|
logo
Live

Argus News - ମଥୁରାରେ ବଡ଼ ଅଘଟଣ, ଯମୁନା ନଦୀରେ ବୁଡ଼ିଲା ଡଙ୍ଗା...ଚାଲିଗଲା ୯ ଜୀବନ

National

Mathura Boat Accident / ମଥୁରାରେ ବଡ଼ ଅଘଟଣ, ଯମୁନା ନଦୀରେ ବୁଡ଼ିଲା ଡଙ୍ଗା...ଚାଲିଗଲା ୯ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ମଥୁରାରେ ବଡ଼ ଅଘଟଣ, ଯମୁନା ନଦୀରେ ବୁଡ଼ିଲା ଡଙ୍ଗା...ଚାଲିଗଲା ୯ ଜୀବନ
Yamuna River

Key Points

ମଥୁରାରେ ବଡ଼ ଅଘଟଣ
ଯମୁନା ନଦୀରେ ବୁଡ଼ିଲା ଡଙ୍ଗା
୯ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ଶୁକ୍ରବାର ଦିନ ମଥୁରାର ବୃନ୍ଦାବନରେ ଯମୁନା ନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପଣ୍ଟୁନ୍ ବ୍ରିଜ୍ ନିକଟରେ ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏବେ ବି ଆହୁରି ଅନେକ ଲୋକ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି ।
ଯମୁନା ନଦୀରେ ଏହି ଅଘଟଣାର ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରେସ୍କ୍ୟୁ ଟିମ୍‌ ନିଖୋଜମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ମଥୁରା ଜିଲ୍ଲା ପ୍ରଶାସନର ଉଚ୍ଚ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ସେପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୃନ୍ଦାବନରେ ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।



ମିଳିଥିବା ସୂଚନା ଅନୁସାରେ, ଯମୁନା ନଦୀରେ ବୁଡ଼ିଥିବା ଡଙ୍କାରେ ୨୫ରୁ ୩୦ ଜଣ ଲୋକ ଥିବା ଅନୁମାନ କରାଯାଉଛି । ତେବେ ପଣ୍ଟୁନ୍ ବ୍ରିଜ୍ ପାଖରେ ଡଙ୍ଗାଟି ଓଲଟି ପଡ଼ିବାରୁ ଏହି ଅଘଟଣ ଘଟିଥିଲା । ଆଉ ଏହି ଅଘଟଣାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mathura Boat Accident: ମଥୁରାରେ ବଡ଼ ଅଘଟଣ, ଯମୁନା ନଦୀରେ ବୁଡ଼ିଲା ଡଙ୍ଗା...ଚାଲିଗଲା ୯ ଜୀବନ | Argus News