Videos
|
National

Meerut Blue Drum Murder Case / ବ୍ଳୁ ଡ୍ରମ୍ ହତ୍ୟା ମାମଲା; ମୁସ୍କାନ ସହ ପ୍ରେମିକ ସାହିଲ ଦୋଷୀ ସାବ୍ୟସ୍ତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବ୍ଳୁ ଡ୍ରମ୍ ହତ୍ୟା ମାମଲା; ମୁସ୍କାନ ସହ ପ୍ରେମିକ ସାହିଲ ଦୋଷୀ ସାବ୍ୟସ୍ତ
Muskan Rastogi, Sahil Convicted

Key Points

ବ୍ଳୁ ଡ୍ରମ୍ ହତ୍ୟାକାଣ୍ଡ ମାମଲା, ଆସିଲା କୋର୍ଟଙ୍କ ବଡ଼ ନିଷ୍ପତ୍ତି । ମୁସ୍କାନ ରସ୍ତୋଗୀ ସହ ପ୍ରେମିକ ସାହିଲକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ସାହିଲ ସହ ମିଶି ମୁସ୍କାନ ତାର ସ୍ଵାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲା ।
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମୀରଟ ବ୍ଳୁ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଆସିଲା କୋର୍ଟଙ୍କ ବଡ଼ ନିଷ୍ପତ୍ତି । ମୁସ୍କାନ ରସ୍ତୋଗୀ ସହ ପ୍ରେମିକ ସାହିଲକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ସାହିଲ ସହ ମିଶି ମୁସ୍କାନ ତାର ସ୍ଵାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲା । ସୌରଭଙ୍କ ମୃତଦେହକୁ କାଟି ଖଣ୍ଡ ଖଣ୍ଡ କରି ବ୍ଳୁ ଡ୍ରମରେ ସିମେଣ୍ଟ ସିଲ୍ କରି ଦେଇଥିଲା ।

ଉକ୍ତ ଲୋମଟାଙ୍କୁରା ହତ୍ୟାକାଣ୍ଡ ମାମଲାରେ ଏବେ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଉଭୟ ମୁସ୍କାନ ଓ ସାହିଲକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତଙ୍କ ଅନୁସାରେ, ସୌରଭଙ୍କ ହତ୍ୟା ପରେ ଉଭୟ ପ୍ରମାଣ ନଷ୍ଟ ପାଇଁ ପ୍ରୟାସ କରିଥିଲେ । ଏପରିକି ଏହି ଅପରାଧ ସମାଜରେ ଭୟର ବାତାବରଣ ସୃଷ୍ଟି କରିଥିବା କହିଛନ୍ତି କୋର୍ଟ ।

ଏଥିସହ ପଢ଼ନ୍ତୁ: ଯୁବକ-ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, ଭିଡ଼ିଓ ହେଲା ଭାଇରାଲ

ତେବେ ମୁସ୍କାନ ଓ ସାହିଲକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଦଣ୍ଡ ବିଧାନ କରି ନାହାନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ କୋର୍ଟ ଦଣ୍ଡ ବିଧାନ କରିବେ ବୋଲି ସୂଚନା ମିଳିଛି । ଓକିଲଙ୍କ ଅନୁସାରେ, କୋର୍ଟ ଭିଡିଓ କନଫରେନ୍ସିଂ ଯୋଗେ ମୁସ୍କାନ ଓ ସାହିଲକୁ ହାଜର କରାଯାଇଥିଲା । ତେବେ ଶୁଣାଣି ବେଳେ ଦୁହେଁ କିଛି କହି ନଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୌରଭ ରାଜପୁତଙ୍କ ପରିବାର ପକ୍ଷରୁ ମୁସ୍କାନ ଓ ସାହିଲକୁ ଫାଶୀ ଦଣ୍ଡ ପ୍ରଦାନ ପାଇଁ ଦାବି କରାଯାଇଛି । ସରକାରୀ ଓକିଲ କହିଛନ୍ତି, "ଆଗକୁ ଅଦାଲତ ବିବେକ ଆଧାରରେ ସଜ୍ଜା ପ୍ରଦାନ କରିବେ । ମାମଲାରେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ପ୍ରଦାନ ପାଇଁ ଦାବି କରାଯାଇଛି ।"

