Kedarnath Dham Waste Management / ଅଳିଆ ଗଦା ପାଲଟିଗଲା କେଦାରନାଥ ଧାମ; ମାତ୍ର ୫ ମାସରେ ଜମା ହୋଇଛି ୫୦.୩୦ ମେଟ୍ରିକ୍ ଟନ୍ ଅଳିଆ
·44 mins ago·3 min read

Key Points
ସୂଚନା ଅଧିକାର କର୍ମୀ କହିଛନ୍ତି ଯେ ପୂର୍ବ ବର୍ଷରେ ସମଗ୍ର ତୀର୍ଥଯାତ୍ରା ତୁଳନାରେ. ଚଳିତ ବର୍ଷ କେବଳ ୫ ମାସରେ କେଦାରନାଥ ଧାମରେ ଅନେକ ଗୁଣ ଅଧିକ ଅଳିଆ ବାହାରିବା ଆମ ପରିବେଶ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ।
ସଦ୍ୟ ଚାରିଧାମ ଯାତ୍ରାକୁ ନେଇ ଏବେ ଚଳଚଞ୍ଚଳ ରହିଛି ଉତ୍ତରାଖଣ୍ଡର କେଦାରନାଥ ଧାମ। ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଚାରିଧାମ ଯାତ୍ରାରେ ସାମିଲୱ ହେବା ପାଇଁ ଉତ୍ତରାଖଣ୍ଡ ଆସିଥାନ୍ତି। ହେଲେ ସେମାନେ ଯାତ୍ରା ସମୟରେ ସର୍ବତ୍ର ଅଳିଆ ଛାଡି ଚାଲି ଯାଇଥାନ୍ତି। ଚଳିତ ବର୍ଷର ଯାତ୍ରା ସମୟରେ ମାତ୍ର ୫ ମାସ ମଧ୍ୟରେ କେଦାରନାଥ ଧାମରେ ସର୍ବାଧିକ ପରିମାଣର ଅଳିଆ ଜମା ହୋଇସାରିଛି। ଗତ ଅପ୍ରେଲ ମାସରୁ ଅଗଷ୍ଟ ମଧ୍ୟରେ, ବିଗତ ୫ ମାସରେ ୫୦.୩୦ ମେଟ୍ରିକ୍ ଟନ୍ ଅଳିଆ ଗଦା ହୋଇସାରିଛି।, ଯାହା ଗତ ବର୍ଷ ସମଗ୍ର ତୀର୍ଥଯାତ୍ରା ସମୟରେ ସଂଗୃହିତ ପରିମାଣର ଅଢ଼େଇ ଗୁଣରୁ ଅଧିକ। ସୂଚନା ଅଧିକାର (RTI) ଅଧିନରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଏକଥା କହିଛି କେଦାରନାଥ ନଗର ପଞ୍ଚାୟତ। ଏହି ତଥ୍ୟ ଅନୁସାରେ, କେବଳ ଚଳିତ ବର୍ଷର ପ୍ରଥମ ୫ ମାସରେ, ପୂର୍ବ ୩ ବର୍ଷ ତୁଳନାରେ ସେଠାରେ ଅଧିକ ଅଳିଆ ଗଦା ହୋଇସାରିଛି।
କେଦାରନାଥରେ ୫ ମାସରେ ଜମା ହୋଇଗଲା ୫୦.୩୦ ମେଟ୍ରିକ୍ ଟନ୍ ଅଳିଆ
ଉତ୍ତର ପ୍ରଦେଶର ନୋଏଡା ବାସିନ୍ଦା ଆରଟିଆଇ କର୍ମୀ ଅମିତ ଗୁପ୍ତାଙ୍କ ପ୍ରଶ୍ନର ଉତ୍ତରରେ ନଗର ପଞ୍ଚାୟତ ଏହି ସୂଚନା ପ୍ରଦାନ କରିଛି। ନଗର ପଞ୍ଚାୟତ କହିବା ଅନୁଯାୟୀ, ଗତ ୨୦୨୩ ବର୍ଷରେ କେଦାରନାଥରେ ୩୨.୫୮ ମେଟ୍ରିକ୍ ଟନ୍, ୨୦୨୪ ବର୍ଷରେ ୨୬.୧୦ ମେଟ୍ରିକ୍ ଟନ୍, ୨୦୨୫ ବର୍ଷରେ ୨୧.୪୦ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଥିଲା। ହେଲେ ଚଳିତ ଗତ ଅପ୍ରେଲ ମାସରୁ ଅଗଷ୍ଟ ମଧ୍ୟରେ ୫୦.୩୦ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇସାରିଛି। ଚଳିତ ବର୍ଷର ମାତ୍ର ୫ ମାସରେ ସୃଷ୍ଟି ହୋଇଥିବା ବର୍ଜ୍ୟବସ୍ତୁର ପରିମାଣ ଗତ ୨୦୨୩ ତୁଳନାରେ ପ୍ରାୟ ୫୪ ପ୍ରତିଶତ ଅଧିକ, ୨୦୨୪ ତୁଳନାରେ ପ୍ରାୟ ୯୩ ପ୍ରତିଶତ ଅଧିକ ଏବଂ ୨୦୨୫ ତୁଳନାରେ ପ୍ରାୟ ୧୩୫ ପ୍ରତିଶତ ଅଧିକ।
୨୦ ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ
