Wedding Shocking Tragedy / ମେହେନ୍ଦୀ ଦିନ ଛାତିଥରା ଘଟଣା: ବିବାହ ପୂର୍ବରୁ କନ୍ୟା ଉପରେ ଏସିଡ୍ ଫିଙ୍ଗିଲେ ଜଣେ ଯୁବତୀ
·5 months ago·2 min read

Key Points
ବାହା ହେବାକୁ ଯାଉଥିବା ବରକୁ ଭଲ ପାଉଥିଲେ ପଡ଼ୋଶୀ
ମେହେନ୍ଦୀ ଦିନ କନିଆଁ ଉପରକୁ ଫିଙ୍ଗିଲେ ଏସିଡ୍
ମେହେନ୍ଦୀ ଦିନ କନିଆଁ ଉପରକୁ ଫିଙ୍ଗିଲେ ଏସିଡ୍
ବିବାହ ପାଇଁ ଘରେ ପ୍ରସ୍ତୁତି ଜୋରସୋରରେ ଚାଲୁଥିଲା। ଖୁସିରେ ଘର କମ୍ପୁଥିଲା। କିନ୍ତୁ ହଠାତ ଯେମିତି ଖୁସିରେ କାହା ନଜର ଲାଗିଲା। ସାଙ୍ଗେ ସାଙ୍ଗେ ଖୁସି ଦୁଃଖରେ ପାଲଟିଗଲା ଏମିତି ଏକ ଛାତିଥରା ଘଟଣା ଘଟିଛି ଉତ୍ତର-ପୂର୍ବ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ। ବିବାହ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। କନ୍ୟା ସାଜିବା ପୂର୍ବରୁ ହସ୍ପିଟାଲକୁ ପହଞ୍ଚାଇ ଦେଇଛନ୍ତି ଜଣେ ଯୁବତୀ। ମେହେନ୍ଦି ଉତ୍ସବ ବାହାନାରେ ପଡ଼ୋଶୀର ଜଣେ ଯୁବତୀ କନ୍ୟାଘରେ ପହଞ୍ଚି ତାଙ୍କ ମୁହଁରେ ଏସିଡ୍ ଫିଙ୍ଗି ଦେଇଛନ୍ତି। ପୀଡିତା, ଯାହାଙ୍କ ବିବାହ ଏପ୍ରିଲ ୧୯ ତାରିଖରେ ହେବାକୁ ଥିଲା, ସମ୍ପୃକ୍ତ ଅଭିଯୁକ୍ତ ଯୁବତୀ ମଧ୍ୟ ବରକୁ ଭଲ ପାଉଥିଲେ। କିନ୍ତୁ ନିଜ ମନର ମଣିଷ ଆଉ ଜଣକୁ ବାହା ହେଉଥିବାରୁ ସମ୍ପୃକ୍ତ ଯୁବତୀ ଜଣକ ରାଗିଯାଇଥିଲେ। ଏଥିରେ କ୍ରୋଧିତ ହୋଇ ସେ ଏହି ଭୟଙ୍କର ଅପରାଧ କରିଥିଲେ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ପୀଡିତାଙ୍କ ବିବାହ ଶୋଭାଯାତ୍ରା ଏପ୍ରିଲ ୧୯ ତାରିଖରେ ଥିଲା। ଘରେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ଏହି ସମୟରେ ପଡ଼ୋଶୀର ଜଣେ ଯୁବତୀ, ଯିଏ ନିୟମିତ ତାଙ୍କ ଘରକୁ ଯିବାଆସିବା କରୁଥିଲେ। ମେହେନ୍ଦି ଲଗାଇବା ବାହାନାରେ ସେମାନଙ୍କ ଘରେ ପହଞ୍ଚିଲେ। ଅନ୍ୟମାନେ ଅଲଗା କାମରେ ବ୍ୟସ୍ତ ଥିଲେ। ପରିବାର ଲୋକ ଟିକେ ବି ସନ୍ଦେହ କରିନଥିଲେ, କିନ୍ତୁ ସେ ହଠାତ୍ ପୀଡିତାଙ୍କ ମୁହଁରେ ଏସିଡ୍ ଫିଙ୍ଗି ଫେରାର ହୋଇଯାଇଥିଲେ।
