Videos
|
National

Meta Launching New AI Glasses / ମେଟା ଆଣୁଛି ନୂଆ AI ସ୍ମାର୍ଟ ଗ୍ଲାସ୍: ଆପଣଙ୍କ ପ୍ରତିଟି ଗତିବିଧି ଉପରେ ରଖିବ ନଜର

Bikash Mohanty
Browse all articles by Bikash Mohanty
·2 months ago·2 min read
ମେଟା ଆଣୁଛି ନୂଆ AI ସ୍ମାର୍ଟ ଗ୍ଲାସ୍: ଆପଣଙ୍କ ପ୍ରତିଟି ଗତିବିଧି ଉପରେ ରଖିବ ନଜର
smart glasses

Key Points

ମେଟା ଆଣୁଛି ନୂଆ AI ସ୍ମାର୍ଟ ଗ୍ଲାସ୍
କଣ ଦେଖୁଛନ୍ତି? କଣ ଶୁଣୁଛନ୍ତି?
ଆପଣଙ୍କ ପ୍ରତିଟି ଗତିବିଧି ଉପରେ ରଖିବ ନଜର

ନୂଆଦିଲ୍ଲୀ: ଟେକ୍ନୋଲୋଜି ଦୁନିଆରେ ଆଉ ଏକ ବଡ଼ ବିପ୍ଳବ ଆଣିବାକୁ ଯାଉଛି ମେଟା । କମ୍ପାନୀ ଏବେ ଏଭଳି ଏକ ଏ ଆଇ-ପାସୱାର୍ଡ  ସ୍ମାର୍ଟ ଚଷମା ଆଣିବାକୁ ପ୍ରସ୍ତୁତି କରୁଛି, ଯାହା ଆପଣଙ୍କର ପ୍ରତିଟି ଗତିବିଧିକୁ ରେକର୍ଡ କରିବ। ଆପଣ କଣ ଦେଖୁଛନ୍ତି? କଣ ଶୁଣୁଛନ୍ତି? ଏସବୁ କିଛି ଏହି ସ୍ମାର୍ଟ ଗ୍ଲାସରେ ରେକର୍ଡ ହୋଇଯିବ। କେବଳ ସେତିକି ନୁହେଁ, ଏହି ଚଷମା ଆପଣଙ୍କ କଥାବାର୍ତ୍ତାକୁ ମନେ ରଖିବା ସହ ଆପଣ ଯାଇଥିବା ସ୍ଥାନଗୁଡ଼ିକୁ ମଧ୍ୟ ଚିହ୍ନଟ କରିପାରିବ। ଯଦି ଆପଣ ଦିନସାରା କଣ କଣ ଘଟିଲା ବୋଲି ପଚାରିବେ, ତେବେ ଏହା ଏକ ପର୍ସନାଲ ଆସିଷ୍ଟାଣ୍ଟ ଭଳି ସମସ୍ତ ସୂଚନା ଦେଇଦେବ। ଶୁଣିବାକୁ ଏହା ଯେତିକି ଆକର୍ଷଣୀୟ ଲାଗୁଛି, ୟୁଜର୍ସଙ୍କ ପ୍ରାଇଭେସି ଦୃଷ୍ଟିରୁ ଏହା ସେତିକି ଭୟଙ୍କର ସାବ୍ୟସ୍ତ ହୋଇପାରେ।

କେମିତି କାମ କରିବ ଏହି ନୂଆ ଫିଚର?
ମିଡିଆ ରିପୋର୍ଟ ଅନୁଯାୟୀ, ମେଟା ତାର ସ୍ମାର୍ଟଗ୍ଲାସର ବିଦ୍ୟମାନ ମଡେଲରେ ଏକ ନୂଆ ଫିଚର ଯୋଡ଼ିବାକୁ ଯାଉଛି। କମ୍ପାନୀ ଭିତରେ ଏହାକୁ 'ସୁପର ସେନ୍ସିଂ' ନାମରେ ଜଣାଯାଉଛି। ବର୍ତ୍ତମାନର ମଡେଲରେ ଏହି ଫିଚରକୁ ଆକ୍ଟିଭେଟ୍ କରିବାକୁ ପଡ଼ୁଥିବା ବେଳେ, ନୂଆ ଗ୍ଲାସରେ ଏହା ସ୍ୱତଃପ୍ରବୃତ୍ତ ଭାବେ କାମ କରିବ। ଏହି ଚଷମା କ୍ରମାଗତ ଭାବେ ଭିଜୁଆଲ୍ ଏବଂ ଅଡିଓ ସୂଚନା ସଂଗ୍ରହ କରୁଥିବ। ଏହି ସମସ୍ତ ତଥ୍ୟ ମେଟା AI ପାଖକୁ ଯିବ, ଯାହାଦ୍ୱାରା ଏହା ୟୁଜରଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବ। ଯଦି ଏହି ଟେକ୍ନୋଲୋଜି ଆସେ, ତେବେ ସ୍ମାର୍ଟ ଚଷମା ଗୁଡ଼ିକ ଆହୁରି ଅଧିକ ଶକ୍ତିଶାଳୀ ହୋଇଯିବେ।

