Messi Handshake India / ମେସିଙ୍କ ସହ ହାତ ମିଳାଇବାକୁ ଚାହୁଁଛନ୍ତି କି ? ଆପଣଙ୍କୁ ବିକିବାକୁ ପଡ଼ିପାରେ ଘର...
·9 months ago·2 min read

Key Points
ମେସି ଭାରତ ଆସୁଛନ୍ତି
ମୁହାଁମୁହିଁ ଭେଟିବାକୁ ଦେବାକୁ ପଡ଼ିବ ଲକ୍ଷାଧିକ ଟଙ୍କା
ହାତ ମିଳାଇବାକୁ ୧୦ ଲକ୍ଷ ଟଙ୍କା ଦରକାର
ମୁହାଁମୁହିଁ ଭେଟିବାକୁ ଦେବାକୁ ପଡ଼ିବ ଲକ୍ଷାଧିକ ଟଙ୍କା
ହାତ ମିଳାଇବାକୁ ୧୦ ଲକ୍ଷ ଟଙ୍କା ଦରକାର
ଡିସେମ୍ବର ୧୩ରେ ଭାରତ ଆସୁଛନ୍ତି ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି । ଏଥିପାଇଁ ବେଶ୍ ଉତ୍ସାହିତ ଅଛନ୍ତି ଫୁଟବଲ୍ ପ୍ରେମୀ । ମେସିଙ୍କ ଭାରତ ଗସ୍ତ ସମୟରେ ଅନେକ୍ ପ୍ରଶଂସକ ତାଙ୍କ ସହ ସେଲ୍ଫି ନେବାକୁ କିମ୍ବା ହ୍ୟାଣ୍ଡସେକ୍ କରିବାକୁ ମନ ବଳାଇଛନ୍ତି । ଆଉ ମେସିଙ୍କ ସହ ହାତ ମିଳାଇବାକୁ ଚାହୁଁଥିବା ଯେକୌଣସି ପ୍ରଶଂସକଙ୍କୁ ଏକ ମୋଟା ଅଙ୍କର ମୂଲ୍ୟ ଦେବାକୁ ପଡ଼ିବ ।
ଫୁଟବଲ୍ ସୁପରଷ୍ଟାରଙ୍କ GOAT ଇଣ୍ଡିଆ ଟୁର୍ର ଅଂଶ ଭାବରେ ଆୟୋଜକମାନେ ଏକ ଆଶ୍ଚର୍ଯ୍ୟଜନକ ମୂଲ୍ୟ ସହିତ ଏକ "ମିଟ୍ ଆଣ୍ଡ ଗ୍ରିଟ୍' ପ୍ୟାକେଜ୍ ଘୋଷଣା କରିଛନ୍ତି । ଏଥିପାଇଁ ଆପଣଙ୍କୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହଁ, ଆପଣ ଠିକ୍ ଶୁଣିଛନ୍ତି ! ମେସିଙ୍କ ସହ ହ୍ୟାଣ୍ଡସେକ୍ ଟିକେ କରିବାକୁ ଏତେ ଟଙ୍କା ଦରକାର ଯେ ଆପଣଙ୍କୁ ଆପଣଙ୍କ ଘର ବିକ୍ରି କରିବାକୁ ପଡ଼ିପାରେ କିମ୍ବା ଋଣ ନେବାକୁ ପଡ଼ିପାରେ ।
ଫ୍ୟାନ୍ସମାନେ ମେସିଙ୍କ ସହ କେଉଁଠାରେ ହ୍ୟାଣ୍ଡସେକ୍ କରିପାରିବେ ?
ମେସି ଡିସେମ୍ବର ୧୩ ତାରିଖରେ ଅପରାହ୍ନ ୧:୩୦ ରେ କୋଲକାତାରେ ପହଞ୍ଚିବେ । ତିନି ଦିନ ଧରି ସେ ଚାରୋଟି ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଯେଉଁମାନେ ମୋଟା ଅଙ୍କର ଟଙ୍କା ଦେଇପାରିବେ ସେମାନେ ହିଁ ଆର୍ଜେଣ୍ଟିନାର ଏହି ଫୁଟବଲ କିମ୍ବଦନ୍ତୀଙ୍କୁ ମୁହାଁମୁହିଁ ଭାବେ ଭେଟିପାରିବେ । ଦିଲ୍ଲୀରେ ରହୁଥିବା ଲୋକଙ୍କ ଲୀଲା ପ୍ୟାଲେସ୍ ହୋଟେଲରେ ମେସିଙ୍କ ସହ ସାକ୍ଷାତ ଓ ଅଭିବାଦନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମର ମୂଲ୍ୟ ଏତେ ଅଧିକ ଯେ କିଛି କିଛି ବଛା ବଛା ଲୋକ ହିଁ ଟିକେଟ୍ ବୁକ୍ କରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦି ଆପଣ ଲିଓନେଲ ମେସିଙ୍କ ସହ ହାତ ମିଳାଇବାକୁ ଏବଂ ସେଲଫି କ୍ଲିକ୍ କରିବାକୁ ଚାହାଁନ୍ତି, ତେବେ ଆପଣ "ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ" ମୋବାଇଲ୍ ଆପ୍ କିମ୍ବା ୱେବସାଇଟରେ ଆପଣଙ୍କର ସ୍ଲଟ୍ ବୁକ୍ କରିପାରିବେ । ଯଦି ଜଣେ ବାପା ଏବଂ ପୁଅ ମେସିଙ୍କୁ ଏକାଠି ଭେଟନ୍ତି ତେବେ ଏହାର ମୂଲ୍ୟ ୧୨.୫ ଲକ୍ଷ ରହିଛି । ଏଥିରେ ମିଟ୍ ଆଣ୍ଡ ଗ୍ରୀଟ୍, ଫଟୋ ସୁଟ୍, ଦୁଇ ଜଣଙ୍କ ପାଇଁ ଅଟୋଗ୍ରାଫ୍ ଜର୍ସି, ଭୋଜନ ଏବଂ ମେସିଙ୍କ ପେନାଲ୍ଟି ଦକ୍ଷତାର ପ୍ରଦର୍ଶନ ରହିଛି । ଯେଉଁମାନେ ପୂରା ପରିବାର ସହ ମେସିଙ୍କୁ ଭେଟିବାକୁ ଚାହାନ୍ତି, ତେବେ ସେମାନଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ମେସିଙ୍କୁ ଭେଟିବାର ସୁଯୋଗ ପାଇଥିବା ଯେ କୌଣସି ବ୍ୟକ୍ତି ଏହି ମୁହୂର୍ତ୍ତକୁ ଜୀବନସାରା ମନେ ରଖିବେ ।
Related Topics
Explore more stories