Phone And Laptop May Cheaper / ଶସ୍ତା ହୋଇପାରେ ଫୋନ୍ ଓ ଲାପଟପ୍ ଓ ଟିଭି , ସରକାର ନେଲେ ଏହି ବଡ଼ ପଦକ୍ଷେପ
·2 months ago·2 min read

Key Points
ଶସ୍ତା ହୋଇପାରେ ଫୋନ୍ ଓ ଲାପଟପ୍
ମୂଳ ସୀମା ଶୁଳ୍କ ହଟାଇ ଦେଇଛନ୍ତି ସରକାର
ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି

ନୂଆଦିଲ୍ଲୀ,୧୦/୦୭ : ସ୍ମାର୍ଟଫୋନ୍, ଲାପ୍ଟପ୍ ଏବଂ ସ୍ମାର୍ଟ ଟିଭି କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଆଗାମୀ ଦିନରେ ଏହି ସବୁ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଶସ୍ତା ହେବାକୁ ଯାଉଛି। ଦେଶରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ବଢ଼ାଇବା ଏବଂ ଗ୍ରାହକଙ୍କୁ ଫାଇଦା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ମାର୍ଟଫୋନ୍, ଲାପ୍ଟପ୍, ୱେରେବଲ୍ସ (ସ୍ମାର୍ଟୱାଚ୍, ଫିଟ୍ନେସ୍ ବ୍ୟାଣ୍ଡ୍) ଏବଂ ସ୍ମାର୍ଟ ଟିଭି ଭଳି ଉପକରଣ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କେତେକ ପ୍ରମୁଖ ସାମଗ୍ରୀ ଉପରୁ ମୂଳ ସୀମା ଶୁଳ୍କ (ବିସିଡି) ହଟାଇ ଦିଆଯାଇଛି।
ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଏହି ଶୁଳ୍କ ଛାଡ଼ ଆଗାମୀ ୩ ବର୍ଷରୁ ଅଧିକ ସମୟ ଅର୍ଥାତ୍ ୨୦୨୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୈଧ ରହିବ। ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଡିସ୍ପ୍ଲେ ଆସେମ୍ବ୍ଲି, ଲିଥିୟମ ଆୟନ ସେଲ୍ ଏବଂ ଇଣ୍ଡକ୍ଟର କଏଲ୍ ମଡ୍ୟୁଲ୍ ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ଉପରେ କୌଣସି ମୂଳ ସୀମା ଶୁଳ୍କ ଲାଗିବ ନାହିଁ।
ଚୀନ ଓ ଭିଏତନାମ ଉପରୁ କମିବ ନିର୍ଭରତା
ଶିଳ୍ପ ବିଶେଷଜ୍ଞଙ୍କ ଅନୁସାରେ, ଡିସ୍ପ୍ଲେ ଆସେମ୍ବ୍ଲି ଏବଂ ଲିଥିୟମ-ଆୟନ ସେଲ୍ ଯେକୌଣସି ସ୍ମାର୍ଟଫୋନ୍ ବା ଲାପ୍ଟପ୍ର ମୋଟ ଉତ୍ପାଦନ ଖର୍ଚ୍ଚର ଏକ ବଡ଼ ଅଂଶ। ଏବେ ଭାରତକୁ ଏହି ସବୁ ସାମଗ୍ରୀ ପାଇଁ ଚୀନ୍ ଏବଂ ଭିଏତ୍ନାମ ଭଳି ଦେଶ ଉପରେ ବଡ଼ ଆକାରରେ ନିର୍ଭର କରିବାକୁ ପଡୁଛି। ମୂଳ ସୀମା ଶୁଳ୍କ ହଟିବା ଦ୍ୱାରା ସ୍ଥାନୀୟ ସ୍ତରରେ ଉତ୍ପାଦନ ବଢ଼ିବ ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକ ଉପରୁ ଭାରତର ନିର୍ଭରତା ହ୍ରାସ ପାଇବ। ଏହି ପଦକ୍ଷେପ ସରକାରଙ୍କ ପିଏଲ୍ଆଇ (PLI) ସ୍କିମ୍ର ଉଦ୍ଦେଶ୍ୟକୁ ଆହୁରି ସଫଳ କରିବ।
ବ୍ୟାଟେରି ମେସିନାରୀ ଉପରେ ବି ଟିକସ ଛାଡ଼
କେବଳ କଞ୍ଚାମାଲ ନୁହେଁ, ବରଂ ଇଲେକ୍ଟ୍ରୋନିକ୍ସ ଏବଂ ବ୍ୟାଟେରି ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରପାତି ଉପରୁ ମଧ୍ୟ ଟିକସ ହଟାଇ ଦିଆଯାଇଛି। ଏବେ କମ୍ପାନିଗୁଡ଼ିକୁ ପାଉଡ଼ର ଡ୍ରାୟର, ଅଟୋମେଟିକ୍ ଫିଡିଂ ଏବଂ ବ୍ଲେଣ୍ଡିଂ ସିଷ୍ଟମ୍, କ୍ୟାଥୋଡ୍ ଏବଂ ଏନୋଡ୍ ଏକ୍ସଟ୍ରୁଜନ୍ କୋଟିଂ ମେଶିନ୍, ଇଲେକ୍ଟ୍ରୋଡ୍ କଟିଙ୍ଗ୍, ଟେଷ୍ଟିଂ ମେଶିନ୍ ଏବଂ ଅଟୋ-ପ୍ୟାକିଂ ସିଷ୍ଟମ ଭଳି ଅତ୍ୟାଧୁନିକ ମେସିନ୍ ଆମଦାନି ଉପରେ କୌଣସି ଅତିରିକ୍ତ ଟିକସ ଦେବାକୁ ପଡ଼ିବ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନିୟନ୍ତ୍ରଣ ବାହାରକୁ ଗଲା AI, ପ୍ରଥମ ଥର ପାଇଁ ରାନସମୱେର ବ୍ୟବହାର କରି ସାଇବର ଆଟାକ୍ କଲା
ମୂଳ ସୀମା ଶୁଳ୍କ ହଟିବା ଫଳରେ କମ୍ପାନିଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବେଶ୍ କମିଯିବ। ଆଗାମୀ ଦିନରେ କମ୍ପାନିଗୁଡ଼ିକ ଏହି ଫାଇଦା ସିଧାସଳଖ ଗ୍ରାହକମାନଙ୍କୁ ସ୍ଥାନାନ୍ତର କରିପାରନ୍ତି, ଯାହାଦ୍ୱାରା ଦେଶରେ 'ମେକ୍ ଇନ୍ ଇଣ୍ଡିଆ' ଅଧୀନରେ ତିଆରି ହେଉଥିବା ଗ୍ୟାଜେଟ୍ ଗୁଡ଼ିକ ବହୁତ ଶସ୍ତାରେ ମିଳିବ ବୋଲି ଆଶା କରାଯାଉଛି।

Related Topics
Explore more stories