ପଢନ୍ତୁ ଏହି ଖବର: ଶସ୍ତା ହୋଇପାରେ ଫୋନ୍ ଓ ଲାପଟପ୍ ଓ ଟିଭି , ସରକାର ନେଲେ ଏହି ବଡ଼ ପଦକ୍ଷେପ

ପ୍ରତି କେଇ ସେକେଣ୍ଡରେ ଫଟୋ ଓ ଅଡିଓ କ୍ୟାପ୍ଚର କରିବ ଚଷମା
ରିପୋର୍ଟ ଅନୁସାରେ, ଏହି ପ୍ରୋଟୋଟାଇପ୍ ଚଷମାକୁ ଏଭଳି ଭାବେ ଡିଜାଇନ୍ କରାଯାଇଛି ଯେ ଏହା ପ୍ରତି କିଛି ସେକେଣ୍ଡରେ ନିଜେ ଫଟୋ ଉଠାଇବ ଏବଂ ଆଖପାଖର ଅଡିଓ ମଧ୍ୟ ଶୁଣିବ। ତେବେ ମେଟା ଏହି ରେକର୍ଡ ହୋଇଥିବା ଡାଟାକୁ ସ୍ଥାୟୀ ଭାବେ ଷ୍ଟୋର (ସଂରକ୍ଷିତ) କରି ରଖିବ ନାହିଁ। ଏହା କେବଳ ମେଟାଡାଟା ବାହାର କରି ନିଜ ସର୍ଭରରେ ଅପଲୋଡ୍ କରିବ, ଯାହାଫଳରେ ମେଟା AI ପାଇଁ ୟୁଜରଙ୍କୁ ସହଜରେ ସେବା ଯୋଗାଇବା ସମ୍ଭବ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାଇଭେସିକୁ ନେଇ ବଢ଼ିଲା ବଡ଼ ଚିନ୍ତା
ମେଟା ଡାଟାକୁ ପରମାନେଣ୍ଟଲି ଷ୍ଟୋର କରୁନଥିବା ଦାବି କରୁଥିଲେ ମଧ୍ୟ, ସର୍ଭିଲାନ୍ସ (ନଜର ରଖିବା) ଏବଂ ଲୋକଙ୍କ ସହମତିକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାଇଭେସି ମାମଲାରେ ମେଟାର ଟ୍ରାକ୍ ରେକର୍ଡ ପୂର୍ବରୁ ମଧ୍ୟ ଭଲ ରହିନାହିଁ। ଏହା ବ୍ୟତୀତ ଫେସିଆଲ୍ ରେକଗ୍ନିସନ୍ (Facial Recognition) କୁ ନେଇ ମଧ୍ୟ କମ୍ପାନୀ ବିବାଦ ଘେରରେ ରହିଛି।

ସବୁଠାରୁ ଚିନ୍ତାଜନକ ବିଷୟ: ରିପୋର୍ଟ ମୁତାବକ, ଏହି 'ସୁପର ସେନ୍ସିଂ' ଫିଚରକୁ ଏକ AI ଫଙ୍କସନ ଭାବେ ଦର୍ଶାଯାଇଛି, ଫଟୋ କିମ୍ବା ଭିଡିଓ ରେକର୍ଡିଂ ମୋଡ୍ ଭାବେ ନୁହେଁ। ତେଣୁ ଏହି ଫିଚର ବ୍ୟବହାର ବେଳେ ଚଷମାରେ ଥିବା LED ଇଣ୍ଡିକେଟର (ଲାଇଟ୍) ବନ୍ଦ ରହିବ। ଏହାଦ୍ୱାରା ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଜାଣି ମଧ୍ୟ ପାରିବେ ନାହିଁ ଯେ ତାଙ୍କ ସହମତି ବିନା ତାଙ୍କର ଫଟୋ ବା ଅଡିଓ ଚୋରିଛୁପି ରେକର୍ଡ କରାଯାଉଛି।
Meta AI Smart Glasses: Will They Monitor Your Every Activity? | Argus News