180 Girls Blackmailed / ୧୮୦ ଜଣ ନାବାଳିକାଙ୍କୁ ବ୍ଲାକମେଲ୍ କରି ରଖୁଥିଲା ସମ୍ପର୍କ, ଏବେ ବୁଲିଲା ବୁଲଡୋଜର
·5 months ago·2 min read

Key Points
୧୮୦ ଜଣ ନାବାଳିକାଙ୍କୁ ଧୋକା ଦେଇ ୩୫୦ରୁ ଅଧିକ ଅଶ୍ଲୀଳ ଭିଡିଓ କରିଥିବା ଅଭିଯୋଗରେ ଗିରଫ ହୋଇଛି ଅୟାନ ଅହମଦ । ଅମରାବତୀରୁ ଅୟାନ ଅହମଦକୁ ଗିରଫ ପରେ ତାର ଘରେ ବୁଲୁଛି ବୁଲଡୋଜର୍ ।
ମୁମ୍ବାଇ: ଅୟାନ ଅହମଦ ଓରଫ୍ ତନଭୀର । ଘର ମହାରାଷ୍ଟ୍ରର ପରତୱାଡ଼ାରେ । ଯିଏ ୧୮୦ ଜଣ ନାବାଳିକାଙ୍କୁ ଧୋକା ଦେଇ ୩୫୦ରୁ ଅଧିକ ଅଶ୍ଲୀଳ ଭିଡିଓ କରିଥିବା ଅଭିଯୋଗରେ ଗିରଫ ହୋଇଛି । ଅମରାବତୀରୁ ଅୟାନ ଅହମଦକୁ ଗିରଫ ପରେ ତାର ଘରେ ବୁଲୁଛି ବୁଲଡୋଜର୍ ।
ଅଭିଯୋଗ ଅନୁସାରେ, ପରତୱାଡ଼ାର ଅୟାନ ଅହମଦ ଝିଅମାନଙ୍କୁ ପ୍ରଥମେ ପ୍ରେମ ଜାଲ୍ରେ ଫସାଉଥିଲା । ଏହାପରେ ମୁମ୍ବାଇ ଏବଂ ପୁଣେକୁ ଡାକି ଆଣି ସୁଟ୍ କରିଥିଲା ଅଶ୍ଳୀଳ ଭିଡିଓ । ଆଉ ପରବର୍ତ୍ତୀ ସମୟରେ ଉକ୍ତ ଭିଡିଓ ଜରିଆରେ ଝିଅମାନଙ୍କୁ ବ୍ଲାକମେଲ୍ କରୁଥିଲା । ସେମାନଙ୍କ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିଲା ଅୟାନ ଅହମଦ ।
ଏଥିସହ ପଢ଼ନ୍ତୁ: ଅମରାବତୀ କାଣ୍ଡରେ ମୋବାଇଲ୍ରୁ ଡାଉନଲୋଡ୍ ଭିଡିଓର ସତ କ'ଣ ?
ଏଥିପାଇଁ ଡିଜିଟାଲ୍ ଜାଲ୍ ବିଛାଇଥିଲା ଅୟାନ ଅହମଦ । ବିଶେଷକରି ହ୍ଵାଟ୍ସଆପ୍ ଓ ସ୍ନାପଚାଟ ଗ୍ରୁପ୍ ଜରିଆରେ ସେ ନାବାଳିକାଙ୍କୁ ଟାର୍ଗେଟ୍ କରୁଥିଲା । ଏନେଇ ରାଜ୍ୟସଭା ସାଂସଦ ଅନୀଲ ବୋନ୍ଦେ, ପୋଲିସ ନକଟରେ ଅଭିଯୋଗ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ଅୟାନ ଅହମଦକୁ ଗିରଫ କରିବା ପରେ ମୁସଲିମ୍ ସମ୍ପ୍ରଦାୟର ଲୋକେ ଥାନାକୁ ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପରିକି ଏହା ଦ୍ଵାରା ମୁସଲମାନ ସମ୍ପ୍ରଦାୟର ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ମେଳାରେ ନିଶା କୋଲ୍ଡଡ୍ରିଙ୍କସ ପିଆଇ ଗଣଦୁଷ୍କର୍ମ; ୩ଦିନ ପୀଡ଼ିତାଙ୍କୁ ବାନ୍ଧି ରଖିଲେ
ଅଭିଯୋଗ ଅନୁସାରେ, ଅୟାନ ଅହମଦ ପୂର୍ବରୁ AIMIMର କାର୍ଯ୍ୟକର୍ତ୍ତା ଥିଲେ । ଏବେ ମାମଲା ସାମ୍ନାକୁ ଆସିବା ପରେ ଅୟାନ ଅହମଦ ତାର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଭିଡିଓ ଡିଲିଟ୍ କରି ଦେଇଛି । ପୋଲିସ ଅୟାନ ଅହମଦକୁ ଗିରଫ କରିବା ସହ ୭ ଦିନ ଲାଗି କୋର୍ଟଙ୍କ ଅନୁମତି କ୍ରମେ ହେପାଜତକୁ ନେଇଛି । ଅୟାନ ଅହମଦର ମୋବାଇଲ୍ ଫୋନ୍ ଜବତ ହୋଇଥିବା ବେଳେ ମିଳିଛି ଆପତ୍ତିଜନକ ଭିଡିଓ ।
ଦେଖନ୍ତୁ ଏଠାରେ: ବୟସ ମାତ୍ର ୧୯ ବର୍ଷ କିନ୍ତୁ ଟାର୍ଗେଟରେ ଥିଲେ ହିନ୍ଦୁ ଯୁବତୀ, ୧୮୦ ଝିଅଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ
ଏହି ମାମଲାରେ ପୋଲିସ ଅୟାନ ଅହମଦ ସହ ଉଜେର ଖାନଙ୍କୁ ଗିରଫ କରିଛି । ଅୟାନ ଅହମଦ ଆଉ କେଉଁ ବନ୍ଧୁ ଓ ଅପରାଧୀ ସିଣ୍ଡିକେଟ୍ ସହ ଭିଡିଓ ସେୟାର୍ କରିଛି ତାର ଖୋଳତାଡ଼ କରୁଛି ସାଇବର ସେଲ୍ । ଏଥିସହ ଉତ୍ତୋଳନ ଭିଡିଓ ଅନଲାଇନ୍ରେ ଛଡ଼ା ଯାଇଛି କି ନାହିଁ ପୋଲିସ ଛାନଭିନ୍ କରୁଛି ।

Related Topics
Explore more stories