ନଗର ପଞ୍ଚାୟତ ତଥ୍ୟ ଅନୁଯାୟୀ, ଗତ ଅପ୍ରେଲ ମାସରେ ୧.୭ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଥିଲା। ଯାହା ମେ ମାସରେ ୧୬.୩ ମେଟ୍ରିକ୍ ଟନ୍ ବୃଦ୍ଧି ପାଇଥିଲା। ଜୁନ୍ ମାସରେ ୧୧.୫ ମେଟ୍ରିକ୍ ଟନ୍, ଜୁଲାଇରେ ୧୦.୫ ମେଟ୍ରିକ୍ ଟନ୍ ଏବଂ ଅଗଷ୍ଟରେ ୧୦.୩ ମେଟ୍ରିକ୍ ଟନ୍ ସୃଷ୍ଟି ହୋଇଥିଲା। ଏହାର ଜବାବରେ ନଗର ପଞ୍ଚାୟତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଉପରେ ମଧ୍ୟ ତଥ୍ୟ ପ୍ରଦାନ କରିଥିଲା। ଏହି ଅନୁସାରେ, ଚଳିତ ବର୍ଷ ପ୍ରାୟ ୨୦ ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସୃଷ୍ଟି ହୋଇଛି। ଯାହା ମଧ୍ୟରୁ ୧୮.୫ ମେଟ୍ରିକ୍ ଟନ୍, ଅର୍ଥାତ୍ ୯୨.୫ ପ୍ରତିଶତ, ପ୍ରକ୍ରିୟାକରଣ କରାଯାଇଛି। ପ୍ରାୟ ୧.୫ ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ବାକି ରହିଛି। ନଗର ପଞ୍ଚାୟତ କେଦାରନାଥ ଠାରେ ଲ୍ୟାଣ୍ଡଫିଲ୍ କ୍ଷମତା ୩୦,୦୦୦ ବର୍ଗଫୁଟ ବୋଲି କହିଛି। ଏହି ଅନୁସାରେ, ଲ୍ୟାଣ୍ଡଫିଲ୍ ବର୍ତ୍ତମାନ ୨୮,୦୦୦ ବର୍ଗଫୁଟ କ୍ଷମତା ବାକି ରହିଛି। ନଗର ପଞ୍ଚାୟତ ଏହା ମଧ୍ୟ କହିଛି ଯେ ବିଗତ ୫ ବର୍ଷ ମଧ୍ୟରେ କେଦାରନାଥ ଠାରେ ଚାରୋଟି ଲ୍ୟାଣ୍ଡଫିଲ୍ ନିର୍ମାଣ କରାଯାଇଛି।
ଏପର୍ଯ୍ୟନ୍ତ ପ୍ରାୟ ୧୫ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ପରିଦର୍ଶନ କରି ସାରିଛନ୍ତି କେଦାରନାଥ ଧାମ
ଏହି ପ୍ରସଙ୍ଗ ସମ୍ପର୍କରେ, ଆରଟିଆଇ କର୍ମୀ ଗୁପ୍ତା କହିଛନ୍ତି ଯେ ବର୍ଦ୍ଧିତ ଅଳିଆ ମଧ୍ୟରେ ଲ୍ୟାଣ୍ଡଫିଲ୍ ଉପରେ ନିର୍ଭରଶୀଳତା ହିମାଳୟ ପରିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥାଏ। ବିଶେଷକରି ପ୍ରତିବର୍ଷ କେଦାରନାଥ ଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ଥିବାରୁ। ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୧୫ ଲକ୍ଷରୁ ତୀର୍ଥଯାତ୍ରୀ କେଦାରନାଥ ପରିଦର୍ଶନ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ କହିଛନ୍ତି ଯେ RTI ମାଧ୍ୟମରେ ପ୍ରାପ୍ତ ଏହି ତଥ୍ୟ, କେଦାରନାଥରେ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବଢ଼ୁଥିବା ଚାପକୁ ଦର୍ଶାଏ। ପୂର୍ବ ବର୍ଷର ସମଗ୍ର ତୀର୍ଥଯାତ୍ରା ଋତୁ ତୁଳନାରେ, ଚଳିତ ବର୍ଷର କେବଳ ୫ ମାସରେ କେଦାରନାଥରେ ବହୁ ଗୁଣ ଅଧିକ ଆବର୍ଜନା ଉତ୍ପାଦନ ଆମ ପରିବେଶ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ। କେଦାରନାଥ ଭଳି ଏକ ପବିତ୍ର ଏବଂ ପରିବେଶଗତ ସମ୍ବେଦନଶୀଳ ସ୍ଥାନକୁ ଅଳିଆ ଗଦାରେ ପରିଣତ କରିବାରେ ଆମେ ନିଜେ ସବୁଠାରୁ ବଡ଼ ଦୋଷୀ।
Related Topics
Explore more stories