନ ନକରିବାକୁ ୩ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଦୁର୍ବଳ ମାଓଗଡ଼: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ, ଅଭିଯାନ ନକରିବାକୁ ୩ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ

Key Points

ମାଓବାଦକୁ ସମୂଳେ ନିପାତ ପାଇଁ ସରକାର ଶକ୍ତ ହେବା ପରେ ଖାଲି ହେଉଛି ମାଓ କ୍ୟାମ୍ପ । ସୁରକ୍ଷାବାହିନୀଙ୍କ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି ମାଓବାଦୀ ।
ନୂଆଦିଲ୍ଲୀ: ଭୁଶୁଡ଼ୁଛି ମାଓ ଗଡ଼ । ଶକ୍ତି ହରାଉଛି ଲାଲ୍ ବାହିନୀ । କରିବେ ସାମୂହିକ ଆତ୍ମସମର୍ପଣ । ଏନେଇ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମାଓବାଦୀ । ୨୦୨୬ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଆତ୍ମସମର୍ପଣ ପାଇଁ ସମୟ ମାଗିଛନ୍ତି । ଏଥିସହ ସୁରକ୍ଷାବାହିନୀ କୌଣସି ବି ଅଭିଯାନ ନକରିବାକୁ ଅନୁରୋଧ କରିଛନ୍ତି ।

ମାଓବାଦକୁ ସମୂଳେ ନିପାତ ପାଇଁ ସରକାର ଶକ୍ତ ହେବା ପରେ ଖାଲି ହେଉଛି ମାଓ କ୍ୟାମ୍ପ । ସୁରକ୍ଷାବାହିନୀଙ୍କ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି ମାଓବାଦୀ । ତେବେ ଦେଶରେ ନକ୍ସଲବାଦ ମୂଳପୋଛ ଅଭିଯାନ ଭିତରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ସ୍ୱତନ୍ତ୍ର ଜୋନାଲ କମିଟିର ମାଓବାଦୀ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି ।

ଏଥିସହ ପଢ଼ନ୍ତୁ: ମୁଖ୍ୟ ସ୍ରୋତକୁ ଫେରିଲେ ୩୭ କ୍ୟାଡର ମାଓବାଦୀ; ଜଙ୍ଗଲରେ ଧରି ବୁଲୁଥିଲେ AK-47

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ପାଖରେ ସାମୂହିକ ଆତ୍ମସମର୍ପଣ କରିବାକୁ ଇଚ୍ଛା ପ୍ରକାଶ କରିଛି ଲାଲ୍ ବାହିନୀ । MMC ଜୋନର ମାଓବାଦୀମାନେ ପରସ୍ପର ସହିତ ଆଲୋଚନା କରିବା ପାଇଁ ୨୦୨୬ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ସମୟସୀମା ପାଇଁ ଅନୁରୋଧ କରିଛନ୍ତି ।

ସେହି ସମୟରେ ସୁରକ୍ଷା ବାହିନୀ କୌଣସି ଅପରେସନ୍ ନକରିବାକୁ ବି ଅନୁରୋଧ କରିଛନ୍ତି । ଏହାସହ PLGA ବା ପିପୁଲ୍ସ ଲିବରେସନ୍ ଗରିଲା ଆର୍ମି ସପ୍ତାହ ପାଳନ ନକରିବାର ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ସ୍ଥାନୀୟ ଜନ ପ୍ରତିନିଧି ଏବଂ କିଛି ସାମ୍ବାଦିକଙ୍କୁ ସାକ୍ଷାତ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ମାଓବାଦୀ ।

ଏଥିସହ ପଢ଼ନ୍ତୁ: ପତ୍ନୀ ସହ ନକ୍ସଲ କମାଣ୍ଡର ହିଡ୍‌ମା ନିହତ; ସୁକ୍‌ମା ଏନ୍‌କାଉଣ୍ଟରରେ ୬ ନକ୍ସଲ ସଫା

ଯାହାଫଳରେ ଅସ୍ତ୍ର ଛାଡ଼ି ସରକାରଙ୍କ ପୁନର୍ବାସ ଯୋଜନାରେ ସାମିଲ ହୋଇପାରିବେ ମାଓବାଦୀ । ତେବେ ଚିଠି ପରେ ସରକାରଙ୍କ ଆଭିମୁଖ୍ୟ ଅନୁସାରେ ଗଣ ଆତ୍ମସମର୍ପଣର ତାରିଖ ଘୋଷଣା କରି ଆଉ ଏକ ଚିଠି ଜାରି କରିବେ ବୋଲି ଉଲ୍ଲେଖ କରିଛନ୍ତି ।

ମାଓବାଦକୁ ସମୂଳେ ନିପାତ କରିବାକୁ ୨୦୨୬ ମାର୍ଚ୍ଚ ୩୧ର ଡେଡଲାଇନ ଘୋଷଣା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେବେ ଡେଡଲାଇନର ଅବଧି ସରି ସରି ଆସୁଥିବା ବେଳେ ଏବେ ଆତ୍ମସମର୍ପଣର ବାଟ ବାଛୁଛନ୍ତି ମାଓବାଦୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Maoists Request Time Till Feb 2026 for Mass Surrender | Argus News | Argus News