Videos
|
National

CJP Funding Allegations / ଅରାଜକତା ସୃଷ୍ଟି ପାଇଁ CJPକୁ ଫଣ୍ଡିଂ କରୁଛି ଆମେରିକା, ମେରି ମିଲବେନ୍‌ଙ୍କ ବଡ଼ ବୟାନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ଅରାଜକତା ସୃଷ୍ଟି ପାଇଁ CJPକୁ ଫଣ୍ଡିଂ କରୁଛି ଆମେରିକା, ମେରି ମିଲବେନ୍‌ଙ୍କ ବଡ଼ ବୟାନ
CJP Funding Allegations

Key Points

ଭାରତରେ ଅଶାନ୍ତି ପାଇଁ ବିଦେଶୀ ଫଣ୍ଡିଂ ?
ମେରି ମିଲବେନ୍‌ଙ୍କ ବଡ଼ ବୟାନ
ଆମେରିକାରୁ CJPକୁ ଫଣ୍ଡିଂ ଅଭିଯୋଗ
ଆମେରିକାରୁ ଆସୁଛି ଫଣ୍ଡ। ଏଠି ଅରାଜକତା କରୁଛି ସିଜେପି । ଆମେରିକୀୟ ଗାୟିକା ମେରି ମିଲବେନ୍‌ କକରୋଚ୍‌ ଜନତା ପାର୍ଟି (CJP)କୁ ନେଇ ଏକ ଅଭିଯୋଗ ଆଣିଛନ୍ତି । ମେରି ମିଲବେନ୍ ସିଜେପିର ପୋଲ ଖୋଲିଛନ୍ତି । ମେରି ଏନେଇ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ସିଜେପି । ଆମେରିକାର ଗାୟିକା ମିଲବେନ୍ ଦାବି କରିଛନ୍ତି ଯେ, CJP କୁ ଆମେରିକାରୁ ପାଣ୍ଠି ଯୋଗାଇ ଦିଆଯାଉଛି । ମିଲବେନ୍‌ କହିଛନ୍ତି ଯେ ଏବେ ନୀରବ ରହିବାର ସମୟ ନୁହେଁ । ଭାରତର ଯୁବ ଦେଶଭକ୍ତମାନେ କଥିତ ବିଭାଜନକାରୀ ଶକ୍ତି ବିରୋଧରେ ଏକାଠି ହେବା ସହ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ମୋଦିଙ୍କ ସମର୍ଥନରେ କ’ଣ କହିଲେ ମେରି ମିଲବେନ୍‌ ?

ମେରି ମିଲବେନ୍‌ ନିଜ ପୋଷ୍ଟରେ ଭାରତର ଯୁବ ଦେଶଭକ୍ତମାନଙ୍କୁ ଭୟ ନକରିବାକୁ କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘ ରାଜନୈତିକ ଯାତ୍ରା ଏବଂ ନେତୃତ୍ୱର କଥା ଉଲ୍ଲେଖ କରିଛନ୍ତି ।


ତାଙ୍କ ମତରେ, କିଛି ନିର୍ଦ୍ଦିଷ୍ଟ ଦାନଦାତା ବିଶ୍ୱର ରକ୍ଷଣଶୀଳ ନେତାମାନଙ୍କୁ ଟାର୍ଗେଟ କରିଥାନ୍ତି । ସେମାନେ ଆମେରିକାରେ ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କୁ ନିଜ ଦେଶକୁ ପଠାଇବା ସହ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଅର୍ଥ ଯୋଗାଇଥାନ୍ତି। ଏପରି କାର୍ଯ୍ୟକଳାପ ସମ୍ପୃକ୍ତ ଦେଶର ବିକାଶ ଓ ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ ବୋଲି ସେ ଦାବି କରିଛନ୍ତି ।

ଭାରତରେ କାହିଁକି ଲୋକପ୍ରିୟ ମେରି ମିଲବେନ୍‌ ?

ଆମେରିକୀୟ ଗାୟିକା ମେରି ମିଲବେନ୍‌ ଭାରତରେ ମଧ୍ୟ ବେଶ୍‌ ପରିଚିତ । ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାଇଥିଲେ । ଏହା ବ୍ୟତୀତ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ଲୋକପ୍ରିୟ ଆରତୀ ‘ଓମ୍‌ ଜୟ ଜଗଦୀଶ ହରେ’ ଗାଇବା ପାଇଁ ମଧ୍ୟ ସେ ଭାରତରେ ପରିଚିତ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: