Videos
|
National

ଏହି ମନ୍ଦିରକୁ ପୁରୁଷ ଯାଆନ୍ତି ମହିଳା ବେଶରେ, ଜାଣନ୍ତୁ ରହସ୍ୟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଏହି ମନ୍ଦିରକୁ ପୁରୁଷ ଯାଆନ୍ତି ମହିଳା ବେଶରେ, ଜାଣନ୍ତୁ ରହସ୍ୟ

Key Points

  • ଇଏ ଏମିତି ମନ୍ଦିର,
  • ଯେଉଁଠି ପୁରୁଷ ହୁଏ ନାରୀ !
  • ବିନା ୧୬ ଶୃଙ୍ଗାରରେ ମନ୍ଦିରକୁ ପ୍ରବେଶ ନିଷେଧ  !


ଅର୍ଗସ ବ୍ୟୁରୋ :  ଇଏ ଏମିତି ମନ୍ଦିର ଯେଉଁଠିକାର ନିୟମକୁ ନେଇ ଏବେ ଚର୍ଚ୍ଚା ଜୋର । କାରଣ ଯେଉଁଠି ପୁଅମାନେ ମନ୍ଦିରକୁ ପ୍ରବେଶ କଲା ବେଳେ ମହିଳାଙ୍କ ବେଶରେ ଯିବାକୁ ପଡେ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ପୂରା ସତ । କେରଳର କୋଲାମ ଜିଲ୍ଲାରେ ଥିବା କୋଟାନ କୁଲଙ୍ଗରା ଦେବୀ ମନ୍ଦିରେ ରହିଛି ଏମିତି କିଛି ନିୟମ । ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । 

କୁଲଙ୍ଗରା ଦେବୀ ମନ୍ଦିରରେ ପ୍ରତିବର୍ଷ "ଚାମିଆଭିଲକ୍କୁ" ପର୍ବ ପାଳନ କରାଯାଏ | ଏହି ଦିନ ହଜାରେ ହଜାରେ ସଂଖ୍ୟାରେ ପୁରୁଷ ଏବଂ ମହିଳା ଦେବୀ ମା'ଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି | ଏହି ପୂଜା ସାଧାରଣତଃ ଭରଣୀ ନକ୍ଷତ୍ର ଦିନରେ ହୋଇଥାଏ | ଯେଉଁ ପୂଜାର ରହିଛି ଅନେକ ମାହାତ୍ମ୍ୟ ।

ମିଳିଥିବା ସୂଚନା ଅନୁସାରେ, ପୂଜା ଦିନ ପୁରୁଷ ମହିଳାଙ୍କ ବେଶରେ ୧୬ ଶୃଙ୍ଗାର ନେଇ ମନ୍ଦିର ଭିତରକୁ ଦର୍ଶନ ପାଇଁ ଆସିଥାନ୍ତି । ବିଶ୍ବାସ ରହିଛି ଭଲ ପତ୍ନୀ , ଭଲ ଚାକିରି ପରି ମନସ୍କାମନା ମନରେ ରଖି ମନ୍ଦିରକୁ ଯାଆନ୍ତି ପୁରୁଷ । ମହିଳାଙ୍କ ଭଳି ୧୬ ଶୃଙ୍ଗାର ସହ ମନ୍ଦିରରେ ଦେବୀଙ୍କୁ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ଏହି ପୂଜାର ମୁଖ୍ୟ ଉଦ୍ଦେଶ୍ୟ ସାମାଜିକ ସ୍ତରରେ ପୁରୁଷ ଏବଂ ସ୍ତ୍ରୀ ମାନଙ୍କୁ ଏକ ଭାବିବା ଏବଂ କୌଣସି ଭେଦ ଭାବ ସୃଷ୍ଟି ନକରିବା ପାଇଁ ହୋଇଥାଏ । ଏହାକୁ ଏକ ପୂଜା ଭଳି ନୁହଁ ବରଂ ଏକ ପର୍ବ ଭଳି ପାଳନ କରାଯାଇଥାଏ |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Men go to this temple as women get-up , know the secret | Argus News