ଏହାସହ ପଢ଼ନ୍ତୁ: ୧୮୦ ଜଣ ନାବାଳିକାଙ୍କୁ ବ୍ଲାକମେଲ୍ କରି ରଖୁଥିଲା ସମ୍ପର୍କ, ଏବେ ବୁଲିଲା ବୁଲଡୋଜର
ଆକ୍ରମଣରେ ପୀଡିତା ଗୁରୁତର ଭାବରେ ପୋଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କର ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ପରେ ଘର ଏବେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି। ଯେଉଁ ଘରେ କିଛି ଦିନ ପେ ଶାହାନାଇ ବାଜିଥାଆନ୍ତା ସେଠି ଏବେ ଖାଲି କାନ୍ଦଣା ଶୁଭୁଛି।
ଅଭିଯୁକ୍ତ ମହିଳା ଜଣକ ପୀଡିତାଙ୍କ ବିବାହ ସ୍ଥିର ହୋଇଥିବା ପୁରୁଷଙ୍କୁ ମଧ୍ୟ ପସନ୍ଦ କରୁଥିଲେ। ସେ ଏଥିରେ ରାଗି ଯାଇଥିଲେ ଏବଂ ଏହି ଭୟଙ୍କର ଅପରାଧ କରିଥିଲେ। ପୀଡିତାଙ୍କ ପରିବାର କହିଛନ୍ତି ଯେ ସେ ସେମାନଙ୍କ ପଡ଼ୋଶୀରେ ରୁହନ୍ତି। ସେ ପୂର୍ବରୁ ଆମ ଘରକୁ ଆସୁଥିଲେ। ତାଙ୍କ ଭଉଣୀ ମଧ୍ୟ ଆସୁଥିଲେ। ସେ ମେହେନ୍ଦି ବାହାନାରେ ଆମ ଘରକୁ ଆସି ଆମ ଝିଅ ଉପରେ ଏସିଡ ଫିଙ୍ଗିଥିଲା। ଆମେ ଜାଣି ନ ଥିଲୁ ସେ ଏପରି କାଣ୍ଡ କରିବ। ପୀଡ଼ିତା କନ୍ୟାଙ୍କ ଅବସ୍ଥା ଜମା ଭଲ ନାହିଁ। ସେ ଜଣେ ଭଲ ଛାତ୍ରୀ। ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିବା ଯୁବତୀ ମଧ୍ୟ ଜଣେ ଭଲ ଛାତ୍ରୀ। ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି। ଆମେ କେବଳ ନ୍ୟାୟ ଚାହୁଁଛୁ। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣା ପରେ, ପୋଲିସ ଅଭିଯୁକ୍ତ ମହିଳାଙ୍କୁ ହେପାଜତକୁ ନେଇ ମାମଲାର ତଦନ୍ତ କରୁଛି। ପରିବାର ଅଭିଯୁକ୍ତଙ୍କ ବିରୁଦ୍ଧରେ ଯଥାସମ୍ଭବ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ସେମାନେ କହିଛନ୍ତି ଯେ ସେମାନେ ନ୍ୟାୟ ଏବଂ କଠୋର ଦଣ୍ଡ ଚାହାଁନ୍ତି। ବର୍ତ୍ତମାନ, ପୋଲିସ ମାମଲାର ସମସ୍ତ ଦିଗ ଯାଞ୍ଚ କରୁଛି ଏନେଇ ଅଧିକ ତଦନ୍ତ ଜାରି ରହିଛି।
Related Topics
Explore more stories