୧୫ ଦିନ ପରେ ଦଣ୍ଡ ବିଧାନ

ଅଦାଲତ କହିଛନ୍ତି, "କୋର୍ଟର କର୍ତ୍ତବ୍ୟ ହେଉଛି ଅପରାଧୀ ଓ ସମାଜ ସ୍ଵାର୍ଥ ଭିତରେ ସନ୍ତୁଳନ ରକ୍ଷା କରି ଦଣ୍ଡ ବିଧାନ କରିବା ।" ଏବେ ଦଣ୍ଡ ବିଧାନର ତାରିଖ ସ୍ଥିର ହୋଇ ନାହିଁ । ପ୍ରାୟ ୧୫ ଦିନ ପରେ ଦଣ୍ଡ ବିଧାନ କରାଯାଇପାରେ । ପରବର୍ତ୍ତୀ ସମୟରେ ଏନେଇ କୋର୍ଟ ବିଧିବଦ୍ଧ ସୂଚନ ଦେବେ ।

୧୨୬ ଥର ଶୁଣାଣି

ଏହ ମାମଲାରେ ୨୨ରୁ ଅଧିକ ସାକ୍ଷୀ ଅଦାଲତରେ ସେମାନଙ୍କ ବୟାନ ଦେଇଛନ୍ତି । ୧୨୬ ଥର ଶୁଣାଣି ପରେ କୋର୍ଟ ଦୁଇ ଅଭିଯୁକ୍ତ ମୁସ୍କାନ ଓ ସାହିଲକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏବେ ମୁସ୍କାନ ଓ ସାହିଲ ଉଭୟ ଜେଲ୍‌ରେ ବନ୍ଦୀ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ପାଇଁ ପଣ୍ଡ ହେଲା ATM ଲୁଟ୍; ଜାଣନ୍ତୁ କେମିତି ଲୁଟେରାଙ୍କୁ ଧରିଲେ ?

କ'ଣ ଥିଲା ପୁରା ମାମଲା ?

ମୀରଟର ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ୨୦୨୫ ମାର୍ଚ୍ଚ ୩ରେ ଘଟିଥିଲା । ମୁସ୍କାନ ତାଙ୍କ ପ୍ରେମିକ ସାହିଲ ସହ ମିଶି ସ୍ଵାମୀ ସୌରଭ ରାଜପୁତଙ୍କ ହତ୍ୟା କରିଥିଲା । ପୋଲିସ ଅନୁସାରେ, ପ୍ରଥମେ ସୌରଭକୁ ନିଶା ଦ୍ରବ୍ୟ ଦେଇ ଅଚେତ କରାଯାଇଥିଲା । ଯାହାପରେ ସାହିଲ ଛୁରି ଭୁସି ମାରି ଦେଇଥିଲା । ହତ୍ୟା ପରେ ଦୁହେଁ ସୌରଭର ଶରୀରକୁ ଖଣ୍ଡ ଖଣ୍ଡ କରି ଦେଇ ନୀଳ ଡ୍ରମ୍‌ରେ ଭର୍ତ୍ତି କରି ସିମେଣ୍ଟରେ ସିଲ୍ କରି ଦେଇଥିଲେ ।

ପୋଲିସ ଅନୁସାରେ, ହତ୍ୟାକାଣ୍ଡ ପରେ ଉଭୟ ମୁସ୍କାନ ଓ ସାହିଲ୍ ହିମାଚଳ ପ୍ରଦେଶ ପଳାଇ ଚାଇଥିଲେ । ପୋଲିସ ଉଭୟଙ୍କୁ ୨୦୨୫ ମାର୍ଚ୍ଚ ୧୮ ଓ ୧୯ରେ ଗିରଫ କରି କୋର୍ଟରେ ହାଜର କରିଥିଲା । ସେତେବେଳେ ହତ୍ୟାକାଣ୍ଡକୁ ନେଇ ଆକ୍ରୋଶ ରହିଥିବା ବେଳେ ଓକିଲ ସାହିଲକୁ ମାଡ଼ ମଧ୍ୟ ମାରିଥିଲେ ।