Biker Dadis / ଗାଡିରେ ବୁଲୁଛନ୍ତି 'ଜୟ-ବୀରୁ' ଜେଜେମା, ସୋସିଆଲ ମିଡିଆରେ ହଇଚଇ...
·7 months ago·3 min read

Key Points
ନିର୍ଭୀକ 'ବାଇକର ଦାଦି' ଭାବରେ ଇଣ୍ଟରନେଟରେ ଭାଇରାଲ
ସୋସିଆଲ ମିଡିଆରେ ଭାଇରାଲ ଜେଜେମା
ସୋସିଆଲ ମିଡିଆରେ ଭାଇରାଲ ଜେଜେମା
ଆପଣ ଅନେକ ବାଇକ୍ ରାଇଡରଙ୍କୁ ଦେଖିଥିବେ। ଆଜିକାଲି ଯୁବପୀଢ଼ିଙ୍କର ବାଇକ୍ ଷ୍ଟାଇଲରେ ଏବଂ ସ୍ପିଡ୍ ଚଲାଇବା ଏକ ବଡ଼ ଅଭ୍ୟାସରେ ପରିଣତ ହୋଇଗଲାଣି। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଥାଏ। କିନ୍ତୁ ଆପଣ କେବେ ଦେଖିଛନ୍ତି କି ଜଣେ ୮୭ ବର୍ଷୀୟ ଜେଜେମା ବାଇକ୍ ଚଲାଇଉଥିବାର। ଆଜ୍ଞା ହଁ, ଏହି ଜେଜେମା ବର୍ତ୍ତମାନ ସୋସିଆଲ ମିଡିଆରେ 'ବାଇକର ଦାଦି' ନାମରେ ଖୁବ ଲୋକପ୍ରିୟ। ୮୭ ବର୍ଷୀୟା ମନ୍ଦାକିନୀ ଶାହ ଏବଂ ତାଙ୍କ ଭଉଣୀ ଉଷାବେନଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା, ଯେଉଁମାନେ ନିର୍ଭୀକ ଭାବରେ ନିଜ ସ୍କୁଟରରେ ଅହମଦାବାଦର ରାସ୍ତାରେ ବୁଲନ୍ତି ଏବଂ 'ବାଇକର ଦାଦି' ନାମରେ ଲୋକେ ତାଙ୍କୁ ଜାଣୁଛନ୍ତି ।
ମନ୍ଦାକିନୀ, ଓରଫ ମନ୍ଦାବେନ, ତାଙ୍କ ଭଉଣୀ ଉଷାବେନ (୮୪)ଙ୍କ ସହ ସାଇଡକାରରେ ବସି ସ୍କୁଟର ଚଲାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ ସେମାନଙ୍କୁ ବଲିଉଡ୍ ଫିଲ୍ମ 'ଶୋଲେ'ରେ ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଦ୍ୱାରା ଅଭିନୀତ ଚରିତ୍ର ଜୟ ଏବଂ ବୀରୁଙ୍କ ସହ ତୁଳନା କରିଛନ୍ତି । ସହରର ଟ୍ରାଫିକରେ ଦୁଇ ଚକିଆ ଯାନ ଚଲାଉଥିବା ଏହି ଭଉଣୀମାନେ ସୂତା ଶାଢ଼ୀ ପିନ୍ଧି ସଜ୍ଜିତ ହୋଇ ସଶକ୍ତିକରଣର ଏକ ପ୍ରେରଣାଦାୟକ ଚିତ୍ର ପ୍ରତିଫଳିତ କରୁଛନ୍ତି ।ଛଅ ଭାଇଭଉଣୀଙ୍କ ମଧ୍ୟରୁ ବଡ଼ ଭଉଣୀ ହେଉଛନ୍ତି ମନ୍ଦାବେନ। ତାଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ। ସେ ମୋଟର ସାଇକେଲ ଏବଂ ସ୍କୁଟର ଚଲାଇବାକୁ ପସନ୍ଦ କରୁଥିଲେ। କିନ୍ତୁ ଛୋଟବେଳେ କେବେ କିଣିବା ପାଇଁ ଟଙ୍କା ନଥିଲା କି କେବେ ବି ଗାଡି ଚଲାଇନଥିଲେ।
ସେ କହିଛନ୍ତି, "ମୁଁ 62 ବର୍ଷ ବୟସରେ ସ୍କୁଟର ଚଲାଇବା ଶିଖିଥିଲି, ଏବଂ ମୁଁ ଏବେ ବି କୌଣସି ଅସୁବିଧା ବିନା ମୋର ସ୍କୁଟର ଚଲାଏ। ମୁଁ ଯେତେବେଳେ ବୁଲିବାକୁ ଯାଏ ମୁଁ ପିଲାମାନଙ୍କୁ ଲିଫ୍ଟ ଦିଏ। ମୁଁ ଅପରିଚିତ ଲୋକଙ୍କୁ ଲିଫ୍ଟ ମଧ୍ୟ ଦିଏ ଏବଂ ସେମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଛାଡ଼ି ଦିଏ। ମୋର ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ, ମୁଁ ଏହି ବୟସରେ ସ୍କୁଟର ଚଲାଇପାରିଛି, ତାହା ମଧ୍ୟ ସହରର ଟ୍ରାଫିକରେ," । ଏହାସହ ମନ୍ଦାବେନ କହିଛନ୍ତି ଯେ, ସେ ବିବାହ କରିନାହାନ୍ତି। ସେ ଜଣେ ଶିକ୍ଷୟିତ୍ରୀ । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କଠାରୁ ତାଙ୍କୁ ଯେଉଁ ପ୍ରେମ ଏବଂ ପ୍ରଶଂସା ମିଳିଥିଲା ତାହା ତାଙ୍କ କଳ୍ପନା ବାହାରେ।
ଏଥିସହ ପଢ଼ନ୍ତୁ: ୧୫୬ ନିୟୁତ ଡଲାର ଲାଞ୍ଚ, ଚାଇନାରେ ଦିଆଗଲା ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀ
ସେ ଏହା ମଧ୍ୟ କହିଛନ୍ତି ଯେ,"ମୁଁ କେବେ ଭାବି ନଥିଲି ଯେ ମୁଁ ପ୍ରସିଦ୍ଧ ହେବି। ଅଜଣା ଲୋକମାନେ ମୋ ସହିତ ଯୋଗାଯୋଗ କରନ୍ତି ଏବଂ ମତେ ପ୍ରଶଂସା କରନ୍ତି। ଲୋକମାନେ ମୋତେ ପ୍ରେରଣା ଦିଅନ୍ତି, କୁହନ୍ତି ଯେ ମୁଁ ଏତେ ଭଲ କରୁଛି। ତଥାପି, କିଛି ଲୋକ ମୋତେ ମୋ ବୟସ ଯୋଗୁଁ ଘରେ ବସିବାକୁ ପରାମର୍ଶ ଦିଅନ୍ତି। ଏକ ହସ୍ପିଟାଲରେ, ଡାକ୍ତରମାନେ ମୋ ସହିତ ଫଟୋ କ୍ଲିକ୍ କରିଥିଲେ ଏବଂ କିଛି ଟଙ୍କା ନେଇନଥିଲେ ବୋଲି ମନ୍ଦାବେନ କହିଛନ୍ତି। ମନ୍ଦାବେନ ମଧ୍ୟ ଜିପ୍ ଚଲାଇବା ଶିଖିଛନ୍ତି । "
ମୁଁ ମୋ ଭଉଣୀ ସହିତ ଏହି ସ୍କୁଟରରେ ସବୁଠିକୁ ଯାଏ। ମୋତେ ଦେଖିବା ପରେ, କିଛି ପୁରୁଷ ସେମାନଙ୍କ ସ୍ତ୍ରୀମାନଙ୍କୁ ନିର୍ଭୟରେ ଦୁଇ ଚକିଆ ଯାନ ଚଲାଇବା ଶିଖିବାକୁ ଅନୁରୋଧ କରନ୍ତି। କିଛି ମହିଳା ମୋତେ କହିଥିଲେ ଯେ, ସେମାନେ ଏବେ ଚଲାଇବା ପାଇଁ ପ୍ରେରଣା ପାଇଛନ୍ତି," ସେ କହିଛନ୍ତି, ମହିଳାମାନେ ଗାଡ଼ି ଚଲାଇବା ଶିଖିବା ଉଚିତ ଏବଂ କାହା ଉପରେ ନିର୍ଭର କରିବା ଉଚିତ୍ ନୁହେଁ''। ଅନ୍ୟଜଣେ ଭଉଣୀ ଉଷାବେନ୍ କହିଛନ୍ତି ଯେ, ଲୋକମାନେ ସେମାନଙ୍କୁ ଦେଖି 'ଜୟ-ବୀରୁ' ଡାକୁଥିଲେ ତାଙ୍କୁ ବହୁତ ଭଲ ଲାଗେ। "ଆମେ ଏହି ସ୍କୁଟରରେ ସାରା ସହରରେ ବୁଲିଥାଉ। ବୟସ ଆମ ପାଇଁ ପ୍ରତିବନ୍ଧକ ନୁହେଁ। ଆମେ ଆଶା କରୁ ଯେ ଅନ୍ୟ ମହିଳାମାନେ ଆମଠାରୁ ପ୍ରେରଣା ପାଇବେ," ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories